ଶରୀରର ଏହି 10 ଟି ଅଙ୍ଗରେ କଳାଜାଇ ବନେଇ ଥାଏ ଧନ ର ମହାସଂଯୋଗ, ମଣିଷକୁ କରିଦିଏ କୋଟିପତି, ଦେଖନ୍ତୁ କଣ ଆପଣଙ୍କର ତ ନାହିଁ ?

ଜୋତିଶ ଶାସ୍ତ୍ର ଅନୁସାରେ ମାନବ ଶରୀରରେ କଳାଯାଇ ଥିଲେ ଏହି କଳାଯାଇ ଅନୁସାରେ ବ୍ୟକ୍ତିର ଧନ ଯୋଗ ବିଷୟରେ ଜଣା ପଡିଥାଏ । ମାନବ ଶରୀରରେ କିଛି ଅଙ୍ଗରେ କଳାଯାଇ ଥିଲେ ବହୁତ ଶୁଭ ହୋଇଥାଏ । ମନୁଷ୍ୟ ଶରୀରରେ ପ୍ରାକୃତିକ ଭାବରେ ବହୁତ ଜାଗାରେ କଳାଯାଇ ଥାଏ । ଏହି କଳାଯାଇ କିଛି ବ୍ୟକ୍ତିକୁ ଭଲ ଲାଗିଥାଏ ଓ ଆଉ କିଛି ବ୍ୟକ୍ତିଙ୍କୁ ଏହାଊ କୌଣସି ଫରକ ପଡେ ନାହିଁ । ଏହି କଳାଯାଇ ଶରୀରର କେଉଁ ଜାଗାରେ ହୋଇଥାଏ ଏହାର ଗୁରୁତ୍ବ ପୂର୍ଣ ପ୍ରଭାବ ଥାଏ ।

ଶାସ୍ତ୍ରରେ ଏହି କଳାଯାଇର ଶରୀରରେ ଅବସ୍ଥିତିର ବିଶେଷ ପ୍ରଭାବ ଥିବାର ଉଲ୍ଲେଖ କରାଯାଇଛି । ଶରୀରରେ ବିଶେଷ କରି ୧୦ ଟି ଅଙ୍ଗରେ କଳାଯାଇ ଥିଲେ ବ୍ୟକ୍ତିକୁ ଭାଗ୍ୟର ସହଯୋଗ ମିଳିଥାଏ ଅର୍ଥାତ ସେହି ବ୍ୟକ୍ତି ବହୁତ ଭାଗ୍ୟବାନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧ – ଶରୀରର ଥୋଡିରେ କଳାଯାଇ ଥିଲେ ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାଏ । ଏହି ବ୍ୟକ୍ତିର ସବୁ ବିଗିଡି ଯାଇଥିବା କାର୍ଯ୍ୟ ସଫଳତାର ସହ ସମାପନ ହୋଇଥାଏ । ଏମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ । ଯେଉଁ ପୁରୁଷ ମାନଙ୍କର ଏହା ଥାଏ ସେମାନେ ବହୁତ ଧନ ଉପାର୍ଜନ କରିବାରେ ସଫଳ ହୋଇଥାନ୍ତି ।

୨ – ଯେଉଁ ବ୍ୟକ୍ତିଙ୍କର ନାକରେ କଳାଯାଇ ଥାଏ ସେମାନେ ବହୁତ ନିର୍ମଳ ହୃଦୟର ହୋଇଥାନ୍ତି । ଏମାନେ ବହୁତ ସ୍ୱାଭିମାନି ହୋଇଥାନ୍ତି । ନିଜ ପରିଶ୍ରମ ବଳରେ ଜୀବନରେ ଆଗକୁ ବଢ଼ିଥାନ୍ତି । ପରିଶ୍ରମ ଅପେକ୍ଷା ଏମାନେ ନିଜ ବାଣୀଦ୍ୱାର ଅଧିକ ସଫଳତା ପାଇଥାନ୍ତି ।

୩ – ଯେଉଁ ବ୍ୟକ୍ତିଙ୍କର ପିଠିରେ କଳାଯାଇ ଥାଏ ସେମାନେ ବୁଲିବା ପ୍ରିୟ ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜେ ଖୁସି ରହିବା ସହ ଅନ୍ୟମାନଙ୍କୁ ଖୁସିରେ ରଖିଥାଆନ୍ତି । ଏମାନେ ପରିବାରକୁ ଖୁସିରେ ରଖିଥାଆନ୍ତି ।

