ଶରୀରରେ କୌଣସି ବି ଜାଗାରେ ବର୍ଥମାର୍କ ଥିବା ମନା ଯାଇଥାଏ ବହୁତ ହିଁ ଶୁଭ, ଯଦି ପିଠି ଉପରେ ଥାଏ ତେବେ ବ୍ୟକ୍ତି…

ଯେତେବେଳେ କୌଣସି ବ୍ୟକ୍ତି ଜନ୍ମ ହୋଇଥାଏ ତେବେ ସେ କୌଣସି ନା କୌଣସି ପ୍ରତିଭା ସହ ଜନ୍ମ ହୋଇଥାଏ । କହିବାକୁ ଗଲେ କୌଣସି ବି ବ୍ୟକ୍ତିର ପ୍ରତିଭା ଜନ୍ମ ହେବା ମାତ୍ରେ ଦେଖାଯାଏ ନାହିଁ । ତାହା କିଛି ସମୟ ପରେ ହିଁ ଦେଖା ଯାଇଥାଏ । ଆପଣ ପ୍ରାୟତଃ ଦେଖିଥିବେ କି କିଛି ପିଲାମାନଙ୍କର ଜନ୍ମ ହେବା ମାତ୍ରେ ହିଁ ତାଙ୍କ ଶରୀରରେ କିଛି ଚିହ୍ନ ଦେଖାଯାଏ । ଏହାକୁ ବର୍ଥମାର୍କ କୁହାଯାଏ । କାରଣ ଏହା ଜନ୍ମ ସମୟରୁ ହିଁ ଦେଖାଯାଏ ।

ସମୁଦ୍ରଶାସ୍ତ୍ର ଅନୁସାରେ ବର୍ଥମାର୍କ ବ୍ୟକ୍ତିର ଭବିଷ୍ୟତ ଓ ତାହାର ସ୍ଵଭାବ ବିଷୟରେ ବହୁତ କିଛି କହିଥାଏ । କୁହାଯାଏ କି ସମସ୍ତ ଚିହ୍ନର କିଛି ଅର୍ଥ ରହିଥାଏ । ଜରୁରୀ ନୁହେଁ କି ସମସ୍ତ ବର୍ଥମାର୍କ ଶୁଭ ହୋଇଥିବ । କିଛି ବର୍ଥମାର୍କ ଅଶୁଭ ବି ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଶରୀରର ଭିନ୍ନ ଭିନ୍ନ ଅଂଶରେ ଦେଖାଯାଉଥିବା ଏହି ବର୍ଥମାର୍କର ଅର୍ଥ କଣ ଅଟେ ସେହି ବିଷୟରେ କହିବୁ ।

ଶରୀରର ଅଲଗା ଅଲଗା ସ୍ଥାନାରେ ବର୍ଥମାର୍କର ଅର୍ଥ :

·    ଚେହେରାରେ ବର୍ଥମାର୍କ ଥିଲେ :

କିଛି ଲୋକମାନଙ୍କର ଚେହେରାରେ କଳା ରଙ୍ଗର ଅଳ୍ପ ଚିହ୍ନ ଦେଖାଯାଏ । ପ୍ରାୟତଃ ଏହା ବର୍ଥମାର୍କ ହୋଇଥାଏ । ଯେଉଁ ଲୋକମାନଙ୍କର ଚେହେରାରେ ବର୍ଥମାର୍କ ଅଛି ସେହି ବ୍ୟକ୍ତିମାନେ ବହୁତ ଅଧିକ କଥାବାର୍ତ୍ତା କରିଥାନ୍ତି । ଏହା ସହିତ ଏମାନେ ବହୁତ ସଂବେଦନଶୀଳ ବି ହୋଇଥାନ୍ତି ।

·    ହାତରେ ବର୍ଥମାର୍କ ଥିଲେ :

କିଛି ଲୋକମାନଙ୍କର ହାତରେ ବି ବର୍ଥମାର୍କ ଥାଏ, ଏହାର ଅର୍ଥ ଏହା ଅଟେ କି ଏହି ଭଳି ଲୋକମାନେ ନିଜ ଅପେକ୍ଷା ଅଧିକ ସମୟ ନିଜ ପରିବାରର ଦେଖାଶୁଣା କରନ୍ତି ।

·    ପିଠିରେ ବର୍ଥମାର୍କ :

