ଗୋଟି ଗୋଟି କରି ସତ ହୋଇଚାଲିଛି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । ୨୦୨୦ରେ ମହାମାରୀ ଠାରୁ ନେଇ ୨୦୨୨ରେ ପାଣିପାଗ ପରିବର୍ତ୍ତନର ଝଲକ ପର୍ଯ୍ୟନ୍ତ ସବୁ ସତ ହୋଇଛି । ପାଣି ପାଇଁ କିଛି ଦେଶ ଛଟପଟ ହେବେ ଏବଂ ବିଶେଷ କରି ପର୍ତ୍ତୁଗାଲ ଓ ଇଟାଲୀକୁ ସତର୍କ ରହିବାକୁ ମଧ୍ୟ ସେ କହିଥିଲେ । ସତକୁ ସତ ୧୯୫୦ ମସିହା ପରଠାରୁ ଏହି ସବୁ ଦେଶରେ ବର୍ଷାର ପରିମାଣ ହ୍ରାସ ପାଇଛି ।
ବ୍ରିଟେନ, ପର୍ତ୍ତୁଗାଲ ଓ ଇଟାଲୀରେ ଏବେ ମରୁଡି ସ୍ଥିତି ଉପୁଜିଥିବା ବେଳେ ବାବା ଭେଙ୍ଗା ଯେତେବେଳେ ଅଷ୍ଟ୍ରେଲିଆରେ ବନ୍ୟା ଭସାଇ ନେବା କଥା କହିଥିଲେ ତାଙ୍କ କଥାକୁ କେହି ଧ୍ୟାନ ଦେଇ ନଥିଲେ । ହେଲେ ଅଷ୍ଟ୍ରେଲିଆରେ ବନୟାର କରାଳ ରୂପ ଦେଖି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସମସ୍ତଙ୍କର ମନେପଡି ଯାଇଥିଲା । ୨୦୨୨ରେ ବହୁ ବହୁ ବଡ ଲୋକଙ୍କ ମୃତ୍ୟୁ ହେବା କଥା ମଧ୍ୟ ସେ କହିଥିଲେ ।
ବ୍ରିଟେନ ରାଣୀ ଏଲିଜାବେଥ ଦ୍ଵିତୀୟ ଏବଂ ଦେଶର ଅର୍ଥନୀତିକୁ ସୁଦୃଢ କରୁଥିବା ସାଇରସ ମିସ୍ତ୍ରୀଙ୍କ ଭଳି ମୃତ୍ୟୁ ଚଳିତ ବର୍ଷ ହୋଇଛି । ଯାହାପରେ ବାବାଙ୍କ ଭବିଷ୍ୟବାଣୀ ସତ ବୋଲି ମନେହୁଏ । ଏହାଛଡା ବିଶ୍ବରେ ଯୁଦ୍ଧ ସ୍ଥିତି ଲାଗିରହିବ ବୋଲି ମଧ୍ୟ କହିଥିଲେ ବାବା ଭେଙ୍ଗା । ଯାହାକି ଋଷ ଓ ୟୁକ୍ରେନ ଯୁଦ୍ଧ ଦ୍ଵାରା ସତ ପ୍ରମାଣିତ ହୋଇଛି ।
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ସାରା ବିଶ୍ଵ ପାଣିପାଗ ପରିବର୍ତ୍ତନର ଅନୁଭବ ମଧ୍ୟ କରୁଛି । ଆଉ ଏକ ଭବିଷ୍ୟବାଣୀରେ ବାବା ଭେଙ୍ଗା କହିଛନ୍ତି, ଭୂକମ୍ପ ଆସିବା ସହ ସୁନାମୀ ହେବ ଓ ଗ୍ଲେସିୟର ତରଳିବା ଯୋଗୁଁ ଆଉ ଏକ ମହାମାରୀ ମୁଣ୍ଡ ଟେକିବ । ଯେଉଁଥିରେ ଶହ ଶହ ଲୋକଙ୍କର ମୃତ୍ୟୁ ହେବ । ୨୦୨୨ରେ ଭାରତ ପାଇଁ ମଧ୍ୟ କିଛି ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା ।
ସେ କହିଛନ୍ତି, ଭାରତରେ ନଅଙ୍କ ଦୁର୍ଭିକ୍ଷ ପଡିବ, କୀଟପତଙ୍ଗ ଫସଲ ନଷ୍ଟ କରିଦେବେ, ଲୋକେ ଖାଇବାକୁ ପାଇବେନି ଏବଂ ତାପମାତ୍ରା ବଢିବା ଯୋଗୁଁ ଦେଶରେ ସଙ୍କଟ ସ୍ଥିତି ଉପୁଜିବ । ଏହାସହ ଖାଦ୍ୟସାମଗ୍ରୀର ଦରଦାମ ହୁହୁ ହୋଇ ବଢିଚାଲିବ ବୋଲି ମଧ୍ୟ ସେ କହିଛନ୍ତି । ଆଉ ଯଦି ତାଙ୍କର ଏହି ଭବିଷ୍ୟବାଣୀ ସତ ହୁଏ ତେବେ ସତରେ ଭାରତର ଅବସ୍ଥା କଣ ହେବ ତାହା ଚିନ୍ତା କରି ଅନେକ ଭୟଭୀତ ହୋଇ ପଡ଼ୁଛନ୍ତି ।
ବୁଲଗେରିଆର ଷ୍ଟୁମିକାରେ ୧୯୧୧ରେ ଜନ୍ମ ହୋଇଥିଲେ ବାବା ଭେଙ୍ଗା ଓରଫ ବଙ୍ଗେଲିଆ ପାଣ୍ଡେଭା ଗୁସ୍ତରୋଭା । ତାଙ୍କ ଜନ୍ମର କିଛି ବର୍ଷ ପରେ ସେ ମାଆଙ୍କୁ ହରାଇଥିଲେ ଏବଂ ବାପାଙ୍କୁ ସନ୍ଦିଗ୍ଧ ଗୁପ୍ତଚର ଭାବି ଜେଲଦଣ୍ଡ ହୋଇଥିଲା । ଏହାପରେ ଦୃଷ୍ଟିହୀନ ଥିବାରୁ ଆଖପାଖ ଲୋକଙ୍କ ଦୟାରେ ବଞ୍ଚୁଥିଲେ ବାବା । ବାବା ଭେଙ୍ଗା ଜଣେ ମହିଳା ଥିଲେ ଏବଂ ୧୨ ବର୍ଷ ବୟସରେ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ । କୁହାଯାଏ କି, ବାବା ଭେଙ୍ଗାଙ୍କର ୬୦% ଭବିଷ୍ୟବାଣୀ ସତ ହୋଇ ସାରିଲାଣି ।
ତାଙ୍କ ଦୃଷ୍ଟିଶକ୍ତି ନଷ୍ଟ ହେବାପରେ ସେ ଶୋଇବା ସମୟରେ ଦୁନିଆରେ କଣ ସବୁ ଘଟିବାକୁ ଯାଉଛି ସେସବୁ ତାଙ୍କୁ ଦିଶୁଥିଲା । ଏହାକୁ ସ୍ଵପ୍ନ ଭାବି ସେ ଚୁପ୍ ରହୁଥିଲେ ମଧ୍ୟ କିଛି ଘଟଣା ସତ ହେବା ଦେଖି ସେ ଘଟିବାକୁ ଥିବା ଘଟଣା ସବୁ ଲୋକଙ୍କୁ କହିବାକୁ ଲାଗିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।