ହେ ଭଗବାନ Bollywood ରେ ପୁଣି ଶୋକର ଛାୟା, ଅଚାନକ ଏହି କାରଣରୁ ଫେମସ ଅଭିନେତ୍ରୀଙ୍କର ହେଲା ଦେହାନ୍ତ

ଫେମସ ମରାଠୀ ଅଭିନେତ୍ରୀ ଆଶାଲତା ୱାବଗାଓଁଙ୍କ ଦେହାନ୍ତ ହୋଇ ଯାଇଛି । ମଙ୍ଗଳବାର ସକାଳେ ମୁମ୍ବାଇର ସତାରା ହସ୍ପିଟାଲରେ ସେ ପ୍ରାୟ 4.45 ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଶାଲତା ୱାବଗାଓଁକରଙ୍କୁ 83 ବର୍ଷ ବୟସ ହୋଇଥିଲା । ଅତୀତରେ ସେ କରୋନା ଭାଇରସ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପରେ ତାଙ୍କୁ ସତାରା ହସ୍ପିଟଲ ରେ ଭର୍ତ୍ତି କରାଯାଇଥିଲା ।

ତାଙ୍କ ପରିବାର ଲୋକ କହିଛନ୍ତି ଯେ ମରାଠୀ ସିରିଏଲ ‘ଆଇ କଲୁବାଇ’ ସୁଟିଂ ପୂର୍ବରୁ କରୋନା ଯାଞ୍ଚ ପାଇଁ ସେ ସତାରା ହସ୍ପିଟାଲରେ ପହଞ୍ଚିଥିଲେ । ଯେଉଁଥିରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଥିଲା । ଆଶାଲତା ୱାବଗାଓଁକର ଙ୍କ ଅନ୍ତିମ ସଂସ୍କାର ସତାରା ରେ ହିଁ କରାଯିବ ।

ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଆଶାଲତା ୱାବଗାଓଁକର ଅନ୍ୟତମ । ଅନେକ ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ପ୍ରଦର୍ଶନ ସହିତ ବଡ ପରଦାରେ ତାଙ୍କର ଏକ ଅବିସ୍ମରଣୀୟ ସ୍ମୃତି ଛାଡି ଯାଇଛନ୍ତି । ସେ 2 ଜୁଲାଇ 1941 ମସିହା ରେ ଗୋଆରେ ଜନ୍ମଗ୍ରହଣ କରିଥିଲେ । ଆଶାଲତା ୱାବଗାଓଁକର 100 ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଭିନୟ ବ୍ୟତୀତ ସେ ମରାଠୀ ଚଳଚ୍ଚିତ୍ର ପାଇଁ ଗୀତ ମଧ୍ୟ ଗାଇଥିଲେ ।

ଆଶାଲତା ନିଜର କ୍ଯାରିୟର ଥିଏଟର ରୁ ଆରମ୍ଭ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଛାଡିଥିଲେ । ଆଶାଲତା ୱାବଗାଓଁକର ମଧ୍ୟ ଅନେକ ଶାନଦାର ହିନ୍ଦୀ ଫିଲ୍ମ ମଧ୍ୟ କରିଛନ୍ତି । ତାଙ୍କର ପ୍ରଥମ ବଲିଉଡ ଚଳଚ୍ଚିତ୍ର ଥିଲା ‘ଜଞ୍ଜିର’ । ଏହି ଚଳଚ୍ଚିତ୍ରରେ ଆଶାଲତା ୱାବଗାଓଁକର ଅମିତାଭ ବଚ୍ଚନଙ୍କ ସାବତ ମା ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର 1973 ମସିହାରେ ମୁକ୍ତିଲାଭ କରିଥିଲା ​​ ।

ଅନ୍ୟପକ୍ଷରେ, ଆଶାଲତା ୱାବଗାଓଁକର ବସୁ ଚାଟାର୍ଜୀଙ୍କ ଫିଲ୍ମ ‘ଅପ୍ନେ ପରାୟେ’ ରୁ ବଲିଉଡରେ ତାଙ୍କର ପ୍ରକୃତ ପରିଚୟ ପାଇଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମଫେୟାର କୋ-ଷ୍ଟାର ପୁରସ୍କାର ପାଇଥିଲେ । ଆଶାଲତା ୱାବଗାଓଁକର ଅଙ୍କୁସ, ଅପ୍ନେ ପରାୟେ, ଅହିସ୍ତା ଅହିସ୍ତା, ସୌକିନ, ୱୋ ସାତ ଦିନ, ନମକ ହଲାଲ ଏବଂ ୟାଦୋ କି କସମ ସମେତ ଅନେକ ଶାନଦାର ଫିଲ୍ମ କରିଥିଲେ ।