ସରକାର କହିଲେ ଭ୍ୟାକ୍ସିନ ପାଇଁ ଏ ପର୍ଯ୍ୟନ୍ତ କେତେ ଲୋକଙ୍କର ହୋଇଛି ମୃତ୍ୟୁ ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବର୍ତ୍ତମାନ ଭାରତ କରୋନା ମହାମାରୀର ଦ୍ଵିତୀୟ ଲହର ସହ ନିଜ ଲଢେ଼ଇ ଜାରି ରଖିଛି । ଦ୍ଵିତୀୟ ଲହରରେ ଅନେକ ଲୋକ ପ୍ରାଣ ହରାଇଥିବା ଥିବା ବେଳେ ଅନେକ ଲୋକ ଆକ୍ରାନ୍ତ ହୋଇ ସୁସ୍ଥ ମଧ୍ୟ ହୋଇଛନ୍ତି ।

ତେବେ ଏପରି ସ୍ଥିତିରେ କରୋନାକୁ ମାତ୍ ଦେବା ପାଇଁ ଟୀକାକରଣ ହିଁ ସବୁଠୁ ବଡ଼ ହତିଆର ବୋଲି କୁହା ଯାଉଛି । ତେଣୁ ଭାରତ ସରକାର ଟୀକାକରଣ ଅଭିଯାନକୁ ବୃଦ୍ଧି କରାଇବା ପାଇଁ ଲାଗି ପଡିଛନ୍ତି । ତେବେ ବର୍ତ୍ତମାନ ଟୀକାକରଣ ପ୍ରକ୍ରିୟା ଜୋରରେ ଚାଲିଥିବା ବେଳେ ଟୀକା ନେବା ପରେ ଲୋକଙ୍କ ମୃତ୍ୟୁ ହେଉଛି କି ନାହିଁ ଏବଂ ଯଦି ହେଉଛି ତାହା କେତେ ପ୍ରତିଶତ ଏହିପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି ।

ତେବେ ବମ୍ବେ ହାଇ କୋର୍ଟରେ ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଫଳକନାମା ମାଧ୍ୟମରେ ଏହି ସବୁ ପ୍ରଶ୍ନର ଉତ୍ତର ସବୁ ସୂଚନା ଦେଇଛନ୍ତି । ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଟୀକାକରଣ ପରେ ଦେଶରେ ମେ ମାସ ୨୮ ତାରିଖ ପର୍ଯ୍ୟନ୍ତ ୪୭୫ ଟି ମୃତ୍ୟୁ ହୋଇଛି । ଏବେ ପର୍ଯ୍ୟନ୍ତ ଦେଶରେ ୨୩ କୋଟି ଲୋକଙ୍କୁ କରୋନା ଟିକାର ପ୍ରଥମ ଡୋସ୍ ଦିଆ ସରିଛି ଏବଂ ସାଢେ଼ ଚାରି କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକାର ଦ୍ଵିତୀୟ ଡୋସ୍ ମଧ୍ୟ ଦିଆ ସାରିଲାଣି ।

