7 ଦିନରେ ଘରେ ଆସି ପହଞ୍ଚିବ DL, ଜାଣନ୍ତୁ ନିଜେ ଘରେ ବସି DL ପାଇଁ କିଭଳି ଆବେଦନ କରିବେ

ଏଥର ଘରେ ବସି କରିପାରିବେ DL । ମାତ୍ର ୭ ଦିନରେ ଘରେ ପହଞ୍ଚିଯିବ ଲାଇସେନ୍ସ । କାରଣ ଆରଟିଓ ନଯାଇ ଅନଲାଇନ ମଧ୍ୟରେ ଆପଣ ଆବେଦନ କରିପାରିବେ । ସଡକ ପରିବହନ ନିୟମ ଅନୁଯାୟୀ ସମସ୍ତ ଦୁଇଚକିଆ ଠାରୁ ଆରମ୍ଭ କରି ସମସ୍ତ ଗାଡି ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ଜରୁରୀ ହୋଇଥାଏ । କିନ୍ତୁ ଅନେକ ସମୟରେ ଏହି ଡ଼ିଏଲ ବନାଇବା ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେବାକୁ ପଡିଥାଏ । କିନ୍ତୁ ଏବେ ଆପଣ ଘରେ ବସି ସରଳ ଉପାୟରେ ତିଆରି କରିପାରିବେ ଏହି ଲାଇସେନ୍ସ ।

ଡ୍ରାଇଭିଂ ଲାଇସେନ୍ସ ପାଖରେ ଥିବାର ସବୁଠୁ ବଡ ଫାଇଦା ହେଉଛି ଏହା ଥିଲେ ଆପଣ ଜୋରିମାନାରୁ ବଞ୍ଚିପାରିବେ । ଆପଣ ଆରଟିଓ ଯାଇ ଫର୍ମ ଦାଖଲ କରି ଲାଇସେନ୍ସ ପାଇପାରିବେ । ଏହାସହ ଭାରତ ସରକାର ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟାକୁ ଡିଜିଟାଲାଇଜେସନ କରିଛନ୍ତି । ଅନଲାଇନ ପ୍ରକ୍ରିୟା ଅନୁସରଣ କରି ଆପଣ ଅତି ସହଜରେ ଏକ ଲାଇସେନ୍ସ ପାଇପାରିବେ । ଧାରା ୪ ଅନୁଯାୟୀ ଭାରତ ସରକାର ପ୍ରତ୍ଯେକ ଭାରତୀୟଙ୍କୁ ଏକ ଲର୍ଣ୍ଣର ଲାଇସେନ୍ସ ରଖିବାକୁ ଅନୁମତି ଦେଇଛନ୍ତି ।

ବିଶେଷ କଥା ହେଉଛି ଡ୍ରାଇଭିଂ ଲାଇସେନ୍ସ କେବଳ ୧୬ ବର୍ଷ ବୟସରେ ହିଁ ମିଳିପାରିବ । କିନ୍ତୁ ଏହି ଲାଇସେନ୍ସ ସହ ଆପଣ କେବଳ ଗିୟର ବିନା ଗାଡି ଅଥବା ସ୍କୁଟି ଚଳେଇ ପାରିବେ । ଯଦି ଆପଣ ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି କିମ୍ବା ସ୍ଥାୟୀ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଅତି ସହଜରେ ଲାଇସେନ୍ସ ପାଇପାରିବେ ।

ତେବେ ଡିଜିଟାଲ ଭାବେ ଲର୍ଣ୍ଣର ଲାଇସେନ୍ସ ମିଳିପାରିବ । ସ୍ଥାୟୀ ଲାଇସେନ୍ସ ପାଇବାକୁ ହେଲେ ଆପଣଙ୍କୁ ଆରଟିଓ ଯିବାକୁ ପଡିବ । ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରିବାକୁ ହେଲେ ଅଫିସିଆଲ ସାଇଟରେ ଆପଣଙ୍କୁ ଏହାର ସଂପୂର୍ଣ୍ଣ ତାଲିକା ମିଳିଯିବ । ଯେଉଁଥିରୁ ଆପଣଙ୍କୁ ଲର୍ଣ୍ଣର ଲାଇସେନ୍ସର ବିକଳ୍ପ ବାଛିବାକୁ ପଡିବ । ଏଠାରେ ଆପଣଙ୍କୁ ଆଧାରକାର୍ଡର ବିବରଣୀ ମଧ୍ୟ ପ୍ରବେଶ କରାଇବାକୁ ହେବ । ଏହାସହ ମୋବାଇଲ ନମ୍ବରରେ ଏକ ଓଟିପି ମଧ୍ୟ ଆସିବ ।

ସମସ୍ତ ତଥ୍ୟ ଦେବା ପରେ ଆପଣଙ୍କୁ ଦେୟ ବିକଳ୍ପ ଚୟନ କରିବାକୁ ପଡିବ । ଯଦି ଏହି ପ୍ରକ୍ରିୟାରେ ଆବେଦନ କରନ୍ତି ତେବେ ଡ୍ରାଇଭିଂ ଲାଇସେନ୍ସ ୭ ଦିନ ମଧ୍ୟରେ ସିଧାସଳଖ ଆପଣଙ୍କ ଘରେ ଯାଇ ପହଞ୍ଚିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।