ସାପ କାମୁଡିଲେ କଣ କରିବେ ? Snake Bite First Aid & Treatment – Dr NB Singh

ଭାରତରେ ବର୍ଷା ଦିନରେ ସାପମାନଙ୍କ ଠାରୁ ଚୋଟ ଖାଇଥିବା ବହୁତ ଲୋକମାନେ ହସ୍ପିଟାଲ ଆସିଥାନ୍ତି । କହିବାକୁ ଗଲେ ସାପ ଚୋଟ ମାରିବା ପରେ ପ୍ରାୟତଃ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ, ଜଡିବୁଟି ଓ ଗୁଣିଗାରିଡି କରିବା ଆରମ୍ଭ କରି ଦିଅନ୍ତି । ଯାହାକି ଭୁଲ ଅଟେ । ସାପ କାମୁଡିବା ପରେ ସଙ୍ଗେ ସଙ୍ଗେ ସେହି ବ୍ୟକ୍ତିକୁ ହସ୍ପିଟାଲ ନେଇ ଯାଆନ୍ତୁ ।

କିନ୍ତୁ ହସ୍ପିଟାଲ ନେବା ପୂର୍ବରୁ କଣ କରିବା ଉଚିତ ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । କହିଦେଛୁ କି ବିଷଧର ସାପ ଯାହା କି ମାଟି ଉପରେ ଦେଖାନ୍ତି ସେମାନେ ଚୋଟ ମାରିଲେ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଏ । କିନ୍ତୁ ବିଷ ନ ଥିବା ସାପ ଯେଉଁମାନେ କି ପାଣିରେ ରୁହନ୍ତି ସେମାନେ ଚୋଟ ମାରିଲେ ବିଶେଷ କୌଣସି ଲକ୍ଷଣ ଦେଖିବାକୁ ମିଳେ ନାହିଁ ।

ସାପ କାମୁଡିବା ପରେ ସେହି ସ୍ଥାନରେ ଅଳ୍ପ ରକ୍ତ ବାହାରିପାରେ । ବ୍ୟକ୍ତି ନିଜକୁ କମଜୋର ବି ଅନୁଭବ କରିପାରେ । କିନ୍ତୁ ସାପ ଚୋଟ ମାରିବା ପରେ ବ୍ୟକ୍ତିକୁ କ୍ଳାନ୍ତ ଅନୁଭବ କରୁ ନାହିଁ । ତେବେ ଏହାର ଅର୍ଥ ସାପ ବିଷଧର ନ ଥିଲା । ସାପ କାମୁଡିବା ପରେ ସର୍ବେ ପ୍ରଥେମେ କାମୁଡିବା ସ୍ଥାନରୁ ଗୋଟିଏ କିମ୍ବା ଦୁଇ ଇଞ୍ଚ ଉପରକୁ କୌଣସି କାପ୍ଡା କିମ୍ବା ଦୌଡି ବାନ୍ଧି ଦିଅନ୍ତୁ । ସଙ୍ଗେ ସଙ୍ଗେ ରୋଗୀକୁ ହସ୍ପିଟାଲ ନେଇ ଯାଆନ୍ତୁ । ସେଠି ଡାକ୍ତର ରୋଗୀର ସଠିକ ରୂପରେ ଯାଞ୍ଚ କରି ରୋଗୀର ଚିକିତ୍ସା କରନ୍ତି ।

କହିବାକୁ ଗଲେ ଡାକ୍ତର ପ୍ରଥମେ ଜାଣିବାକୁ ଚେଷ୍ଟା କରିଥାଏ କି ସାପ ବିଷଧର ଥିଲା ନା ନ ଥିଲା । କାରଣ ସେହି ଅନୁସାରେ ଚିକିତ୍ସା ହୋଇଥାଏ । ଯଦି ବିଷଧର ସାପ ଚୋଟ ମାରିଛି ତେବେ ବର୍ତ୍ତମାନ ଏଥିପାଇଁ Anti Snake Venom Antiserum I.P. ଦ୍ଵାରା ଚିକିତ୍ସା କରାଯାଏ । କହିଦେଉଛୁ କି ଏହି ଔଷଧ ସବୁ ସରକାରୀ ହସ୍ପିଟାଲରେ ଉପଲବ୍ଧ ଅଛି । ରୋଗୀ ଶରୀରରେ ପ୍ରତି ୬ ଘଣ୍ଟାକୁ ଥରେ ଏହା ଦିଆଯାଏ । ସାପ ଯଦି ଚୋଟ ମାରିଛି ତେବେ ରୋଗୀକୁ ଭୟଭୀତ ହେବା ଦରକାର ନାହିଁ । ପରିବାର ଲୋକମାନେ ବି ଭୟଭୀତ ହୁଅନ୍ତୁ ନାହିଁ ।

ତାନ୍ତ୍ରିକ ପାଖକୁ ନ ଯାଇ କିମ୍ବା ଅନ୍ଧବିଶ୍ଵାସ ଭଳି କଥା ଉପରେ ବିଶ୍ଵାସ ନ କରି ତୁରନ୍ତ ହସ୍ପିଟାଲ ଯାଆନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ରୋଗୀର ଜୀବନ ପ୍ରତି ବି ଭୟ ହୋଇପାରେ । କହିଦେଉଛୁ କି ସଠିକ ସମୟରେ ଚିକିତ୍ସା ହେଲେ ରୋଗୀ ବହୁତ ଜଲ୍ଦି ସୁସ୍ଥ ହୋଇଯିବେ । କହିବାକୁ ଗଲେ ଆଜିକାଲି ଆଧୁନିକ ଯୁଗରେ ସମସ୍ତ ରୋଗର ଚିକିତ୍ସା ସମ୍ଭବ । କେବଳ ଆପଣନ୍କାଉ ସଠିକ ସମୟରେ ଚିକିତ୍ସା ଆରମ୍ଭ କରିବାକୁ ପଡିବ ।