ସୋମବାର ଦିନ ଆପଣ ଯଦି ଏହିଭଳି କିଛି ଉପାୟକୁ ନିଜର ହୃଦୟର ସହିତ କରୁଛନ୍ତି ତେବେ ଆପଣଙ୍କୁ ବିଭିନ୍ନ ଲାଭ ମିଳିଥାଏ । ଶାସ୍ତ୍ର ଅନୁସାରେ ସୋମବାର ଦିନ ଭଗବାନ ଶିବଙ୍କର ହୋଇଥାଏ । ଏହି ଦିନରେ ଭଗବାନ ଶିବଙ୍କର ପୂଜା କରିବା ଦ୍ଵାରା ଏବଂ ମନ୍ଦିରକୁ ଯାଇ ଶିବଲିଙ୍ଗର ଦର୍ଶନ କରିବା ଦ୍ଵାରା ବିଭିନ୍ନ ଅସୁବିଧାରୁ ଆପଣ ମୁକ୍ତି ପାଇଯିବେ । ଏହି ଦିନରେ ଯଦି ବିବାହିତା ନାରୀ ଭଗବାନ ଶିବଙ୍କର ପୂଜା କରୁଛନ୍ତି ତେବେ ତାଙ୍କ ସ୍ଵାମୀଙ୍କର ଆୟୁ ମଧ୍ୟ ବୁଦ୍ଧି ହୋଇଥାଏ । ଏବଂ ଭଗବାନ ଶିବ ସେମାନଙ୍କର ସ୍ଵାମୀଙ୍କର ରକ୍ଷା କରିଥାନ୍ତି ।
ସୋମବାର ଦିନ କରନ୍ତୁ ଏହି ଉପାୟକୁ –
ବିବାହ ଜଲ୍ଦି ହେବ
ଯେଉଁ ବ୍ୟକ୍ତିମାନଙ୍କର ବିବାହ ହେଉ ନାହିଁ କିମ୍ବା ନିଜର ବୈବାହିକ ଜୀବନରେ ସମସ୍ୟା ଅଛି ତେବେ ସେମାନେ ସୋମବାର ଦିନ ଯାଇ ଗୌରି – ଶଙ୍କରଙ୍କ ମନ୍ଦିରରେ ରୁଦ୍ରାକ୍ଷ ଚଢାନ୍ତୁ । ରୁଦ୍ରାକ୍ଷ ଚଢାଇବା ପୂର୍ବରୁ ପ୍ରଥମେ ଆପଣ ଏହାକୁ ଗଙ୍ଗା ପାଣିରେ ରଖନ୍ତୁ ଏହା ପରେ ମନ୍ଦିରକୁ ଯାଇ ପ୍ରଥମେ ଗୌରି ଏବଂ ଶଙ୍କର ଭଗବାନଙ୍କର ପୂଜା କରନ୍ତୁ ଏବଂ ପୂଜା ହେବା ପରେ ରୁଦ୍ରାକ୍ଷକୁ ତାଙ୍କ ମୂର୍ତି ସାମନାରେ ରଖି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ।
ଭଗବାନଙ୍କୁ ବେଲ ପତ୍ର ଅର୍ପଣ କରନ୍ତୁ
ସୋମବାର ଦିନ ମନ୍ଦିରକୁ ଯାଇ ଶିବଲିଙ୍ଗକୁ ପୂଜା କରନ୍ତୁ ଏବଂ ଗୋଟିଏ ବେଲ ପତ୍ରରେ ଚନ୍ଦନ ଲଗାଇ ତାହାକୁ ଶିବଲିଙ୍ଗ ଉପରେ ଚଢାନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ ହୋଇଯିବ ।
ରୁଦ୍ରାକ୍ଷର ମାଲାର ଜପ କରନ୍ତୁ
ସବୁ ସୋମବାର ଦିନ ଶିବଙ୍କ ମନ୍ଦିରକୁ ଯାଇ ଆପଣ ଗୋଟିଏ ରୁଦ୍ରାକ୍ଷର ମାଲା ନେଇ ସେହି ମାଳା ସହ ‘ଓଁ ନମୋ ଧନଦାୟ ସ୍ୱାହା’ ମନ୍ତ୍ରର ଜପ ୧୧ ଥର କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଧନ ଲାଭ ହେବ ।
ମହାମୃତ୍ଯୁଂଯୟ ମନ୍ତ୍ରର ଜପ
ସୋମବାର ଦିନ ମହାମୃତ୍ଯୁଂଯୟ ମନ୍ତ୍ର ଜପ କରିବା ଦ୍ଵାରା ବିଶେଷ ଲାଭ ମିଳିଥାଏ । ଏହାକୁ ଆପଣ ରୁଦ୍ରାକ୍ଷ ମାଲ ସହିତ ୧୦୮ ଥର ମନ୍ତ୍ରକୁ ବୋଲନ୍ତୁ ।
ଗରିବ ଲୋକମାନଙ୍କୁ ଅନ୍ନ ଦାନ କରନ୍ତୁ
ସୋମବାର ଦିନ ଶିବଙ୍କର ମନ୍ଦିରକୁ ଯାଇ ତାଙ୍କୁ କ୍ଷୀର ଏବଂ ଜଳ ଅର୍ପଣ କରି ପୂଜା କରନ୍ତୁ । ପୂଜା କରିବା ପରେ ମନ୍ଦିର ବାହାରେ ବସିଥିବା ଗରିବ ଲୋକମାନଙ୍କୁ ଅନ୍ନ ଏବଂ କିଛି ଟଙ୍କା ଦାନ କରନ୍ତୁ ।
ବିବାହିତ ଜିନିଷ ଦାନ କରନ୍ତୁ
ସ୍ଵାମୀଙ୍କର ଭଲ ସ୍ୱାସ୍ଥ୍ୟ ଏବଂ ଲମ୍ବା ଆୟୁ ପାଇଁ ସୋମବାର ଦିନ ବିବାହିତ ଜିନିଷ ଯେପରି କି ସିନ୍ଦୁର, ଲାଲୀ କପଡା ଏବଂ ଚୁଡି ଇତ୍ୟାଦି ଦାନ କରନ୍ତୁ ।