୭ ଫେରା ପରେ ବୋହୁ ହେଲା ଫେରାର, ଆଉ ତା ପରେ ହେଲା ଏମିତି

ଜୟପୁର, ଆମର ସମାଜରେ କେତେ ପ୍ରକାରର ସମ୍ବନ୍ଧ ରହି ଥାଏ, କିନ୍ତୁ ଏହି ସବୁ ଛାଡି ଦେଲା ପରେ ସ୍ତ୍ରୀ ଓ ସ୍ଵାମୀର ସମ୍ବନ୍ଧ ଜୀବନରେ ସବୁଠୁ ଅଲଗା ହୋଇଥାଏ । ତାଙ୍କର ପୁରା ଭରସା ଗୋଟିଏ କଥା ଉପରେ ରହିଥାଏ ସେଟା ହେଉଛି ପରସ୍ପରର ଭିତରେ ଥିବା ଭଲପାଇବା । ଯଦି ସେହି ସମ୍ବନ୍ଧ ମଧ୍ୟରେ କିଛି ଭୁଲ ବୁଝାମଣା ହେଇଯାଏ ସମ୍ପର୍କ ପୁରା ତୁଟି ଯିବାକୁ ବେସୀ ସମୟ ଲାଗିନଥାଏ । ଆଜି ଆମେ ଆପଣଙ୍କୁ ବାହାଘର ବିଷୟରେ ଏମିତି କଥା କହିବାକୁ ଯାଉଛୁ ଯେ ସେହି ବାହାଘରକୁ ଦୁନିଆର ସବୁଠୁ ଛୋଟ ବାହାଘର କୁହାଯାଉଛି ।

କିଛି ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଲା ଯେ, କୁବେତ ସହରରୁ ଏହି କଥା ସାମନାକୁ ଆସିଲା । ଯେଉଁଠି କି ଦୁହେଁ ବର ଓ କନ୍ୟା କୋର୍ଟରେ ବାହାହେବେ ବୋଲି ଯାଇ ପହଞ୍ଚିଥିଲେ । ତାପରେ କିଛି ସମୟ ପରେ ଝିଅଟି ଖସିପଡି ତଳେ ପଡ଼ିଯାଇଥିଲେ ।

 

ଝିଅଟି ପଡିଯିବା ପରେ ପୁଅଟି ଝିଅକୁ ପାଗେଳି ବୋଲି କହିଦେଲା । ସେହି କଥାକୁ ଶୁଣି ଝିଅଟି ରାଗିଯାଇ କାଗଜ ଉପରେ ସାଇନ ତ କରିଦେଲା ହେଲେ ତାର କିଛି ସମୟ ପରେ ସେ ସେଠାରୁ ଚାଲିଯାଇଥିଲା । ତାପରେ ଆସି ସେ ଜଜଙ୍କ ସାମ୍ନାରେ କହିଲା ଯେ ବାହାଘରକୁ ରଫା ଦଫା କରିଦିଅନ୍ତୁ । ଲୋକ ମାନେ ସେଠାରେ କରିଥିବା ଭିଡିଓ କୁ ସୋସିଆଲ ମିଡିଆରେ ଭାଇରାଲ କରିଦେଲେ । ତା ପରେ ଲୋକ ମାନେ ତାକୁ ବୁଝେଇବାକୁ ଚେଷ୍ଟା କଲେ ଓ ତାର ସମର୍ଥନ ସମସ୍ତେ କଲେ ।

କିଛି ଲୋକମାନେ କହିଲେ କି ଝିଅ ଠିକ କହୁଛି ଓ ତାକୁ ସମର୍ଥନ କଲେ । ତାପରେ ଆପଣଙ୍କୁ କହି ରଖୁଛୁ ଯେ କିଛି ଦିନ ପୂର୍ବରୁ ଅହମଦାବାଦ ରେ ଆଉ ଏକ ଏମିତି ବାହାଘର ଦେଖିବାକୁ ମିଳିଥିଲା । ଯାହାକି ସେମାନେ କିଛି ସମୟ ପୂର୍ବରୁ ବାହା ହୋଇଥିବା ବେଳେ ଦୁହେଁ ବର ଓ କନ୍ୟା ବାହାଘର ଭାଙ୍ଗି ଦେଇ ସେଠାରୁ ଚାଲିଯାଇଥିଲେ ।

ସେଠିକାର ଲୋକଙ୍କର କହିବା କଥା ଅନୁସାରେ ସେଠାରେ ବହୁତ ଧୁମ ଧାମରେ ବାହାଘର ହୋଇଥିଲା । ବାହାଘର ହୋଇସାରିଲା ପରେ ଉଭୟ ପକ୍ଷର ଲୋକ ମାନେ ଖାଇବା ପାଇଁ ଟେବୁଲ ଉପରେ ବସିଥିଲେ । ତାପରେ କିଛି ସମୟ ପରେ କୌଣସି ଏକ କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଓ ସେହି ପାଟି ତୁଣ୍ଡ ଏତେ ଜୋରରେ ବଢି ଯାଇଥିଲା ଯେ ତାଙ୍କୁ କେହି ଅଟକାଇ ପାରିଲେ ନାହିଁ ।

ଯାହା ଫଳର ଦୁହେଁ ଦୁହିଁଙ୍କୁ ମଣ୍ଡପରେ ଛାଡି ପଳାଇ ଯିବାକୁ ନିସ୍ପତି ନେଲେ । ସେଠାରେ ଏମିତି ପରିସ୍ଥିତି ହୋଇଥିଲା ଯେ ଦୁହେଁ ବାହା ହୋଇଥିବା ମଧ୍ୟ ଭୁଲି ଯାଇଥିଲେ । ତାପରେ କିଛି ସମୟ ଗଲା ପରେ ତାଙ୍କ ମଧ୍ୟରେ ଛାଡପତ୍ର ହୋଇ ଯାଇଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।