ଏହି ସରକାରୀ ସ୍କିମ ଅନୁସାରେ ଫ୍ରୀରେ ହେବ କରୋନାର ଚିକିତ୍ସା, ଆପଣଙ୍କ ନାଁ ଅଛି କି ନାହିଁ ଏମିତି ଚେକ କରନ୍ତୁ

ଦେଶରେ କରୋନା ଭାଇରସ ମହାମାରୀର ପ୍ରକୋପ ବହୁତ ଜଲ୍ଦି ବଢିବାରେ ଲାଗିଛି । ଏହା ସହିତ କାରୋନାର ଚିକିତ୍ସା ବି ଧରେ ଧୀରେ ବହୁତ ମହଙ୍ଗା ହେବାକୁ ଲାଗିଛି । କିନ୍ତୁ କୋବିଡ – ୧୯ ମହାମାରୀକୁ ଦେଖି ସରକାର ନିଜର ଖାସ ଯୋଜନା ଆୟୁଷ୍ମାନ ଭାରତ ଅନୁସାରେ ହସ୍ପିଟାଲ ଗୁଡିକର ସଂଖ୍ୟା ଲଗାତାର ବୃଦ୍ଧି କରିବାରେ ଲାଗିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ପ୍ରତି ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫ୍ରୀ ଚିକିତ୍ସା ମିଳିଥାଏ ।

ଏହି ସ୍କିମ ଅନୁସାରେ ଲାଭାର୍ଥିମାନଙ୍କୁ ଈ-କାର୍ଡ ଦିଆଯାଇଥାଏ । ଏହାର ବ୍ୟବହାର କରି କ୍ୟାସଲେସ ସେବା ପ୍ରାପ୍ତ କରାଯାଇ ପାରିବ । ସରକାରଙ୍କ ଏହି ଯୋଜନାର ଲାଭ ଆପଣ ବି ନେଇ ପାରିବେ । କିନ୍ତୁ ଆପଣଙ୍କୁ ଏହି ଯୋଜନାରେ ରେଜିସ୍ଟର କରିବାକୁ ହେବ । ଯଦି ଆପଣ ଏହା ଚେକ କରିବାକୁ ଚାହୁଁଛନ୍ତି କି ଏହି ସ୍କିମରେ ଆପଣଙ୍କ ନାଁ ରେଜିସ୍ଟର ହୋଇଛି ନା ନାହିଁ ତେବେ ଏହିଭଳି ଭାବରେ ଚେକ କରନ୍ତୁ ।

ଆୟୁଷ୍ମାନ ଭାରତ ଯୋଜନାରେ ନିଜର ନାମ ଚେକ କରିବା ପାଇଁ ସର୍ବ ପ୍ରଥମେ https://www.pmjay.gov.in/କୁ ଯାଆନ୍ତୁ । ପେଜ ଖୋଲିବା ପରେ ଡାହାଣ ଦିଗରେ ଏକ ଲିଙ୍କ ନଜର ଆସିବ । ଏହି ଲିଙ୍କ I Eligibleର ହେବ । ବର୍ତ୍ତମାନ ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ । ଏହି ଲିଙ୍କ ଉପରେ କ୍ଲିକ କରିବା ମାତ୍ରେ ହିଁ ଏକ ନୂଆ ପେଜ ଖୋଲିବ । ଯେଉଁଥିରେ ଆପଣଙ୍କୁ ନିଜର କିଛି ସୂଚନା ଦେବାକୁ ପଡିବ ।

ଏଠି ଆପଣଙ୍କୁ ମୋବାଇଲ ନମ୍ବର ସହିତ ଆପଣଙ୍କୁ ଏକ କୈପ୍ଚା କୋଡ ଭର୍ତ୍ତି କରିବାକୁ ହେବ । ଏହି ସୂଚନା ଦେବା ପରେ ଆପଣ OTPର ଅପଶନ ଉପରେ କ୍ଲିକ କରନ୍ତୁ । ଆପଣଙ୍କ ରେଜିସ୍ଟର୍ଡ ମୋବାଇଲ ନମ୍ବର ଉପରେ ଏକ OTP ଆସିବ । ଏହି OTPକୁ ଭର୍ତ୍ତି କରିବା ପରେ ଆପଣ ସବମିଟ ଉପରେ କ୍ଲିକ କରନ୍ତୁ । ଏହା ପରେ ଆପଣ ନିଜର ରାଜ୍ୟ ଚୟନ କରନ୍ତୁ । ଆପଣଙ୍କୁ କିଛି କ୍ୟାଟଗୋରୀ ନଜର ଆସିବ ।

ଏହା ପରେ ଆପଣ ସେହି କ୍ୟାଟଗୋରୀକୁ ଚୟନ କରନ୍ତୁ ଯେଉଁଥିରେ ଆପଣ ନିଜର ନାମ ଚେକ କରିବାକୁ ଚାହାନ୍ତି । ଏଥିରେ ନାମ, HHD ନମ୍ବର, ରାଶନ କାର୍ଡ ଓ ମୋବାଇଲ ନମ୍ବରର ଅପଶନ ଅଛି । ଏଥିରେ କୌଣସି ଗୋଟିଏ ଅପଶନକୁ ଚୟନ କରି ଦିଅନ୍ତୁ ତେବେ ଆପଣଙ୍କୁ ଜଣା ପଡିଯିବ କି ଆପଣଙ୍କ ନାଁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ଅଛି ନା ନାହିଁ ।

ଏହା ଛଡା ଆପଣ ୧୪୫୫୫ ଓ ୧୮୦୦-୧୧୧-୫୬୪ ନମ୍ବର ଡାୟଲ କରି ଆପଣଙ୍କ କିମ୍ବା ଆପଣଙ୍କ ପରିବାର କୌଣସି ସଦସ୍ୟଙ୍କ ନାମ ଅଛି କି ନାହିଁ ଓ ଆପଣ ଏହି ଯୋଜନାରେ ଲାଭ ନେଇ ପାରିବେ କି ନାହିଁ ଇତ୍ୟାଦି ସମସ୍ତ ପ୍ରଶ୍ନର ଜବାବ ପାଇ ଯିବେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।