ଶରୀରର ବିଭିନ୍ନ ଅଙ୍ଗ ଦେଇଥାଏ – ଧନବୃଦ୍ଧିର ସଙ୍କେତ

ଧନର ଆଶା ସମସ୍ତେ କରିଥାନ୍ତି ଓ ଏଥିପାଇଁ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି । କିନ୍ତୁ ଯେତେବେଳେ ଧନ ଲାଭହୁଏ ସେତେବେଳେ ଆମ ଶରୀର ଆମକୁ କିଛି ସଙ୍କେତ ଦେଇଥାଏ । ଆଜି ଆମେ ଆଲୋଚନା କରିବା କି ଆପଣଙ୍କ ଶରୀରରେ କଣ ପରିବର୍ତ୍ତନ ଦେଖା ଦେଲେ ଆପଣ ଜାଣିପାରିବେ ଧନର ବୃଦ୍ଧି ଘଟୁଛି ଓ ଏହା ଛଡା ମଧ୍ୟ କିଛି କଥା ରହିଛି ଯାହା ଆପଣମାନେ ଜାଣିବା ନିହାତି ଆବଶ୍ୟକ ।

ପୋଷାକ ସମ୍ପର୍କରେ କିଛି ସୂଚନା

କେବେ ବି ଅଧାପୋଡା ଲୁଗାପିନ୍ଧିବେ ନାହିଁ । ଯଦି କୌଣସି ଲୁଗା କି କପଡା ଅଳ୍ପ ନିଆଁ ଲାଗିଯାଇଛି ତେବେ ସେହି ଲୁଗାକୁ ନ ପିନ୍ଧି ତାକୁ ତ୍ୟାଗ କରିବା ଉଚିତ ,କାରଣ ଏହା ଦ୍ଵାରା ଧନ କ୍ଷତିର ଲକ୍ଷଣ ପରିଲଖିତ ହେଇଥାଏ । ଆପଣ ଯଦି କିଛି ଶୁଭ କାମରେ କୁଆଡେ ବାହାରକୁ ଯାଉଛନ୍ତି ତେବେ କେବେ କଳା ଲୁଗା ବା ବସ୍ତ୍ର ପିନ୍ଧି ଯିବା ଉଚିତ ନୁହେଁ । ଏହା ଦ୍ଵାରା କାର୍ଯ୍ୟରେ ସଫଳତା ମିଳେ ନାହିଁ ।

ଘର ସମ୍ପର୍କରେ କିଛି ସୂଚନା

ଆପଣ ଯେବେ ନୂଆ ଘର ତିଆରି କରୁଛନ୍ତି କେବେ ବି ଆଗ୍ନେୟ କୋଣରେ ଘର ତିଆଋ କରନ୍ତୁ ନାହିଁ କାରଣ ଏହାଦ୍ଵାରା ଆପଣ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେଇପାରନ୍ତି । ଏହାଛଡା ଘରର ମୁହଁ କେବେ ବି ଦକ୍ଷିଣ ଦିଗକୁ ରଖିବେ ନାହିଁ ତାହା ସହ ଘରର ଏରୁଣ୍ଡି ବନ୍ଧ ଉପରେ କେବେ ବସିବେ ନାହିଁ କି ପାଦ ରଖିବେ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କର ଋଣ ବଢିଯିବାର ଆଶଙ୍କା ଥାଏ ।

ଯଦି ଆପଣ ରାତିରେ ଘର ଓଳାଉଛନ୍ତି ତେବେ ଅଳିଆକୁ ରାତିରେ କେବେ ବି ବାହାରେ ପକାନ୍ତୁ ନାହିଁ ,ସକାଳେ ବାହାରେ ପକାନ୍ତୁ ଏବଂ ଘର ଓଳାଇ କେବେ ଘର କୋଣରେ ଅଳିଆ ରଖନ୍ତୁ ନାହିଁ ଏହାଦ୍ଵାରା ବାସ୍ତୁ ଦୋଷ ଦେଖା ଦେଇଥାଏ । ବାସି ସେଜ କେବେ ବି ପକେଇ ରଖନ୍ତୁ ନାହିଁ , ଉଠିବାମାତ୍ରେ ସାଇଜ କରିଦିଅନ୍ତୁ ।

ଘରର କବାଟ ଉପରେ କେବେ ଓଦା ଲୁଗା ପକାନ୍ତୁନାହିଁ ,ଏହାଦ୍ଵାରା ଘରୁ ଲକ୍ଷ୍ମୀ ଚାଲିଯାନ୍ତି ଓ ଧନ ଅଭାବ ଦେଖାଯାଇଥାଏ ଓ ଗୁରୁବାରଦିନ କାହାକୁ ଧାନ ଓ ଟଙ୍କା ଦିଅନ୍ତୁ ନାହିଁ କାରଣ ଏହା କରିବାଦ୍ଵାରା ମା ଲକ୍ଷ୍ମୀ ରାଗିଯାନ୍ତି । ଘରେ ବୁଢିଆଣୀ ବସା ରଖନ୍ତୁ ନାହିଁ । ଘର ପାଇଁ ବୁଢିଆଣି ବସା ଅଶୁଭ ଅଟେ ।

ଧନ ଲାଭର କିଛି ସଙ୍କେତ

– ଯଦି ପୁରୁଷମାନଙ୍କ ଡାହାଣହାତ ଓ ସ୍ତ୍ରୀମାନଙ୍କ ବାମହାତର ପାପୁଲି କୁଣ୍ଡାଇହୁଏ,ତେବେ ଜାଣିବେ ଆପଣଙ୍କୁ ଧନଲାଭର ଯୋଗ ଅଛି ।

– ମୁଣ୍ଡ ଚନ୍ଦା ହେଲେ କିଂବା କାନରେ ଚୁଟି ବଢିଲେ ,ଏହା ଧନ ଲାଭର ଲକ୍ଷଣ ହୋଇପାରେ ।

ଏଥିରୁ ଆମେ ଜାଣିଲୁ କଣ କଲେ ଧନ ବୃଦ୍ଧି ହୋଇଥାଏ ଓ କଣ କରିବା ଦ୍ବାରା ଧନ କ୍ଷତି ହେଇଥାଏ ।