ଶାସ୍ତ୍ରରେ ଲେଖା ଅଛି ଯେଉଁ ଘରର ମନ୍ଦିରରେ ଥାଏ ଏହି ୩ନୋଟି ଜିନିଷ, ସେହି ଘରେ ମା ଲକ୍ଷ୍ମୀ କରନ୍ତି ବାସ

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ହିନ୍ଦୁ ଧର୍ମରେ ପୂଜା ପାଠର ଅଧିକ ମହତ୍ଵ ଅଛି । ସମସ୍ତେ ନିଜ ଘରେ ଏକ ଛୋଟ ମନ୍ଦିର ବନାଇଥାନ୍ତି । ଯେଉଁଠି ସେମାନେ ଦିନ ରାତି ପୂଜା କରିଥାନ୍ତି । କିନ୍ତୁ ସମସ୍ତଙ୍କୁ ଏହା ଜାଣିନେବା ଉଚିତ କି ପୂଜା କରିବା ସମୟରେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ । ଯଦି ଆପଣଙ୍କ ଦ୍ଵାରା କିଛି ଭୁଲ ହୋଇଯାଉଛି ତେବେ ଏହାର ଖରାପ ପରିଣାମ ଆପଣଙ୍କୁ ଭୋଗିବାକୁ ପଡିବ । ଆପଣ ପୂଜା ପାଠ କରିବା ସମୟରେ ସଠିକ ନିୟମ ଏବଂ ବିଧି ବିଧାନ ଜାଣିବା ନିଶ୍ଚିତ ଦରକାର ଯାହାଦ୍ୱାରା ଏହାର ଭଲ ଫଳ ଆପଣଙ୍କୁ ପ୍ରାପ୍ତ ହେବ ।

ଶାସ୍ତ୍ର ଅନୁସାରେ ପୂଜାର ସ୍ଥାନ ସବୁବେଳେ ଐଶାନ୍ୟ କୋଣରେ ହିଁ ରହିବା ଉଚିତ । ଆପଣଙ୍କର ଘରର ମନ୍ଦିରରେ ସବୁବେଳ ଅଧିକ ଦେବା ଦେବୀଙ୍କର ଫଟୋ ରଖିବେ ନାହିଁ ଏବଂ ସବୁବେଳ ଘରର ମନ୍ଦିରକୁ ସଫା ସୁତୁରା ରଖନ୍ତୁ । ଆଜି ଆମେ ଆପଣ ମାନଙ୍କୁ ମନ୍ଦିରରେ କଣ ରଖିବା ଉଚିତ ଏବଂ କଣ ରଖିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।

ତେବେ ଆସନ୍ତୁ ଜାଣିବା କେଉଁ ୩ ଟି ଜିନିଷ ଘରର ମନ୍ଦିରରେ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ –

ଚନ୍ଦନ

ଚନ୍ଦନକୁ ଶାନ୍ତି ଏବଂ ଶିତଳତାର ପ୍ରତୀକ କୁହାଯାଇଥାଏ । ସେଥିପାଇଁ ସମସ୍ତେ ପୂଜା ପାଠ ଏବଂ ଅନ୍ୟ କାର୍ଯ୍ୟରେ ଚନ୍ଦନର ବ୍ୟବହାର କରିଥାନ୍ତି । ସମସ୍ତେ ଚନ୍ଦନର ଟୀକା ଏଥିପାଇଁ ଲଗାଇଥାନ୍ତି କି ମସ୍ତିସ୍କ ଥଣ୍ଡା ରହିଥାଏ ଏବଂ ଆପଣଙ୍କର ମନ ଶାନ୍ତ ରହିଥାଏ । ସେଥିପାଇଁ ଆପଣ ନିଜ ମନ୍ଦିରରେ ଚନ୍ଦନ ରଖନ୍ତୁ ।

ଆଚମନ

ଗୋଟିଏ ଛୋଟ ତମ୍ବାର ପାତ୍ରରେ ଜଳ ଏବଂ ତୁଳସୀ ପତ୍ର ପୂଜା କରିବା ସମୟରେ ରଖା ଯାଇଥାଏ ତାହାକୁ ଆଚମନ କୁହା ଯାଇଥାଏ । ଆଚମନକୁ ବହୁତ ଶୁଭ ବୋଲି କୁହାଯାଏ । ଯିଏ ଏହାକୁ ଗ୍ରହଣ କରିଥାଏ ତାହାର ମନ ଶାନ୍ତ ରହିଥାଏ ।

ପଞ୍ଚାମୃତ

ଯେମିତି ଆପଣ ସମସ୍ତେ ଜାଣନ୍ତି କି ପଞ୍ଚାମୃତର ବ୍ୟବହାର ପୂଜା ସମୟରେ କରାଯାଇଥାଏ । ପଞ୍ଚାମୃତ ଦୁଧ, ଦହି, ମଧୁ, ଘିଅ ଏବଂ ଗୁଡ ଦ୍ଵାରା ତିଆରି କରା ଯାଇଥାଏ । ଯଦି ଆପଣ ଏହାର ଗ୍ରହଣ କରିବେ ତେବେ ଏହା ଆପଣଙ୍କର ଶରୀରର ସବୁ ରୋଗ ଗୁଡିକ ସହିତ ଲଢିବା ପାଇଁ କ୍ଷମତା ପ୍ରାପ୍ତ ହୋଇଥାଏ ।

ଉପୋରୋକ୍ତ ଯେଉଁ ତିନୋଟି ଜିନିଷ ଆମେ ଆପଣଙ୍କୁ କହିଲୁ ଯଦି ଆପଣ ସେହି ଜିନିଷ କୁ ନିଜ ମନ୍ଦିରରେ ରଖୁଛନ୍ତି ତେବେ ସେଥିରୁ ଆପଣଙ୍କୁ ବହୁତ ଲାଭ ମିଳିବ। ସେଥିପାଇଁ ସେହି ସବୁ ଜିନିଷ କୁ ନିଜ ମନ୍ଦିରରେ ଅବଶ୍ୟ ସ୍ଥାନ ଦିଅନ୍ତୁ।