୨୦୨୦ରେ ଶନି କରିବେ ମକର ରାଶିରେ ପ୍ରବେଶ, ୧୯ ବର୍ଷ ପରେ ବନୁଛି ଏହି ଯୋଗ, ରାଶି ଗୁଡିକ ଉପରେ ପଡିବ ଶୁଭ ପ୍ରଭାବ

୨୦୨୦ ବର୍ଷଟି ରାଶି ଗୁଡିକ ପାଇଁ ବହୁତ ଭଲ ହେବାକୁ ଯାଉଛି । ଏହି ବର୍ଷ ବହୁତ ଗ୍ରହ ରାଶି ପରିବର୍ତ୍ତନ କରିବେ । ଯାହାଫଳରେ ସମସ୍ତଙ୍କୁ ଶୁଭ ଲାଭ ମିଳିବ । ୨୪ ଜାନୁୟାରୀରେ ଶନି ନିଜର ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବେ । ମକର ରାଶିକୁ ଶନିଙ୍କର ରାଶି ବୋଲି କୁହାଯାଏ । ୧୯ ବର୍ଷ ପରେ ଶନି ନିଜ ଘର ଅର୍ଥାତ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ତଳେ ଦିଆଯାଇଥିବା ଏହି ଉପାୟକୁ କରିଲେ ଶନି ଦେବତାଙ୍କ ରାଶି ବରିବର୍ତ୍ତନ ଆପଣଙ୍କର ଭାଗ୍ୟ ବଦଳାଇ ପାରେ ।

ମେଷ ରାଶି

ମେଷ ରାଶିର ଲୋକମାନେ ମଙ୍ଗଳବାର ଓ ଶନିବାର ଦିନ ହନୁମାନଙ୍କୁ ୨୧ଟି ଲବଙ୍ଗ ଚଢାନ୍ତୁ ଓ ସନ୍ଧ୍ୟା ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ ।

ବୃଷ ରାଶି

ଏହି ରାଶିର ଲୋକମାନେ ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ ଓ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ଗୁଡ ଚଢାନ୍ତୁ । ଏହା ଛଡା ଶନିବାର ଦିନ କଳା ରାଶି ଦାନ କରନ୍ତୁ ।

ମିଥୁନ ରାଶି

ଏହି ରାଶିର ଲୋକମାନେ ବୁଧବାର ଦିନ ଗଣେଶଙ୍କର ପୂଜା କରନ୍ତୁ ଓ ପୂଜା କରିବା ସମୟରେ ଗଣେଶଙ୍କୁ କଳା ରାଶିର ଲଡୁ ଚଢାନ୍ତୁ ।

କର୍କର୍ଟ ରାଶି

ଏହି ରାଶିର ଲୋକମାନେ ସୋମବାର ଦିନ କ୍ଷୀରରେ କଳା ରାଶି ମିଶାଇ ଶିବ ଲିଙ୍ଗରେ ଚଢାନ୍ତୁ ।

ସିଂହ ରାଶି

ଏହି ରାଶିର ଲୋକମାନେ ଶନିବାର ଦିନ ମା’ କାଳୀଙ୍କର ପୂଜା କରନ୍ତୁ ଓ କାଳୀ ମା’ଙ୍କ ମନ୍ଦିରକୁ ଯାଇ କଳା ବସ୍ତ୍ର ଓ ସେଓ ଅର୍ପଣ କରନ୍ତୁ ।

କନ୍ୟା ରାଶି

ଏହି ରାଶିର ଲୋକମାନେ ଶିବଲିଙ୍ଗରେ ୧୧ଟି ବେଲ ପତ୍ର ଅର୍ପିଣ କରି ଶିବଙ୍କର ପୂଜା କରନ୍ତୁ ଓ ଏକ ତେଲର ଦୀପ ଶିବଲିଙ୍ଗ ସାମ୍ନାରେ ଜଳାଇ ଦିଅନ୍ତୁ । ଏହି ଉପାୟ ଶନିବାର ଦିନ କରନ୍ତୁ ।

ତୁଳା ରାଶି

ବର୍ଷର ପ୍ରଥମ ଅମାବାସ୍ୟା ଦିନ କଳା ରଙ୍ଗର ଜିନିଷ ତଥା ପୋଷାକ, କଳା ଛତା, ଓ କଳା ଡାଲି ଆଦି ଦାନ କରନ୍ତୁ । ଏହା ଦ୍ଵାରା ଶନି ଦେବ ପ୍ରସନ୍ନ ହେବେ ।

ବିଛା ରାଶି

ଶନିବାର ଦିନ ଦୂର୍ଗା କବଚର ପାଠ କରନ୍ତୁ ଓ ଏକ ଦୀପ ଜଳାନ୍ତୁ ।

ଧନୁ ରାଶି

ଏହି ରାଶିର ଲୋକମାନେ ଶନିବାର ଦିନ ବିଷ୍ଣୁ ସହସ୍ରନାମର ପାଠ କରନ୍ତୁ । ଏହା କରିବା ଦ୍ଵାରା ଶନିଙ୍କ ପ୍ରକୋପ ଏହି ରାଶିରେ ପଡିବ ନାହିଁ ।

ମକର ରାଶି

ଏହି ରାଶିର ଲୋକମାନେ ୧୧ଟି ଶନିବାର ରେ କଜଳ ଦାନ କରନ୍ତୁ । ଏହା ଛଡା ସୋରିଷ ତେଲ ମଧ୍ୟ ଦାନ କରି ପାରିବେ ।

କୁମ୍ଭ ରାଶି

ଶନିବାର ଦିନ ଶନି ମନ୍ଦିର ଯାଇ ରାଶି ତେଲ ଚଢାନ୍ତୁ ଓ ଗରିବଙ୍କୁ ପଇସା ଦାନ କରନ୍ତୁ ।

ମୀନ ରାଶି

ମୀନ ରାଶିର ଲୋକମାନେ ଓସ୍ଥ ଗଛର ପୂଜା କରନ୍ତୁ ଓ ପୂଜା କରିବା ସମୟରେ ଏହି ଗଛରେ କଳା ରାଶି ଚଢାନ୍ତୁ ।