ଯଦି ଶରୀରରେ ଦେଖାଯାଏ ଏମିତି ଚେଞ୍ଜେସ ତ ତୁରନ୍ତ କରନ୍ତୁ ପ୍ରେଗନେଂସି ଟେଷ୍ଟ, ନ ହେଲେ ପଡିପାରେ ପସ୍ତେଇବାକୁ

ମା’ ହେବା ଏକ ସବୁଠୁ ସୁନ୍ଦର ଅନୁଭବ ଅଟେ । ସେଥିପାଇଁ ଏହି ଦୁନିଆରେ ସମସ୍ତ ମହିଳାମାନଙ୍କୁ ଭଗବାନଙ୍କର ଦର୍ଜା ଦିଆଯାଇଛି । ଏହାର କାରଣ ତାହାର ମମତା ହୋଇଥାଏ । କୁହନ୍ତି କି ଏକ ଶିଶୁର ଜନ୍ମ ହେବା ପରେ ସେହି ମହିଳାର ଦ୍ଵିତୀୟ ଜନ୍ମ ହୋଇଥାଏ । କିନ୍ତୁ କିଛି ମହିଳା ଏମିତି ବି ଅଛନ୍ତି ଯେଉଁମାନେ ଜଲ୍ଦି ମା’ ହେବାକୁ ଚାହାନ୍ତି ନାହିଁ । ତାଙ୍କୁ ସବୁବେଳେ ନିଜର ଗର୍ଭବତୀ ହେବାର ଡର ଲାଗି ରହିଥାଏ ।

ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏମିତି କିଛି ସଂକେତ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଯଦି ନିଜ ମଧ୍ୟରେ ଆପଣ ଦେଖିବେ ତେବେ ବୁଝି ଯିବେ କି ଆପଣ ମା’ ହେବାକୁ ଯାଉଛନ୍ତି ।

ଏମିତି ବହୁତ ମହିଳା ଅଛନ୍ତି, ଯେଉଁମାନେ ଗର୍ଭବତୀ ହୋଇ ଯାଆନ୍ତି ଓ ତାଙ୍କୁ ଏହା ବିଷୟରେ କିଛି ବି ଜଣା ପଡେ ନାହିଁ । ଏହିଭଳି ପରିସ୍ଥିତି ଉଭୟ ଶିଶୁ ଓ ମା’ ର ଜୀବନ ପ୍ରତି ହାନିକାରକ ହୋଇପାରେ । ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ପ୍ରେଗନେଂସି ସଙ୍କେତ ବିଷୟରେ କହିବୁ ।

କେତେକ ମହିଳାମାନଙ୍କୁ ପ୍ରେଗନେଂସି ସମସ୍ୟାରେ ମୂତ୍ରାଶୟରେ ପ୍ରେଶର ଆସିଥାଏ ଓ ସେମାନଙ୍କୁ ବାରମ୍ବାର ବାଥରୁମ ଯିବାକୁ ପଡିଥାଏ । ଏମିତିରେ ଥରେ ଡାକ୍ତରଙ୍କର ପରାମର୍ଶ ନେଇ ଯାଆନ୍ତୁ । କାରଣ ଏହା ଏକ ପ୍ରେଗନେଂସିର ସଂକେତ ଅଟେ ।

ଯଦି ଆପଣ ଘରର କାମ କରୁଥିବା ସମୟରେ ବାରମ୍ବାର ଥକି ଯାଉଛନ୍ତି ଓ ଏହା ଲଗାତାର ହୋଇ ଚାଲିଛି ତେବେ ଏହି ପରିସ୍ଥିତିରେ ଆପଣ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।

ପ୍ରାୟତଃ ମହିଳାମାନଙ୍କୁ ପ୍ରେଗନେଂସୀ ପୂର୍ବରୁ ବାନ୍ତି ଲାଗିଥାଏ ଓ ଏହା ସହିତ ସ୍ୱାସ୍ଥ୍ୟ ଖରାପ ଲାଗିଥାଏ । ଏମିତିରେ ଏହା ପ୍ରେଗନେଂସିର ସବୁଠୁ ମୁଖ୍ୟ ଲକ୍ଷଣ ଅଟେ । ଯଦି ଆପଣଙ୍କ ସହିତ ବି ଏହିଭଳି ହେଉଛି ତେବେ ନିଜର ଚେକଅପ କରାଇ ନିଅନ୍ତି ।

ଆମେ ସମସ୍ତେ ଜାଣିଛୁ କି ନବଜାତ ଶିଶୁ ପ୍ରଥମେ ନିଜ ମା’ର ହିଁ କ୍ଷୀର ପିଇଥାଏ । ଏମିତିରେ ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ପ୍ରେଗନେଂସିର କିଛି ଦିନ ପରେ ହିଁ ଆପଣଙ୍କର ବ୍ରେଷ୍ଟ ଭାରି ଭାରି ଲାଗିବ । ଏହା ସହିତ ଆପଣଙ୍କର ସ୍ତନର ନିପ୍ପଲ ଅଧିକ କଳା ଓ ଫୁଲିବାକୁ ଲାଗିବ । କାରଣ ସେହି ସମୟରେ ଆପଣଙ୍କର ଶରୀର ଭିତରେ କ୍ଷୀର ପ୍ରସ୍ତୁତ ହେବା ଆରମ୍ଭ ହୋଇଯାଏ ।

ପ୍ରେଗନେଂସିର ସବୁଠୁ ପ୍ରଥମ ସଂକେତ ଏହା ଅଟେ କି ବିବାହ ପରେ ପିରିୟଡ୍ସ ଅଚାନକ ବନ୍ଦ ହୋଇଯିବା । ଯଦି ଆପଣଙ୍କୁ ସଠିକ ସମୟରେ ପିରିୟଡ୍ସ ଆସି ନ ଥାଏ ତେବେ ବୁଝି ଯାଆନ୍ତୁ କି ଆପଣ ଜଲ୍ଦି ହିଁ ମା’ ହେବାକୁ ଯାଉଛନ୍ତି ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।