ଭାରତର ସବୁଠୁ ଅଧିକ ଜନସଂଖ୍ୟା ଥିବା ଟପ ୫ଟି ସହର, ନମ୍ବର ୧ର ନାମ ଜାଣିବା ପରେ ବିଶ୍ଵାସ ହେବ ନାହିଁ

ଭାରତକୁ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ଦେଶ ବୋଲି ବିବେଚନା କରାଯାଇ ଥାଏ । ଭାରତରେ ଏମିତି କିଛି ସହର ଅଛି ଯାହାର ଅଭିବୃଦ୍ଧି ହାର ବହୁତ ଦ୍ରୁତ ଅଟେ । ଆଜି ଆମେ ଆପଣଙ୍କୁ ଭାରତର ଏମିତି ପାଞ୍ଚଟି ସହର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଭାରତର ସବୁଠାରୁ ଅଧିକ ଜନସଂଖ୍ୟା ରହୁଛନ୍ତି । ତାହେଲେ ଚାଲନ୍ତୁ ଜାଣିବା ଭାରତର ୫ଟି ସବୁଠାରୁ ଅଧିକ ଜନସଂଖ୍ୟା ଥିବା ସହର ବିଷୟରେ ।

୧ – ମୁମ୍ବାଇ, ମହାରାଷ୍ଟ୍ର

ମୁମ୍ବାଇକୁ ଭାରତର ସବୁଠାରୁ ଅଧିକ ଜନସଂଖ୍ୟାର ସହର ବୋଲି କୁହାଯାଇଥାଏ । ମୁମ୍ବାଇ ମହାରାଷ୍ଟ୍ରର ରାଜଧାନୀ ଅଟେ, ଏହାଛଡା ମୁମ୍ବାଇକୁ ଭାରତର ଆର୍ଥିକ ରାଜଧାନୀ ଭାବରେ ମଧ୍ୟ ବିବେଚନା କରାଯାଇ ଥାଏ । ମୁମ୍ବାଇ ଭାରତର ଏକ ପ୍ରସିଦ୍ଧ ସହର ଅଟେ ଯେଉଁଠାର ଜନସଂଖ୍ୟା ପ୍ରାୟ ୨୧.୩ ମିଲିୟନ ଅଟେ । ମୁମ୍ବାଇକୁ ମାୟାନଗରୀ ନାମରେ ମଧ୍ୟ ବିବେଚନା କରାଯାଇ ଥାଏ । ମୁମ୍ବାଇ ଏକ ଏମିତି ସହର ଅଟେ ଯେଉଁଠାରେ ପ୍ରତିଦିନ ଲକ୍ଷ ଲକ୍ଷ ତାଙ୍କର ସ୍ଵପ୍ନ ଆଣି ଆସିଥାନ୍ତି ।

୨ – ଦିଲ୍ଲୀ

ସବୁଠାରୁ ଅଧିକ ଜନସଂଖ୍ୟା ବାଲା ସହର ଲିସ୍ଟରେ ଭାରତର ରାଜଧାନୀ ଦିଲ୍ଲୀ ଦ୍ଵିତୀୟ ସ୍ଥାନରେ ଅଛି । ଦିଲ୍ଲୀର ଜନସଂଖ୍ୟା ପ୍ରାୟ ୧୬.୩ ମିଲିୟନ ପାଖାପାଖି ଅଟେ । ଏହାଛଡା ଦିଲ୍ଲୀ ଭାରତର ଦ୍ଵିତୀୟ ସବୁଠାରୁ ବଡ ଧନୀ ସହର ମଧ୍ୟ ଅଟେ ।

୩ – ବାଙ୍ଗାଲୋର, କର୍ଣାଟକ

ସବୁଠାରୁ ଅଧିକ ଜନସଂଖ୍ୟା ସହର ଭିତରେ କର୍ଣାଟକର ରାଜଧାନୀ ବାଙ୍ଗାଲୋର ତୃତୀୟ ନମ୍ବରରେ ଆସୁଛି । ବାଙ୍ଗାଲୋର କୁ ଭାରତର ସିଲିକନ ସିଟି ବୋଲି ମଧ୍ୟ କୁହାଯାଇ ଥାଏ । ଏଠାର ଜନସଂଖ୍ୟା ପ୍ରାୟ ୮ ମିଲିୟନ ପାଖାପାଖି ଅଟେ ।

୪ – ହାଇଦ୍ରାବାଦ, ତେଲେଙ୍ଗାନା

ହାଇଦ୍ରାବାଦ ତେଲେଙ୍ଗାନା ରାଜ୍ୟର ରାଜଧାନୀ ଅଟେ ଏବଂ ଏହା ଭାରତର ଚତୁର୍ଥ ଅଧିକ ଜନସଂଖ୍ୟା ଥିବା ସହର ଅଟେ । ହାଇଦ୍ରାବାଦ କୁ ଭାରତର ଏକ ସୁନ୍ଦର ସହର ବୋଲି କୁହା ଯାଇଥାଏ ଏବଂ ଏଠାକାର ଜନସଂଖ୍ୟା ୬.୭ ମିଲିୟନ ଅଟେ ।

୫ – ଅହମଦାବାଦ, ଗୁଜୁରାଟ

ଅହମଦାବାଦ ଗୁଜୁରାଟର ସବୁଠାରୁ ବଡ ସହର ଅଟେ ଯାହାର ଜନସଂଖ୍ୟା ପ୍ରାୟ ୫.୫୭ ମିଲିୟନ ଅଟେ । ଅହମଦାବାଦ ଏକ ସୁନ୍ଦର ସହର ଅଟେ ଯାହା ସାବରମତି ନଦୀ କୂଳରେ ଅବସ୍ଥିତ ଅଟେ । ଭାରତର ସବୁଠାରୁ ଦ୍ରୁତ ଭାବରେ ବଢୁଥିବା ସହର ମାନଙ୍କ ମଧ୍ୟରୁ ଅହମଦାବାଦକୁ ଗୋଟିଏ ବୋଲି କୁହାଯାଇ ଥାଏ ।