୪ – ଯେଉଁ ବ୍ୟକ୍ତିଙ୍କର ହାତ ପାପୁଲିରେ କଳାଯାଇ ଥାଏ ସେମାନଙ୍କର ବହୁତ ଶୁଭ ହୋଇଥାଏ । ଏହା ପୁରୁଷଙ୍କର ଡାହାଣ ହାତ ଓ ସ୍ତ୍ରୀ ମାନଙ୍କର ବାମ ହାତରେ ଥିଲେ ଶୁଭ ହୋଇଥାଏ । ଏହି କଳାଯାଇ ମୁଠା ବନ୍ଦ କଲେ ତା ଭିତରେ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏମାନେ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି ।

୫ – ଯେଉଁ ବ୍ୟକ୍ତିଙ୍କର ପାଦର ବୁଢା ଆଙ୍ଗୁଳିରେ କଳାଯାଇ ଥାଏ ସେମାନଙ୍କୁ ମାନ ସନ୍ନମାନ ପ୍ରତିଷ୍ଠା ମିଳିଥାଏ । ଏମାନେ ବହୁତ ଖୁସିମିଯାଜର ହୋଇଥାନ୍ତି ଓ ବୁଲିବାକୁ ଭଲ ପାଇଥାନ୍ତି । ଏମାନେ ଧନ ଉପାର୍ଜନ ସହ ଖର୍ଚ୍ଚ ମଧ୍ୟ ବହୁତ କରିଥାନ୍ତି ।

୬ – ଯେଉଁ ବ୍ୟକ୍ତିଙ୍କର ନାଭି ଭିତରେ କିମ୍ବା ନାଭି ପାଖରେ କଳାଯାଇ ଥିଲେ ଏମାନଙ୍କୁ ବହୁତ ଧନ ସମ୍ପତ୍ତି ମିଳିଥାଏ । ଏମାନେ ଜୀବନରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥାନ୍ତି ।

୭ – ଯେଉଁ ବ୍ୟକ୍ତିଙ୍କର ଅନାମିକା ଆଙ୍ଗୁଳିରେ କଳାଯାଇଥାଏ ସେମାନେ ବହୁତ ଧନଶାଳୀ ହୋଇଥାନ୍ତି । ଏମାନେ ନିଜ କଳା ଓ ବୁଦ୍ଧି ବଳରେ ଧନି ହୋଇଥାନ୍ତି । ଏମାନେ ଯାହା କହିଥାନ୍ତି ତାହା କରି ଥାଆନ୍ତି । ଏମାନେ ଜୀବନରେ ବହୁତ ସଫଳତା ପାଇଥାନ୍ତି ।

୮ – ଯେଉଁ ବ୍ୟକ୍ତିଙ୍କର ନାଭିର ଠିକ ତଳେ କଳାଯାଇ ଥାଏ ସେମାନଙ୍କ ପାଖରେ କେବେ ଧନର ଅଭାବ ରୁହେ ନାହିଁ । ଏମାନେ ଧନର ଠିକ ଉପଯୋଗ କରିବାରେ ସମର୍ଥ ହୋଇଥାନ୍ତି ।

୯ – ଯେଉଁ ପୁରୁଷଙ୍କର ଡାହାଣ ହାତର ତର୍ଜନୀ ଆଙ୍ଗୁଳି ଓ ମହିଳାଙ୍କର ବାମ ହାତର ତର୍ଜନୀ ଆଙ୍ଗୁଳିରେ କଳାଯାଇ ଥାଏ ଏମାନେ ଜୀବନରେ ବହୁତ ଉର୍ଣ୍ଣତି କରିଥାନ୍ତି । ଏମାନେ ନିଜ କର୍ମ ଦ୍ୱାରା ଧନ ଅର୍ଜନ କରିଥାନ୍ତି । ଏମାନଙ୍କର ଗୁପ୍ତ ଶତ୍ରୁ ଥାଆନ୍ତି ।

୧୦ – ଯେଉଁ ବ୍ୟକ୍ତିଙ୍କର ଭୃଳତାର ମଝିରେ କଳାଯାଇ ଥାଏ ସେମାନେ ବିବାହ ପରେ ଉର୍ଣ୍ଣତି ହୋଇଥାଏ । ଏମାନଙ୍କର ଦାମ୍ପତ୍ୟ ଜୀବନ ଖୁସିରେ ବିଟିଥାଏ । ଏମାନେ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଥାନ୍ତି । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।