ଆପଣ ମାନେ ସମସ୍ତେ ଜାଣିଛନ୍ତି କି ଆମ ଶରୀର ପାଇଁ ପାଣି କେତେ ଆବଶ୍ୟକ ଅଟେ । ପାଣି ବିନା ଆମେ ବଞ୍ଚିପାରିବା ନାହିଁ । ଆମ ଶରୀର ଅଧିକାଂଶ ପାଣି ଦ୍ଵାରା ହି ଗଠିତ । ଏଥିପାଇଁ ପାଇଁ କୁହାଯାଇ ଥାଏ କି ଜଳ ହିଁ ଜୀବନ । ଯଦି ଆମେ ପ୍ରଚୁର ମାତ୍ରାରେ ପାଣି ପିଇବା ତାହେଲେ ଆମ ଶରୀର ସୁସ୍ଥ ରହିବ । କିନ୍ତୁ ଆମ ଶରୀରରେ ପାଣିର ଅଭାବ ହେଲେ ଆମକୁ କେତେକ ପ୍ରକାର ରୋଗ ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ୩ଟି ଲକ୍ଷଣ ବିଷୟରେ କହବୁ ଯାହା ପାଣି କମ ହେବା ଦ୍ଵାରା ଆମ ଶରୀରରେ ଦେଖାଯାଇ ଥାଏ ।
ଆମ ଶରୀରରେ ପାଣିର ପରିମାଣ କମିବା ଦ୍ଵାରା ଆମକୁ ମୁଖ୍ଯତଃ ଡିହାଇଡ୍ରେଶନ ଏବଂ ଷ୍ଟୋନ ଭଳି ରୋଗ ହୋଇ ଥାଏ । ଯେତବେଳେ ଆପଣଙ୍କ ଶରୀରରେ ପାଣିର ପରିମାଣ କଣ ହୋଇ ଯାଇଥାଏ ସେହି ସମୟରେ ଆପଣଙ୍କ ମୁଣ୍ଡରେ ବହୁତ କଷ୍ଟ ହୋଇଥାଏ । ବହୁତ ଲୋକ ସବୁବେଳେ ମୁଣ୍ଡବିନ୍ଧା ସମସ୍ୟା ପାଇଁ ଚିନ୍ତିତ ଥାନ୍ତି । ଯଦି ଆପଣଙ୍କ ସହିତ କେବେ ଏମିତି ହୋଇଥାଏ ତାହେଲେ ଆପଣ ବୁଝିଯିବେ କି ଆପଣଙ୍କ ଶରୀରରେ ପାଣିର ପରିମାଣ ବହୁତ କମ ହୋଇ ଯାଇଛି । ଏଥିପାଇଁ ଆପଣ ଧୀରେ ଧୀରେ ଅଧିକ ପାଣି ପିଅନ୍ତୁ । ଯେତବେଳେ ଆପଣଙ୍କ ଶରୀରରେ ପାଣିର ପରିମାଣ ଅଧିକ ହୋଇଯିବ ସେତବେଳେ ଆପଣଙ୍କର ମୁଣ୍ଡବିଦ୍ଧା ଭଲ ହୋଇଯିବ ।
ଆପଣଙ୍କ ଶରୀରରେ ପାଣିର ପରିମାଣ କମ ହେବା କାରଣରୁ ଆପଣଙ୍କ କିଡନୀ ମଧ୍ୟ ଠିକ ଭାବରେ କାମ କରିନଥାଏ । ଯେଉଁ କାରଣରୁ ଆପଣଙ୍କ ପରିସ୍ରାର ରଙ୍ଗ ହଳଦିଆ ଦେଖାଯାଇ ଥାଏ । ଏହା ଛଡା କିଡନୀ ଠିକ ଭାବରେ କାନ ନକରିବାରୁ ଆପଣଙ୍କ ମୁହଁରୁ ବହୁତ ଖରାପ ଗନ୍ଧ ବାହାରି ଥାଏ ଯାହା ଦାନ୍ତ ଘଷିବା ପରେ ମଧ୍ୟ ଯାଇ ନଥାଏ । ଯଦି ଆପଣଙ୍କ ସହିତ ଏମିତି କେବେ ହୁଏ ତାହେଲେ ଆପଣ ଅତ୍ୟଧିକ ମାତ୍ରାରେ ପାଣି ପିଅନ୍ତୁ ।
ଆମ ଶରୀରରେ ପାଣି କମ ହେବା ଦ୍ଵାରା ଆମ ତ୍ଵଚା ଶୁଷ୍କ ହୋଇଯାଇ ଥାଏ । ଯେଉଁ କାରଣରୁ ଆପଣଙ୍କୁ ଛୋଟ ଆଘାତ ଲାଗିବା ଦ୍ଵାରା ମଧ୍ୟ ଦାଗ ହୋଇଯାଇ ଥାଏ ।