ଚୋର ଚୋରୀ କରିବାକୁ ଆସିଥିଲା ! କିନ୍ତୁ ଏମିତି କଣ ହେଲା କି ଜିତିଲା ସମସ୍ତଙ୍କ ହୃଦୟ, ଏହି ଚୋରର କାରନାମା ବିଷୟରେ ଜାଣିଲେ ଆପଣ ବି ବିଶ୍ଵାସ କରି ପାରିବେନି !

ଚୋର ନାଁ ଶୁଣିଲେ ସମସ୍ତଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଚୋର ବିଷୟରେ କହିବୁ ଯାହାକୁ ଶୁଣିବା ପରେ ଆପଣଙ୍କ ହୃଦୟ ଖୁସିରେ ଖେଳି ଉଠିବ । କାରଣ ଚୋର ଚୋରୀ କରିବାକୁ ଆସି ଏକ ଘରେ ରାତିରେ ଶୋଇବା ସହିତ ଖାଇବା ଏବଂ ଗାଧୋଇଇବା ଭଳି କାର୍ଯ୍ୟ କରିଥିଲା । ଆଉ ସେହି ଘରୁ ଫେରିବା ପରେ ସେ ଘର ମାଲିକଙ୍କୁ ୧୫ ହଜାର ଟଙ୍କା ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆମେରିକାର ନିୟୁ ମେକ୍ସିକୋ ସହରରେ । ଘଟଣା ଅନୁସାରେ ଆମେରିକାର ନିୟୁ ମେକ୍ସିକୋ ସହରରେ ବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଝରକା କାଚ ଭାଙ୍ଗି ଗୋଟିଏ ଚୋର ଘର ଭିତରକୁ ପ୍ରବେଶ କରିଥିଲା । ଏପରିକି ତା ପାଖରେ ଏକ ଏଆର ରାଇଫଲ ମଧ୍ୟ ରହିଥିଲା । ଚୋରଟି ଯେତେବେଳେ ଘରେ ପଶିଥିଲା ସେତେବେଳେ ଘରେ କେହି ମଧ୍ୟ ନଥିଲେ ।

କିନ୍ତୁ ଚୋର ପଶିବାର କିଛି ଘଣ୍ଟା ପରେ ଘରଲୋକ ଘରକୁ ଫେରିଥିଲେ । କିନ୍ତୁ ପହଞ୍ଚିବା ପରେ ଘରଲୋକ ସେଠାରେ ଯାହା ଦେଖିଥିଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । କାରଣ ଚୋରଟି ସେମାନଙ୍କ ଘରେ ଖାଦ୍ଯ ଖାଇବା ଏବଂ ଗାଧୋଇବା ସହ ଘରେ ଶୋଇଥିଲା । କିନ୍ତୁ ଚୋର ଯିବା ବେଳେ ୨୦୦ ଡଲାର ବା ପ୍ରାୟ ୧୫ ହଜାର ଟଙ୍କା ଦେଇ ଯାଇଥିଲା । ଯାହା ଏହି ଘଟଣାକୁ ସବୁଠୁ ଅଧିକ ରୋଚକ କରିଥିଲା ।

ତେବେ ଚୋରଟି ଘରେ ପ୍ରବେଶ କରିବା ପାଇଁ ଝରକା ଭାଙ୍ଗି ଥିବାରୁ ଏହାର କ୍ଷତି ପୂରଣ କରିବା ପାଇଁ ଘର ମାଲିକଙ୍କୁ ୧୫ ହଜାର ଟଙ୍କା ଦେଇ ଯାଇଥିବା ଘର ମାଲିକ କହିଛନ୍ତି । ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଚୋରକୁ ଧରିବାରେ ସକ୍ଷମ ହୋଇଛି । ଚୋର ମଧ୍ୟ ତା’ ଭୁଲକୁ ସ୍ଵୀକାର କରିଛି । ଚୋରଟି ଚୋରୀ କରିବାକୁ ଆସି ଚୋରୀ ନକରି ସେଠାରେ ଗାଧୋଇ, ଖାଦ୍ଯ ଖାଇ, ଖଟରେ ଶୋଇ ଶେଷରେ ୧୫ ହଜାର ଟଙ୍କା ରଖି ପଳାଇ ଯାଇଥିଲା ।

ଚୋର ଘରୁ ଟଙ୍କା ଚୋରୀ କରିନେବା ବଦଳରେ ଓଲଟା ଘର ମାଲିକଙ୍କୁ କଣ ପାଇଁ ୧୫ହଜାର ଟଙ୍କା ଦେଇଗଲା ଏହା ଏବେ ସମସ୍ତଙ୍କୁ ଅଧିକ ଆଶ୍ଚର୍ଯ୍ୟ କରୁଛି । ଏହିଭଳି ଏକ ନିଆରା ଚୋରର କାର୍ଯ୍ୟ ପ୍ରକାଶ ହେବା ପରେ ତୀବ୍ର ଗତିରେ ଭାଇରାଲ ହେବାର ଲାଗିଛି । ଆମ ପୋଷ୍ଟ ଅନ୍ୟମାନନ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।