ସତ ହେବ କି Baba Vanga ଙ୍କ ଭବିଷ୍ୟବାଣୀ ? ଋଷ ବିଷୟରେ Baba Vanga ଙ୍କ ଏହି ଭବିଷ୍ୟବାଣୀ ବିଷୟରେ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ !

ୟୁକ୍ରେନ ଓ ଋଷ ଯୁଦ୍ଧ ଉପରେ ସାରା ବିଶ୍ଵର ନଜର ରହିଛି । ଏହି ଯୁଦ୍ଧକୁ ନେଇ ପ୍ରତିଦିନ ଅନେକ ଖବର ସାମ୍ନାକୁ ଆସୁଛି । ତେବେ ଏହାରି ମଧ୍ୟରେ ଆଉ ଏକ ରୋଚକ କଥା ସାମ୍ନାକୁ ଆସିଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ୟୁକ୍ରେନ ଓ ଋଷିଆ ଯୁଦ୍ଧ ମଧ୍ୟରେ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ କଥା ପୁଣି ସାମ୍ନାକୁ ଆସିଛି । ବୁଲଗେରିଆର ପ୍ରସିଦ୍ଧ ଜ୍ୟୋତିର୍ବିଦ ଭାଙ୍ଗେଲିଆ ପାଣ୍ଡେଭା ଗୁସ୍ତେରୋଭା ଓରଫ ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା ହେଉଛି ।

ବାବା ଭାଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି, ଆଉ ସେଥିମଧ୍ୟରୁ ଅନେକ ଘଟଣା ସତ୍ୟ ବୋଲି ମଧ୍ୟ ପ୍ରମାଣିତ ହୋଇସାରିଛି । କେତେକ ରିପୋର୍ଟ ଅନୁସାରେ ଋଷିଆ ସମ୍ପର୍କରେ ବାବା ଭାଙ୍ଗା ଦେଇଥିବା ଭବିଷ୍ୟବାଣୀ କେତେକାଂଶରେ ସତ ହେବାକୁ ଲାଗିଛି । ତେବେ ସେ ଋଷିଆ ସମ୍ପର୍କରେ ଦେଇଥିବା ଆଉ କେତେକେ ଭବିଷ୍ୟବାଣୀ ଆଗାମୀ ସମୟରେ ସତ ହେବକି ବୋଲି ଲୋକଙ୍କ ମନରେ ଉଙ୍କି ମାରୁଛି ।

ବାବା ଭାଙ୍ଗା ଭବିଷ୍ୟବାଣୀ କରିଥିଲେ କି, ଋଷିଆ ସାରା ବିଶ୍ବରେ ରାଜ୍ କରିବ ଓ ସାରା ୟୁରୋପ ବଞ୍ଜର ଭୂମିରେ ପରିଣତ ହୋଇଯିବ । କେହି ଚାହିଁଲେ ବି ଋଷିଆକୁ ଅଟକାଇ ପାରିବେ ନାହିଁ । ସବୁକିଛି ବରଫ ଭଳି ତରଳିଯିବ ଓ ଭ୍ଲାଦିମିର ପୁଟିନଙ୍କ ନାମ ଓ ଗୌରବ ଚାରିଆଡେ ମାଡି ଚାଲିବ । ଋଷିଆ ସାମ୍ନାକୁ ଆସିବାକୁ କେହିବି ସାହସ କରିବେ ନାହିଁ । ସେ ସାରା ବିଶ୍ଵକୁ ଶାସନ କରିବେ ବୋଲି ବାବା ଭାଙ୍ଗା ଭବିଷ୍ୟବାଣୀ କରିଥିଲେ ।

ମୃତ୍ୟୁ ପୂର୍ବରୁ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରି ଯାଇଥିଲେ ବାବା ଭାଙ୍ଗା । ଏବେ ପର୍ଯ୍ୟନ୍ତ ତାଙ୍କର ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି ବୋଲି ଅନେକ ରିପୋର୍ଟରୁ ଜଣାପଡିଛି । ନିଜ ଭବିଷ୍ୟବାଣୀ ପାଇଁ ପ୍ରଶିଦ୍ଦ ବାବା ଭାଙ୍ଗା ୧୯୧୧ ମସିହାରେ ଜନ୍ମ ହୋଇଥିଲେ । ମାତ୍ର ୧୨ ବର୍ଷ ବୟସରେ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିବା କୁହାଯାଏ । ବୁଲଗେରିଆ ବାସିନ୍ଦା ବାବା ଭାଙ୍ଗା ଜଣେ ଫକିର ଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଥିବା ବେଳେ ଅନେକ ଭୁଲ ସାବ୍ୟସ୍ତ ବି ହୋଇଛି ।

ତାଙ୍କର ମୃତ୍ୟୁ ୧୯୯୬ରେ ହୋଇଯାଇଛି । ସୂଚନା ଅନୁସାରେ ୨୦୦୪ରେ ଆସିଥିବା ସୁନାମୀ ସମ୍ପର୍କରେ ସେ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ । ସେହିପରି ୨୦୧୧ରେ ପଙ୍ଗପାଳ ସାରା ବିଶ୍ଵକୁ ନଷ୍ଟ କରିଦେବେ ବୋଲି କହିଥିଲେ ବାବା ଭାଙ୍ଗା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।