ସତରେ ଆସୁଛି କି ମହାବାତ୍ୟା ? ଭୟଙ୍କର ତଥ୍ୟ ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ Umashankar Das, ଦେଖନ୍ତୁ video

ଅକ୍ଟୋବର ମାସ ଆସିଲେ ଓଡିଶାକୁ ଘାରିଥାଏ ବାତ୍ୟା ଭୟ । ବାତ୍ୟା କଥା ଶୁଣିଲେ ଉପକୂଳିଆ ଲୋକଙ୍କ ମନରେ ପଶିଯାଏ ଛନକା । ଆଉ ଏବେ ବାତ୍ୟାକୁ ନେଇ ପାଣିପାଗ ବିଭାଗ ଏକ ବଡ ସୂଚନା ଦେଇଛି । ଅକ୍ଟୋବର ମାସଟି ରାଜ୍ୟରେ ଏତେ କ୍ଷତି ଘଟାଇଛି ଯେ, ବାତ୍ୟା ବିପନ୍ନ ଲୋକେ ତାହା ଆଜି ବି ଭୁଲି ପାରୁନାହାନ୍ତି । ତେଣୁ ଏହି ମାସଟି କେମିତି ଭଲରେ କଟିଯିବ ସେଥିପାଇଁ ଭଗବାନଙ୍କୁ ଲୋକେ ପ୍ରାର୍ଥନା କରନ୍ତି । ହେଲେ ରାଜ୍ୟବାସୀଙ୍କ ପିଛା ଛାଡେନି ବାତ୍ୟା ।

ଆଉ ଏବେ ପୁଣି ସେଇ ଅକ୍ଟୋବର ଆଉ ପୁଣି ସେଇ ବାତ୍ୟାର ଭୟ । ଏମିତିକି ୧୫ ଦିନ ମଧ୍ୟରେ ବାତ୍ୟା ହେବ ବୋଲି ଅନେକ ସ୍ଥାନରେ ଲୋକେ କୁହାକୁହି ହେଲେଣି । କିନ୍ତୁ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବାତ୍ୟାକୁ ନେଇ ନିଜର ସ୍ପଷ୍ଟ ମତ ରଖିଛି । ଆଉ ୧୫ ଦିନରେ ସାରା ରାଜ୍ୟରେ ବାତ୍ୟା ଭୟ ମାଡି ଆସୁଛି ବୋଲି ଚର୍ଚ୍ଚା ଜୋର ଧରିଲାଣି । ଆଉ ବାତ୍ୟା ଖବର ପାଇବା ପରେ ରାଜ୍ୟବାସୀ ପୁଣି ଏବେ ଚିନ୍ତାରେ ରହିଛନ୍ତି ।

ବିଶେଷ କରି ଉପକୂଳବର୍ତ୍ତୀ ଲୋକଙ୍କ ମନରେ ଛାନିଆ ପଶିଲାଣି । ବାତ୍ୟା କେତେ ମାତ୍ରାରେ ଆସିବ ? କେଉଁଠି ମାଡ ହେବ ? ବାତ୍ୟାର ଗତିପଥ କଣ ରହିବ ? ଏହାକୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି । ଆଉ ଓଡ଼ିଶାକୁ ବାତ୍ୟା ଆସିବା ଚର୍ଚ୍ଚା ହେବା ପରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ମତ ନେବା ପାଇଁ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି ।

ହେଲେ ଏହି ଖବରକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ପାଣିପାଗ ବିଜ୍ଞାନୀ । ବାତ୍ୟା ଆସୁଥିବା ନେଇ ଆମ ପାଖରେ କୌଣସି ସୂଚନା ନାହିଁ ବୋଲି ସେ ରୋକଠୋକ କହିଥିଲେ । ଅଯଥାରେ ବାତ୍ୟାକୁ ନେଇ ଖବର ପ୍ରକାଶ କରାଯାଉଛି ବୋଲି ମଧ୍ୟ କହିଥିଲେ ।ସାଧାରଣ ଲୋକଙ୍କ ମନରେ ଅକ୍ଟୋବର ମାସରେ ବାତ୍ୟାକୁ ନେଇ ଅନେକ ଆଶଙ୍କା ଦେଖାଯାଏ । ହେଲେ ବାତ୍ୟା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଭାରତୀୟ ପାଣିପାଗ ତରଫରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।

କିନ୍ତୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଗକୁ ଏ ସମ୍ବନ୍ଧରେ ଅଧିକ ଆକଳନ କରିହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ବାତ୍ୟା ଶୁଣି ଅନେକ ଲୋକ ହଇରାଣ ହେଉଛନ୍ତି । ତେଣୁ କୌଣସି ଗୁଜବ ଉପରେ ବିଶ୍ବାସ ନକରି ପାଣିପାଗ ବିଭାଗର ଅପଡେଟକୁ ଅନୁସରଣ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।