Saraswati Puja 2022: ଆଜି ପବିତ୍ର ସରସ୍ଵତୀ ପୂଜା ! ଜାଣନ୍ତୁ ଆଜି କଣ କରିବେ ଓ କଣ କରିବେନି !

ଆଜି ମା ସରସ୍ଵତୀଙ୍କ ପୂଜା । ବାଗଦେବୀଙ୍କୁ ଆମେ ସଭିଏଁ ପୂଜା କରିଥାଉ । ବିଶ୍ଵାସ କରାଯାଏ କି ମା ବାଗଦେବୀଙ୍କୁ ପୂଜା କଲେ ବିଦ୍ୟା ଓ ବୁଦ୍ଧି ଲାଭ ହୁଏ । ତେଣୁ ମଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା ସରସ୍ଵତୀଙ୍କର ଉପାସନା କରାଯାଏ । ଏହି ଉପାସନାର ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ପୂଜା ମଧ୍ୟ କୁହା ଯାଇଥାଏ । ଆଜିର ଦିନକୁ ବହୁତ ଶୁଭ ବୋଲି ଲୋକେ ବିଶ୍ଵାସ କରନ୍ତି । ତେଣୁ ଏହିଦିନ ବିବାହ, ଗୃହକାର୍ଯ୍ୟ ତଥା ଅନ୍ଯାନ୍ଯ ଶୁଭ କାର୍ଯ୍ୟ କରା ଯାଇଥାଏ ।

ସରସ୍ଵତୀ ପୂଜାକୁ ଶ୍ରୀପଞ୍ଚମୀ ମଧ୍ୟ କୁହାଯାଏ । ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଯେଉଁ ପୂଜା ବା ପାର୍ବଣ ଦିନରେ ଶ୍ରୀ ଲାଗିଥାଏ ସେହିଦିନ ଅତ୍ୟନ୍ତ ଶୁଭ ହୋଇଥାଏ, ଯେପରି ଶ୍ରୀଗୁଣ୍ଡିଚା । ବିଦ୍ୟାଦାତ୍ରୀ ମା ସରସ୍ଵତୀ ଛାତ୍ରଛାତ୍ରୀ ବା ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ବିଶେଷ କୃପା ପ୍ରଦାନ କରିଥାନ୍ତି । ଯେଉଁ ପିଲାମାନଙ୍କ ପାଠ ପଢିବାରେ ସମସ୍ଯା ଦେଖା ଦେଉଥାଏ, ସେହି ମାନଙ୍କ ଲାଗି ଏହିଦିନ ବିଶେଷ ପୂଜାର୍ଚ୍ଚନା କରିବାର ବିଧି ରହିଛି ଜଣା ଯାଇଥାଏ ।

କେମିତି କରିବେ ମା’ଙ୍କ ଆରାଧନା ? ଏହିଦିନ ହଳଦିଆ କିମ୍ବା ଧଳା ବସ୍ତ୍ର ପରିଧାନ କରିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । କାରଣ ହଳଦିଆ ରଙ୍ଗ ମା’ ସରସ୍ଵତୀଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ମା’ଙ୍କ ପ୍ରିୟ ରଙ୍ଗର ବସ୍ତ୍ର ପିନ୍ଧିଲେ ମା ପ୍ରସନ୍ନ ହୁଅନ୍ତି ଓ ସମସ୍ତ କାର୍ଯ୍ୟରେ ସଫଳତା ମିଳେ ବୋଲି ବିଶ୍ଵାସ ରହିଛି । ଏହିଦିନ ମା ସରସ୍ଵତୀଙ୍କ ମୁଖ ଉତ୍ତର ଦିଗକୁ ରଖି ପୂଜା କରନ୍ତୁ । ସରସ୍ଵତୀ ପୂଜାରେ ମା’ଙ୍କୁ ଶ୍ବେତସି ଚନ୍ଦନ, ହଳଦିଆ ଓ ଧଳା ଫୁଲ ଅବଶ୍ୟ ଅର୍ପଣ କରନ୍ତୁ ।

ମା’ଙ୍କ ଭୋଗରେ ଦହି, ମିଶ୍ରି ଓ ଲବଙ୍ଗ ଆଦି ଦେଇ ମା’ଙ୍କୁ ଅର୍ପଣ କରନ୍ତୁ । ମା’ଙ୍କୁ କେଶର ମିଶ୍ରିତ ଖିରୀ ଅର୍ପଣ କରିବା ମଧ୍ୟ ଶୁଭ ଫଳଦାୟକ ହୋଇଥାଏ । ଏହିଦିନ ମା’ଙ୍କ ମନ୍ତ୍ର ଜପ କରନ୍ତୁ କରନ୍ତୁ ଓ ମନ୍ତ୍ର ଜପ କରିବା ପରେ ପ୍ରସାଦ ଗ୍ରହଣ କରନ୍ତୁ । ମା’ ସରସ୍ଵତୀଙ୍କ ସମୁଖରେ ନୀଳ ସରସ୍ଵତୀ ସ୍ତୋତ୍ର ପାଠ କରନ୍ତୁ । ଏପରି କରିବା ଦ୍ଵାରା ଜ୍ଞାନ ଓ ବୁଦ୍ଧି ନିଶ୍ଚିତ ଭାବେ ପ୍ରାପ୍ତି ହୋଇଥାଏ । କେବଳ ଏତିକି ନୁହେଁ ଆପଣ ମା’ଙ୍କୁ ସବୁଦିନ ପୂଜା କରନ୍ତୁ ।

ବିଶ୍ଵାସ କରାଯାଏ କି ମା ସରସ୍ଵତୀ ଆପଣଙ୍କ ଉପରେ ଖୁସି ହେଲେ ଆପଣଙ୍କୁ ଜୀବନରେ ନିଶ୍ଚିତ ଭାବେ ବିଦ୍ୟା ଓ ସଫଳତା ପ୍ରାପ୍ତି ହୁଏ । ବିଦ୍ୟାର୍ଥୀ ମାନେ ସେମାନଙ୍କ ପଢିବା ସ୍ଥାନରେ ମା ସରସ୍ଵତୀଙ୍କ ଫଟୋ ଲଗାଇବା ଦ୍ଵାରା ବାଗଦେବୀଙ୍କ ଆଶୀର୍ବାଦ ପ୍ରାପ୍ତି ହୁଏ ବୋଲି ସୂଚନା ରହିଛି । ଏହିଦିନ ତାମସିକ ଭୋଜନ କରନ୍ତୁ ନାହିଁ କି କୌଣସି ଗଛଲତା କାଟନ୍ତୁ ନାହିଁ ।

ଏହିଦିନ କାହାକୁ ଅପଶବ୍ଦ ମଧ୍ୟ କୁହନ୍ତୁ ନାହିଁ । ଏହିସବୁ ପାଳନ କଲେ ମା ସରସ୍ଵତୀ ନିଶ୍ଚୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।