ଜାଣନ୍ତୁ ସାଟେଲାଇଟରେ କାହିଁକି ଲଗାଯାଇଥାଏ ସୁନାର ପରତ

ଅନ୍ତରିକ୍ଷ କ୍ଷେତ୍ରରେ ଲଗାତାର ନୂଆ ନୂଆ ପ୍ରୟୋଗ ହେଉଛି । କରୋନା ଭାଇରସର ମହାମାରୀ ମଧ୍ୟରେ ବି ଗତ ମାସ ଆମେରିକା ଅନ୍ତରିକ୍ଷ ମାନବ ମିସନ ଆରମ୍ଭ କରିଛି । ଡେମୋ-୨ ମିସନ ନାମରେ ଏହି ମିସନରେ ଦୁଇ ଅନ୍ତରିକ୍ଷ ଯାତ୍ରୀଙ୍କୁ ଅନ୍ତରିକ୍ଷକୁ ପଠା ଯାଇଛି । ଯେଉଁମାନେ ସ୍ପେସ ସ୍ଟେଶନରେ ୧୧୦ ଦିନ ରହିବେ । ଆଶା କରୁଛୁ କି ଏହା ଦ୍ଵାରା କେତେକ ମୂଲ୍ୟବାନ ସୂଚନା ମିଳି ପାରିବ ।

ଏହା ମଧ୍ୟରେ ଯଦି ଆପଣ ଧ୍ୟାନ ଦେଇଥିବେ ତେବେ ଦେଖିଥିବେ କି ଅନ୍ତରିକ୍ଷକୁ ଯେଉଁ ସାଟେଲାଇଟ ଛଡା ଯାଇଥାଏ ସେଥିରେ ସର୍ବଦା ଏକ ସୁନାର ଲେୟାର ଚଢା ହୋଇଥାଏ । କେତେ ଥର ଏହା ଉପରେ ଚାନ୍ଦିର ଲେୟାର ବି ଦେଖିବାକୁ ମିଳିଥାଏ । କହିବାକୁ ଗଲେ ଏହା ପଛରେ ଏକ ଖାସ କାରଣ ଅଛି । ସୁନାର ଲେୟାର ସାଟେଲାଇଟକୁ ଅନ୍ତରିକ୍ଷରେ ହେଉଥିବା ଭୟଙ୍କର ରେଡିଏଶନରୁ ବଞ୍ଚାଇ ଥାଏ ।

ରେଡିଏଶନରୁ ସୁନାର ଲେୟାର କେଉଁଭଲି ଭବାରେ ସାଟେଲାଇଟକୁ ବଞ୍ଚାଇ ଥାଏ ଏହା ବିଷୟରେ ଜାଣିବା ପୂର୍ବରୁ ଆପଣଙ୍କୁ ଅନ୍ତରିକ୍ଷ ବିଷୟରେ ଜାଣିବା ଦରକାର । ଅସଲରରେ ଅନ୍ତରିକ୍ଷର ନିଜର କୌଣସି ତାପମାତ୍ରା ନାହିଁ । ଏହା ନା ହିଁ ଥଣ୍ଡା ଅଟେ ଓ ନା ହିଁ ଗରମ । କହିବାକୁ ଗଲେ ଏଠିଥିବା ସମସ୍ତ ଜିନିଷ ଯେମିତି ଗ୍ରହ, ସ୍ଟେରଇ଼ଡ, ସାଟେଲାଇଟ ମିଶି ଏହାର ତାପମାତ୍ରା କରିଥାନ୍ତି । ଏହି କାରଣରୁ ଅନ୍ତରିକ୍ଷରେ ସର୍ବଦା ଭୟଙ୍କର ରେଡିଏଶନ ବାହାରି ଥାଏ ।

ଯଦି ମନୁଷ୍ୟ ଏହାର ସମ୍ପର୍କରେ ଆସିଯିବେ ତେବେ ସେ କିଛି ସମୟ ପାଇଁ ହିଁ ଜୀବିତ ରହି ପାରିବ । ଏହି କଥା ସାଟେଲାଇଟ ଗୁଡିକ ଉପରେ ବି ଲାଗୁ ହୋଇଥାଏ । ସାଟେଲାଇଟ ବି ରେଡିଏଶନର ପ୍ରଭାବରୁ ନଷ୍ଟ ହୋଇ ପାରେ । ସେଥିପାଇଁ ରେଡିଏଶନରୁ ବଞ୍ଚାଇବା ପାଇଁ ସାଟେଲାଇଟ ଉପରେ ସୁନାର ଲେୟାର ଚଢା ଯାଇ ଥାଏ । ସବୁ ସାଟେଲାଇଟ ଯେମିତି ISS (International Space Station) ଉପରେ ବି ଏହି ଲେୟାର ଅଛି ଯାହା ତାହାର ତାପମାତ୍ରାକୁ ନିୟନ୍ତ୍ରିତ କରିଥାଏ ଓ ରେଡିଏଶନରୁ ବଞ୍ଚାଇ ଥାଏ ।

