ଯଦି ଆପଣଙ୍କ ଶରୀରର ଏହି ସବୁ ଅଙ୍ଗରେ ଅଛି କଳାଜାଇ ତ ଜୀବନ ସାଥି କରିଥାନ୍ତି ବହୁତ ପ୍ରେମ

ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ଅନୁସାରେ ବସ୍ତୁଶାସ୍ତ୍ରର କିଛି ପ୍ରଭାବ ବିଷୟରେ କହିବାକୁ ଯାଉଛୁ । କୁହାଯାଏ କି ଶରୀରର କଳାଜାଇ ଅନୁସାରେ ହୃଦୟର ଅବସ୍ଥା ଜାଣି ହୁଏ । କୌଣସି ବ୍ୟକ୍ତିର ଶରୀରରେ କଳାଜାଇ ହେବା ଏକ ସ୍ୱାଭାବିକ କ୍ରିୟା ଅଟେ । ଯାହାକି ସବୁ ମନୁଷ୍ୟ ସହିତ ହୋଇଥାଏ । ଏମିତି ବହୁତ କମ ଲୋକ ଥିବେ ଯାହାର କଳାଜାଇ ନ ଥିବ । କିନ୍ତୁ ହସ୍ତରେଖା ବିଜ୍ଞାନ ଅନୁସାରେ ଶରୀରର କିଛି ଖାସ ଅଙ୍ଗରେ କଳାଜାଇ ରହିବା ଆପଣଙ୍କ ହୃଦୟର ଅବସ୍ଥା ବି ଜଣାପଡେ ।

ଏହା ଦ୍ବାରା ଜଣା ପଡେ କି ବ୍ୟକ୍ତିର ସ୍ଵଭାଵ କେମିତି ହେବ ଓ ତାହାର ଯୌନ ବ୍ୟବହାର କିପରି ହୋଇଥିବ । ଆଜି ଆମେ ଆପଣଙ୍କୁ ଶରୀର କେଉଁ ଅଙ୍ଗରେ କଳାଜାଇ ଥିଲେ ଏହା ପ୍ରେମର ଚିହ୍ନ ହୋଇଥାଏ ସେହି ବିଷୟରେ କହିବୁ ।

ଯଦି ଆପଣଙ୍କ ମୁଣ୍ଡର ମଧ୍ୟ ଭାଗରେ କଳାଜାଇ ଅଛି ତେବେ ଏହା ନିର୍ମଳ ପ୍ରେମର ଚିହ୍ନ ଅଟେ । ଯଦି ଆପଣଙ୍କ ପାର୍ଟନର ମୁଣ୍ଡରେ ମଧ୍ୟ ଭାଗରେ କଳାଜାଇ ଅଛି ତେବେ ଖୁସି ହେବା କଥା କାରଣ ସେ ବି ଆପଣଙ୍କୁ ନିସ୍ୱାର୍ଥ ପ୍ରେମ କରିଥାନ୍ତି । ମୁଣ୍ଡରେ କଳାଜାଇ ହେବା ଟଙ୍କା ପଇସା ବିଷୟରେ ବି କହିଥାଏ । ମୁଣ୍ଡର ଡାହାଣ ପାଖରେ କଳାଜାଇ ଥିଲେ ତେବେ ଏହା ଆପଣଙ୍କ ଟଙ୍କା ସଞ୍ଚୟ କରିବାର ସ୍ଵଭାବକୁ ଦର୍ଶାଇଥାଏ,  କିନ୍ତୁ ଯଦି ଏହା ବାମ ପଟରେ ଥାଏ ତେବେ ଏହା ଅଯଥା ଖର୍ଚ୍ଚର ସ୍ଵଭାବକୁ ଦର୍ଶାଇଥାଏ ।

ଯଦି ଆପଣଙ୍କର ଡାହାଣ ଆଖିରେ କଳାଜାଇ ଅଛି ତେବେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଥିବା ପାର୍ଟନର ମିଳିଯିବ । ଯଦି ଏହା ବାମ ପଟ ଆଖିରେ ଥାଏ ତେବେ ପାର୍ଟନର ସହ ଝଗଡ଼ା ହୋଇପାରେ । ଯଦି ଓଠର ଉପରି ଭାଗରେ କଳାଜାଇ ଅଛି ତେବେ ଏହା ଯୌନ ସମ୍ପର୍କ ବିଷୟରେ ଦର୍ଶାଇଥାଏ । ଯେଉଁ ସ୍ତ୍ରୀଙ୍କ ଓଠରେ କଳାଜାଇ ଥାଏ ସେମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ଏବଂ ସେମାନଙ୍କର ପାର୍ଟନରଙ୍କ ସହ ସମ୍ପର୍କ ବହୁତ ଭଲ ରହିଥାଏ ।

ଯଦି କଳାଜାଇ ଥୋଡିରେ ଥାଏ ତେବେ ଏମାନଙ୍କର ପ୍ରେମ ସମ୍ପର୍କ ବହୁତ କଷ୍ଟଦାୟକ ହୋଇଥାଏ । ତଳ ଓଠରେ କଳାଜାଇ ଥିଲେ ବ୍ୟକ୍ତିର ଧନ ସମ୍ପତ୍ତି ସମ୍ବନ୍ଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଛାତିର ଡାହାଣ ପଟେ କାଲାଯାଇ ଥିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କୌଣସି ମହିଳାର ବେକ କିମ୍ବା ହୃଦୟର ମଝିରେ ଅଛି ତେବେ ଏହା ତାଙ୍କର ରୋମାଣ୍ଟିକ ଭାବନାକୁ ଦର୍ଶାଇଥାଏ । ଏମିତି ମହିଳାଙ୍କର ସ୍ୱାମୀ ବି ଦୀର୍ଘାୟୁ ହୋଇଥାନ୍ତି ଓ ଏମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

ଛାତିର ମଝିରେ କଳାଜାଇ ଥିଲେ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କର ସୁଖୀ ବୈବାହିକ ଜୀବନକୁ ଦର୍ଶାଇଥାଏ । ମହିଳା କିମ୍ବା ପୁରୁଷ କାହାର ଯଦି ଜଙ୍ଘରେ କଳାଜାଇ ଅଛି ତେବେ ସେମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମିତି ଲୋକ ସ୍ୱଭାବରେ ବହୁତ କାମୁକ ଜଣା ପଡନ୍ତି ଓ ଏମାନଙ୍କ ଯୌନ ଜୀବନ ସବୁବେଳେ ସନ୍ତୁଷ୍ଟ ରହିଥାଏ । ଶେଷରେ ଯଦି ଆପଣଙ୍କ ଡାହାଣ ଆଣ୍ଠୁରେ କଳାଜାଇ ଅଛି ।

ତେବେ ଆପଣଙ୍କର ପାର୍ଟନର ସହ ଆପଣଙ୍କ ଗୃହସ୍ତ ଜୀବନ ଖୁସିରେ ବିତିବ । ଯଦି ବାମ ପଟ ଆଣ୍ଠୁରେ କଳାଜାଇ ଅଛି ତେବେ ଏମିତି ପ୍ରେମୀ ପ୍ରେମିକାଙ୍କର ପ୍ରେମ ଜଲ୍ଦି ବିବାହ ପର୍ଯ୍ୟନ୍ତ ପହଞ୍ଚିଯାଏ ।

ଆପଣଙ୍କ ଶରୀରରେ କେଉଁ ସ୍ଥାନରେ କଳାଜାଇ ଅଛି ଆମକୁ କମେଣ୍ଟ କରି ଜଣାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।