ଶରୀରକୁ ସବୁବେଳେ ସୁସ୍ଥ ରଖିଥାଏ ଏହି ୧୦ଟି କଥା, ସବୁ ବ୍ୟକ୍ତିଙ୍କୁ ଏହା ନିଶ୍ଚୟ ଜାଣିବା କଥା

ଆୟୁର୍ବେଦ ଅନୁସାରେ ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ୧୦ଟି କଥା ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ନିଜକୁ ଫିଟ ଓ ସୁସ୍ଥ ରଖିବା ପାଇଁ ସମସ୍ତ ବ୍ୟକ୍ତିଙ୍କ ପାଇଁ ସହଜ କଥା ନୁହେଁ । ସେଥିପାଇଁ ଆୟୁର୍ବେଦରେ ଏହି ୧୦ଟି କଥା କୁହାଯାଇଛି । ଯାହାକୁ ଆପଣାଇଲେ ଆପଣ ନିଜକୁ ସୁସ୍ଥ ଓ ଫିଟ ରଖି ପାରିବେ । ଯଦି ଆପଣ ଏହି କଥାକୁ ନିଜର ଦିନଚର୍ଯ୍ୟାରେ ସାମିଲ କରୁଛନ୍ତି ତେବେ ଆପଣ ସମସ୍ତ ପ୍ରକାରର ରୋଗରୁ ବଞ୍ଚି ପାରିବେ । ଆପଣଙ୍କ ଶରୀର ବି ସୁସ୍ଥ ରହିଥାଏ ।

ଚାଲନ୍ତୁ ଜାଣିବା ସେହି ୧୦ ଟି କଥା ବିଷୟରେ

୧. ପ୍ରତ୍ୟେକ ବ୍ୟକ୍ତିକୁ ଭୋଜନ କରିବା ସମୟରେ ନିଜର ଭୋଜନରେ ସବୁଜ ପନିପରିବା ସେବନ କରିବା ଉଚିତ । ଏହା ସହିତ ନିଜ ଡାଏଟରେ ଫଳ ଜୁସ ଇତ୍ୟାଦି ସେବନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ପାଚନ ତନ୍ତ୍ର ଭଲ ରହିଥାଏ ।

୨. ଭୋଜନ କରିବା ପୂର୍ବରୁ ପ୍ରଥମେ ନିଜର ହାତକୁ ସାବୁନ ଦ୍ଵାରା ଭଲ ଭାବରେ ଧୋଇବା ଜରୁରୀ ଅଟେ । ଅନ୍ୟଥା କୀଟାଣୁ ଆପଣଙ୍କ ଶରୀରରେ ପ୍ରବେଶ କରି ପାରନ୍ତି ।

୩. ଭୋଜନ କରିବାର ୩୦ ମିନିଟ ପୂର୍ବରୁ ଓ ଭୋଜନର ୧ ଘଣ୍ଟା ପର୍ଯ୍ୟନ୍ତ ହୋଇ ପାରିବ ଯଦି, ପାଣିର ସେବନ କରନ୍ତୁ ନାହିଁ ।

୪. ଭୋଜନ କରିବା ସମୟରେ ଭୋଜନକୁ ଭଲ ଭାବରେ ଦାନ୍ତରେ ଚୋବାନ୍ତୁ । ଯାହା ଦ୍ଵାରା ଭୋଜନ ସହଜରେ ହଜମ ହୋଇ ପାରିବ ।

୫. ଭୋଜନ କରିବା ପରେ ପରିସ୍ରା ନିଶ୍ଚିତ କରିବା ଉଚିତ ଯାହା ଦ୍ଵାରା ଆପଣଙ୍କ ଶରୀରରେ ପଥରିର ସମସ୍ୟା ହୋଇ ନଥାଏ ।

୬. ସପ୍ତାହର ଗୋଟିଏ ଦିନ ଉପବାସ ନିଶ୍ଚିତ କରିବା ଉଚିତ । ଏହା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।

୭. ସର୍ବଦା ଥଣ୍ଡା ପାଣିରେ ସ୍ନାନ କରିବା ଉଚିତ ଓ ଗରମ ପାଣି ପିଇବା ଉଚିତ । କାରଣ ଥଣ୍ଡା ପାଣି ଦ୍ଵାରା ତ୍ଵଚା କୋମଳ ରହିଥାଏ ଓ ତ୍ଵଚା ସମ୍ବନ୍ଧିତ କୌଣସି ବି ପ୍ରକାରର ରୋଗ ହୋଇ ନ ଥାଏ । ଗରମ ପାଣି ସେବନ ଦ୍ଵାରା ପେଟ ସଫା ରହିଥାଏ ଓ ଆପଣଙ୍କୁ କବ୍ଜର ସମସ୍ୟା ବି ହୋଇ ନ ଥାଏ ।

୮. ସପ୍ତାହକୁ କମ ସେ କମ ଥରେ ପୁରା ଶରୀରକୁ ଭଲ ଭାବରେ ସୋରିଷ ତେଲ ଦ୍ଵାରା ମାଲିସ କରନ୍ତୁ ।

୯. ଭୋଜନ କରିବା ଓ ଶୋଇବା ମଧ୍ୟରେ କମ ସେ କମ ୨ ଘଣ୍ଟା ଅନ୍ତରାଳ ରଖନ୍ତୁ ।

୧୦. ରାତିରେ ଶୋଇବା ସମୟରେ କେବେ ବି ମୁହଁକୁ ଘୋଡାଇ ଶୋଇବା ଉଚିତ ନୁହେଁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।