ତେବେ ସମ୍ପୂର୍ଣ୍ଣ ଦେଶରେ ବର୍ତ୍ତମାନ ସୁଦ୍ଧା ଜନସଂଖ୍ୟାର ପ୍ରାୟ ୩.୩ ପ୍ରତିଶତ ଲୋକଙ୍କ ଟୀକାକରଣ ପ୍ରକ୍ରିୟା ସଫଳ ହୋଇଛି । ତେବେ ଏଥି ମଧ୍ୟରୁ ମୃତ୍ୟୁ ସଂଖ୍ୟା ମାତ୍ର ୪୭୫ଟି । ଯାହାକି ସମ୍ପୂର୍ଣ୍ଣ ଟିକା ନେଇଥିବା ଲୋକଙ୍କ ତୁଳନାରେ ବହୁତ କମ୍ ପ୍ରତିଶତ ଅଟେ । ତେବେ ସୂଚନା ମୁତାବକ ଯେଉଁ ଲୋକଙ୍କ ଟିକା ନେବା ପରେ ମୃତ୍ୟୁ ହୋଇଛି ସେମାନଙ୍କୁ ଅନ୍ୟ କୌଣସି ଗମ୍ଭୀର ରୋଗ ମଧ୍ୟ ଥାଇ ପରେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । କାରଣ ଟୀକା ନେବା ପରେ ସେମାନଙ୍କ ଶରୀରର କ୍ଷମତା କମ୍ ହେବା ହେତୁ ମଧ୍ୟ ଜୀବନ ଯାଇ ପାରେ । ମାତ୍ର ଯେଉଁ ମୃତ୍ୟୁ ସଂଖ୍ୟା ସାମନାକୁ ଆସିଛି ତାହା ବହୁତ କମ୍ ଅଟେ ।

ଭାରତରେ ବର୍ତ୍ତମାନ କୋଭିସିଲ୍ଡ ଓ କୋଭାକ୍ସିନ ଦୁଇଟି ଟିକା ଅଧିକ ଲଗା ଯାଉଛି ଓ ଏହି ଦୁଇଟି ମଧ୍ୟରେ ଅଧିକ ଲଗା ଯାଉଥିବା ଟିକା ହେଉଛି କୋଭିସିଲ୍ଡ । କୋଭିସିଲ୍ଡ ପୁନେର ସେରମ୍ ଇନଷ୍ଟିଚ୍ୟୁ ପ୍ରସ୍ତୁତ କରୁଛି ଓ କୋଭାକ୍ସିନ କୁ ଭାରତ ବାୟୋଟେକ୍ କମ୍ପାନୀ ICMR ର ସହଯୋଗରେ ପ୍ରସ୍ତୁତ କରୁଛି । ଦେଶରେ ଆଉ ଏକ ତୃତୀୟ ଟୀକା ମଧ୍ୟ ଆସି ଯାଇଛି । ଯାହା ଋଷ ର ଟିକା ଅଟେ ଓ ଏହାର ନାମ ସ୍ପୁଟନିକ-ଭି ।

ମାତ୍ର ଏହା ବର୍ତ୍ତମାନ ବହୁତ କମ୍ ମାତ୍ରାରେ ଉପଲବ୍ଧ ଅଟେ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପୂର୍ବରୁ ହିଁ ସ୍ପଷ୍ଟ ଭାବେ ଘୋଷଣା କରି ସାରିଛନ୍ତି ଯେ, ଭାରତରେ ଦିଆ ଯାଉଥିବା ଟିକା ସମ୍ପୂର୍ଣ୍ଣ ଭାବେ ପରୀକ୍ଷା କରା ଯାଇଛି ଓ ଏହା ସୁରକ୍ଷିତ ଅଟେ । ସେଥିପାଇଁ ଟିକା ନେବାରୁ ଲୋକଙ୍କୁ ପଛକୁ ହଟିବା ଉଚିତ୍ ନୁହେଁ । କାରଣ କରୋନା ଲଢ଼ିବାରେ ଏହା ଲୋକଙ୍କୁ ସାହାଯ୍ୟ କରିବ ।

ତେବେ ଲୋକଙ୍କ ଘର ପାଖରେ ଟୀକାକରଣ ନ କରାଇ ଘର ଘର ବୁଲି ଟୀକାକରଣ କରିବାକୁ କେତେକ ପ୍ରସ୍ତାବ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ସମ୍ଭବ ହୋଇ ପାରିବ ନାହିଁ । ତେଣୁ ବୟୋଜ୍ୟେଷ୍ଠ ଏବଂ ବିକଳାଙ୍ଗ ଲୋକ ମାନେ କିପରି ସୁବିଧାରେ ଟୀକାକରଣ କେନ୍ଦ୍ରରେ ପହଞ୍ଚି ପାରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।