ସୁନାର ଏହି ଲେୟାର କୁ ମଲ୍ଟୀ ଲେୟର ଇଂସୁଲେଶନ କୁହାଯାଏ । ଏହା ଏକ ପ୍ରକାରର ଇଂସୁଲେଟର ହୋଇଥାଏ । ଯାହା ବହୁତ ପତଳା ପତଳା ଲେୟାର ଦ୍ଵାରା ତିଆରି ହୋଇଥାଏ । ଏହା ନିଜ ଭିତରେ କୌଣସି ବାହାର ଏନର୍ଜିକୁ ଆସିବାକୁ ଦିଏ ନାହିଁ । ଏହା ଦ୍ଵାରା ସ୍ପେସ କ୍ରାଫ୍ଟ ସମସ୍ତ ପ୍ରକାରର ଥର୍ମଲ ରେଡିଏଶନରୁ ସୁରକ୍ଷିତ ରହିଥାଏ । କହିବାକୁ ଗଲେ ସୁନା ଭଲି ଦେଖାଯାଉଥିବା ଏହି ଲେୟାର ସୁନା ନୁହେଁ, ଅଥବା ଏହା ଏକ ପ୍ରକାରର ପ୍ଲାସ୍ଟିକ ହୋଇଥାଏ । ଯାହାକୁ polyimide କୁହାଯାଏ ।

ଏହାର ବହୁତ ଲେୟାର ମିଶି ସାଟେଲାଇଟ ଓ ଅନ୍ତରିକ୍ଷ ଯାତ୍ରୀମାନଙ୍କୁ ଥର୍ମଲ ରେଡିଏଶନରୁ ସୁରକ୍ଷିତ ରଖିଥାଏ । କହିଦେଉଛୁ କି ଏହି ରେଡିଏଶନ ସ୍ପେସର ତାପମାତ୍ରାକୁ -୨୦୦ ଫୈରନହାଇଟରୁ ନେଇ +୩୦୦ ଡିଗ୍ରୀ ଫୈରନହାଇଟ ପର୍ଯ୍ୟନ୍ତ ନେଇ ଯାଇଥାଏ । ଏମିତିରେ ସାଟେଲାଇଟ ତୁରନ୍ତ ନଷ୍ଟ ହୋଇଯିବାର ଡର ରହିଥାଏ । ଯେଉଁଥିରୁ ଏହି ଲେୟାର ବଞ୍ଚାଇ ଥାଏ । ଏହି ମଲ୍ଟୀ ଲେୟର ଇଂସୁଲେଶନକୁ ସାଧାରଣ ଭାଷାରେ ଗୋଲ୍ଡ ପ୍ଲେଟିଙ୍ଗ କୁହାଯାଏ ।

ମଲ୍ଟୀ ଲେୟର ଇଂସୁଲେଶନ ବହୁତ ହାଲୁକା କିନ୍ତୁ ବହୁତ ହିଁ ମଜବୁତ ହୋଇଥାଏ । ଏହାକୁ ଏହିଭଳି ଭାବରେ ତିଆରି କରା ଯାଇଛି କି ଅନ୍ତରିକ୍ଷରେ ଜନ୍ମ ହେଉଥିବା ସୋଲର ରେଡିଏଶନ ସହ ଧକା ହୋଇ ଏହା ପୁଣି ଥରେ ତାକୁ ଫେରାଇ ଦିଏ । ଏହା ସହିତ ଏହା ଦ୍ଵାରା ଏୟାର କ୍ରାଫ୍ଟ ମଧ୍ୟରେ ଏକ ନିଶ୍ଚିତ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିଥାଏ । ଯାହା ଦ୍ଵାରା ଅନ୍ତରିକ୍ଷ ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନ ହେଉ ।

ଅପୋଲୋ ଲୁନର ମଡ୍ୟୁଲରେ ବି ନାସା ସାଟେଲାଇଟ ତିଆରି କରିବା ପାଇଁ ସୁନାର ବ୍ୟବହାର କରିଥିଲା । ଚନ୍ଦ୍ରୟାନରେ ବି ସୁନାର ଲେୟାର ଚଢାଇ ଯାଇ ଥିଲା ।ସୁନାର କୋଟିଙ୍ଗ ସାଟେଲାଇଟଊ ଧୂଳିରୁ ବି ବଞ୍ଚାଇ ଥାଏ, ଏହା ଦ୍ଵାରା ଥର୍ମଲ ଉପକରଣ ଗୁଡିକ ଉପରେ କୌଣସି ବି ପ୍ରକାରର ଜଙ୍କ ଲାଗେ ନହିଁ ଓ ତାହା ସଠିକ ରୂପରେ କାମ କରିଥାଏ । ସେମିତି କହିବାକୁ ଗଲେ ସାଟେଲାଇଟରେ ଅସଲ ସୁନା ବି ବ୍ୟବହାର କରାଯାଏ ।

କିଛି ଅଂସରେ ବାଷ୍ପୀକୃତ କରାଯାଇଥିବା ଅସଲ ସୁନାର କୋଟିଙ୍ଗ ବି କରାଯାଇଥାଏ । ସୁନା ଏକ ଦରକାରୀ ଧାତୁ ଅଟେ ଯାହା ଅଲ୍ଟ୍ରାବାୟଲେଟ କିରଣ ଗୁଡିକ କାରଣରୁ ହେଊଥିବା ସ୍ପେସ କ୍ରାଫ୍ଟକୁ କ୍ଷତି ଓ ଜଙ୍କରୁ ବଞ୍ଚାଇଥାଏ । ଏହି କାରଣ ଅଟେ କି ଅନ୍ତରିକ୍ଷ ଯାଉଥିବା ଯାତ୍ରୀମାନଙ୍କ ସୁଟରେ ବି ଅସଲ ସୁନାର ବ୍ୟବହାର କରାଯାଇଥାଏ । ସ୍ପେସ ସୁଟରେ ଆଖି ବାଲା ଅଂସକୁ ୱାଇଜ଼ର କୁହନ୍ତି । ଏହା ଉପରେ ବି ସୁନାର ଲେୟାର ହୋଇଥାଏ । ଯାହା ଏସ୍ଟ୍ରୋନଟର ଆଖିକୁ କିଛି କ୍ଷତି ନ ପହଞ୍ଚେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।