ଯେଉଁ ଲୋକମାନଙ୍କର ପିଠିରେ ବର୍ଥମାର୍କ ରହିଥାଏ ସେମାନେ ବହୁତ ବିଶ୍ଵାସୀ ହୋଇଥାନ୍ତି ଓ ଖୋଲା ବିଚାରର ଲୋକ ହୋଇଥାନ୍ତି ।

·    ଆଙ୍ଗୁଠିରେ ବର୍ଥମାର୍କ ଥିଲେ :

ଯେଉଁ ଲୋକମାନଙ୍କର ହାତର ଆଙ୍ଗୁଠିରେ ବର୍ଥମାର୍କ ଅଛି, ସେମାନେ ନିଜ ଜୀବନକୁ ସ୍ଵାଧୀନରେ ବଞ୍ଚିବାକୁ ଭଲ ପାଆନ୍ତି । ସେମାନଙ୍କୁ ଜୀବନରେ କାହା ଉପରେ ନିର୍ଭର ରହିବାକୁ ପସନ୍ଦ ଲାଗେ ନାହିଁ ।

·    ପେଟରେ ବର୍ଥମାର୍କ ଥିଲେ :

ଯେଉଁ ଲୋକମାନଙ୍କର ପେଟରେ ବର୍ଥମାର୍କ ଅଛି ସେମାନେ ଲୋଭୀ ହୋଇଥାନ୍ତି । ସେମାନେ ସବୁବେଳେ ନିଜ ବିଷୟରେ ହିଁ ଚିନ୍ତା କରିଥାନ୍ତି ।

·    ଗାଲରେ ବର୍ଥମାର୍କ ଥିଲେ :

ଯଦି କୌଣସି ବ୍ୟକ୍ତିର ଗାଲରେ ବର୍ଥମାର୍କ ଅଛି ତେବେ ଆପଣ ବୁଝି ଯାଆନ୍ତୁ କି ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତିର ବାମ ପଟ ଗାଲରେ ବର୍ଥମାର୍କ ଅଛି ତେବେ ସେମାନେ ଜୀବନରେ ବହୁତ ଚିନ୍ତିତ ଓ ଦୁଃଖୀ ରହିଥାନ୍ତି ।

·    କାନ୍ଧରେ ବର୍ଥମାର୍କ ଥିଲେ :

ଯଦି କାହାର ବାମ କାନ୍ଧରେ ବର୍ଥମାର୍କ ଅଛି ତେବେ ତାହା ଅଶୁଭ ଚିହ୍ନ ହୋଇଥାଏ, କିନ୍ତୁ ଯଦି କୌଣସି ବ୍ୟକ୍ତିର ସିଧା କାନ୍ଧ ଉପରେ ବର୍ଥମାର୍କ ଅଛି ତେବେ ତାହା ଶୁଭର ପ୍ରତୀକ ହୋଇଥାଏ ।

·    ଛାତିରେ ବର୍ଥମାର୍କ ଥିଲେ :

ଯଦି କୌଣସି ବ୍ୟକ୍ତିର ଛାତିରେ ବର୍ଥମାର୍କ ଅଛି ତେବେ ବୁଝି ଯାଆନ୍ତୁ କି ସେହି ବ୍ୟକ୍ତିକୁ ସମସ୍ତ କାମରେ ସଫଳତା ମିଳିବ ।

·    ମୁଣ୍ଡରେ ବର୍ଥମାର୍କ ଥିଲେ :

ଯଦି କୌଣସି ବ୍ୟକ୍ତିର ମୁଣ୍ଡରେ କେଉଁଠି ବର୍ଥମାର୍କ ଅଛି ତେବେ ଏହା ତାଙ୍କର ପ୍ରେମ ଜୀବନ ଆଡକୁ ଇସାରା କରିଥାଏ । ଏଥିରୁ ଜଣା ପଡିଥାଏ କି ସେମାନେ ପ୍ରାୟତଃ ପ୍ରେମ ସମ୍ବନ୍ଧରେ ପଡିଥାନ୍ତି ।

·    ଗୋଡରେ ବର୍ଥମାର୍କ ଥିଲେ :

ଯଦି କୌଣସି ବ୍ୟକ୍ତିର ଜଙ୍ଘରେ ବର୍ଥମାର୍କ ଅଛି ତେବେ ବୁଝି ଯାଆନ୍ତୁ କି ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।