ସଂସାରର ସବୁଠାରୁ ବଡ ପାପ କଣ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସଂସାରର ସବୁଠୁ ବଡ ପାପ କଣ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଯେତେବେଳେ ପାପ ଓ ପୁଣ୍ୟର କଥା ଆସିଥାଏ ସେତେବେଳେ ସମସ୍ତେ ପୂଣ୍ୟ କରିବାକୁ ଚାହିଁଥାନ୍ତି । କିନ୍ତୁ ଏମିତି ଦେଖିବାକୁ ଗଲେ ସମସ୍ତେ କିଛି ନା କିଛି ପାପ ପୂଣ୍ୟ ନିଶ୍ଚୟ କରିଥାନ୍ତି । ପ୍ରତ୍ଯେକ ପାପ କର୍ମର ଫଳ ଆମକୁ ୭ ଜନ୍ମ ପର୍ଯ୍ୟନ୍ତ ଭୋଗ କରିବାକୁ ପଡିଥାଏ । ସଂସାରରେ ଅନେକ ପ୍ରକାରର ଲୋକ ରହିଥାନ୍ତି । ସେଥି ମଧ୍ୟରୁ ଅନେକ ଲୋକ କେବଳ ପାପ କର୍ମରେ ଲିପ୍ତ ରହିଥାନ୍ତି ।

ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ କେବଳ ପୂଣ୍ୟ କରିଥାନ୍ତି । କେବେ ବି କୌଣସି ପାପ କରନ୍ତି ନାହିଁ ଏବଂ କାହାକୁ ମଧ୍ୟ ପାପ କରିବାକୁ ଦିଅନ୍ତି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ ସଂସାରର ସବୁଠାରୁ ବଡ ପାପ କଣ ଅଟେ । ତେବେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସଂସାରର ସବୁଠାରୁ ବଡ ପାପ ହେଉଛି ନାରୀ ମାନଙ୍କୁ ଅସମ୍ମାନ କରିବା । ଭଗବାନ ନିଜେ କହିଛନ୍ତି ଯେ ସଂସାରର ସବୁଠାରୁ ବଡ ପାପ ହେଉଛି ନାରୀ ମାନଙ୍କ ଇଜ୍ଜତ ସହିତ ଖେଳ ଖେଳିବା । ଯେଉଁମାନେ ଏପରି କରିଥାନ୍ତି ସେମାନେ ସବୁଠାରୁ ବଡ ପାପୀ ହୋଇଥାନ୍ତି । ବିଜ୍ଞାନ ଅନୁସାରେ ନାରୀ ଶକ୍ତି ହେଉଛି ସବୁଠାରୁ ବଡ ଶକ୍ତି । ନାରୀ ବିନା ଏ ଦୁନିଆ ଅସମ୍ଭବ କାହିଁକି ନା ଜଣେ ନାରୀ ଅସହ୍ୟ କଷ୍ଟ ସହିତ ଆମକୁ ଏ ଦୁନିଆକୁ ଆଣିଥାଏ । ନାରୀ ସବୁଠାରୁ ଅଧିକ ପୂଜନୀୟ ଅଟେ ।

ନାରୀଙ୍କୁ ସବୁବେଳେ ସମ୍ମାନ ଦେବା ଉଚିତ । ତେବେ ଏହିପରି ଏକ ଶକ୍ତିର ଅପମାନ ସଂପୂର୍ଣ୍ଣ ରୂପେ ବ୍ରହ୍ମାଣ୍ଡର ବର୍ବାଦ ସହ ସମାନ ହୋଇଥାଏ । ଇତିହାସ ସାକ୍ଷୀ ଅଛି ଗୋଟିଏ ନାରୀ ପାଇଁ ଲଙ୍କାର ରାବଣ ମଧ୍ୟ ବର୍ବାଦ ହୋଇଥିଲା ଓ ଶେଷରେ ନିଜ ଜୀବନକୁ ହରାଇ ବସିଥିଲା ଓ ମହାଭାରତରେ ବି ସେହି ଗୋଟିଏ ନାରୀ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା । ଭଗବାନଙ୍କ କହିବାନୁସାରେ ନାରୀଙ୍କୁ ଯିଏ ସମ୍ମାନ ଦିଏ ସେହି ବ୍ୟକ୍ତିଙ୍କୁ ପୁଣ୍ୟପ୍ରାପ୍ତ ହୋଇଥାଏ ।

ଯେଉଁ ପୁରୁଷ ନାରୀଙ୍କୁ ଅସମ୍ମାନ କରେ ତେବେ ସେ ଦୁନିଆର ସବୁଠାରୁ ବଡ ପାପର ଭାଗୀଦାରୀ ହୋଇଥାଏ । ତେବେ ସଂସାରରେ ସବୁଠାରୁ ବଡ ପାପ ହେଉଛି ନାରୀ ମାନଙ୍କୁ ଅସମ୍ମାନ କରିବା । ଏହି ପାପରୁ ଦୂରେଇ ରହିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ ଏବଂ ନିଜ ଆଖ ପାଖରେ ଥିବା ସବୁ ନାରୀଙ୍କୁ ସମ୍ମାନ କରନ୍ତୁ । ତେବେ ଆସନ୍ତୁ ଜାଣିବା ପାପରୁ ମୁକ୍ତି ପାଇବା ପାଇଁ ସରଳ ଉପାୟ ବିଷୟରେ ।

ପ୍ରତ୍ଯେକ ମଣିଷ ପ୍ରଥମ ନାରୀ ଭାବେ ନିଜ ମାତାଙ୍କୁ ପାଇଥାନ୍ତି । ମା’ ସ୍ଵୟଂ ଭଗବାନ ଙ୍କର ରୂପ ହୋଇଥାନ୍ତି । ଦୁନିଆରେ ମା ଠାରୁ ବଳି ଆଉ କେହି ନାହିଁ । ତେଣୁ ଆପଣମାନେ ପ୍ରତ୍ଯେକ ଦିନ ନିଜ ମା’ଙ୍କର ସେବା କରନ୍ତୁ ଏବଂ ତାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ । ଏହା ଦ୍ଵାରା ଆପଣମାନେ କରିଥିବା ପାପରୁ ମୁକ୍ତି ପାଇ ପାରିବେ ଏଥି ସହିତ ଆପଣ ଜୀବନରେ ସବୁ ପରିସ୍ଥିତିରେ ସଫଳତା ହାସଲ କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।