ବେକର କଳାପଣରୁ ମୁକ୍ତି ଚାହୁଁଛନ୍ତି ତ ଆଜି ହିଁ ଆପଣାନ୍ତୁ ଏହି ସବୁ ଉପାୟ

ସାଧାରଣତଃ ଲୋକମାନେ ନିଜ ଚେହେରାକୁ ଗୋରା କରିବା ପାଇଁ ବହୁତ ପ୍ରକାରର କ୍ରିମର ବ୍ୟବହାର କରନ୍ତି । ସବୁ ପୁଅ ଝିଅମାନେ ନିଜକୁ ସୁନ୍ଦର କରିବା ପାଇଁ ବହୁତ ପ୍ରକାରର ଚେଷ୍ଟା କରନ୍ତି । କିନ୍ତୁ ବେକର ଧ୍ୟାନ ଦେବା ପାଇଁ ଭୁଲିଯାନ୍ତି । ସେଥିପାଇଁ ବେକରେ କଳାପଣ ଆସିଯାଇଥାଏ । ଏହା ଆପଣଙ୍କର ସୁନ୍ଦରତାକୁ ଖରାପ କରିଥାଏ । କିନ୍ତୁ କିଛି ଘରୋଇ ଉପାୟରେ ଏହି କଳାପଣକୁ ଦୁର କରାଯାଇ ପାରିବ ଓ ବେକ ସଫା ଦେଖାଯିବ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ବିଷୟରେ ।

ଲେମ୍ବୁର ପ୍ରୟୋଗ

ଲେମ୍ବୁ ରସ ବେକରେ ଲଗାଇଲେ ବେକର କଳାପଣ ଦୁର ହୋଇଯାଏ । ଆପଣ ଏକ ଲେମ୍ବୁକୁ ଭଲ ଭାବେ ରସ ବାହାର କରି ଏଥିରେ ଅଳ୍ପ ଗୋଲାପ ଜଳ ମିଶାଇ ଏହାର ମିଶ୍ରଣ ତିଆରି କରନ୍ତୁ । ଏହାକୁ ରାତିରେ ବେକରେ ଭଲ ଭାବରେ ଲଗାଇ ଦିଅନ୍ତୁ ଓ ସକାଳେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ଉପାୟକୁ ଗୋଟେ ସପ୍ତାହ ପର୍ଯ୍ୟନ୍ତ ପ୍ରୟୋଗ କରିବା ଦରକାର ।

ମହୁର ପ୍ରୟୋଗ

ଏଥିପାଇଁ ଆପଣ ଦୁଇ ଚାମଚ ମହୁରେ ଅଳ୍ପ ହଳଦୀ ମିଶାନ୍ତୁ ଓ ଏହି ପେଷ୍ଟକୁ ନିଜ ବେକରେ ଲଗାନ୍ତୁ । ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ନିଜ ବେକରେ ଲଗାଇ ରଖନ୍ତୁ ଓ ଶୁଖିଯିବା ପରେ ଥଣ୍ଡା ପାଣିରେ ବେକକୁ ଧୋଇ ଦିଅନ୍ତୁ । ଏହା ଦ୍ଵାରା ବେକର କଳାପଣ ଦୁର ହୋଇଯିବ ।

ଲେମ୍ବୁ ଓ ମହୁର ପେଷ୍ଟ

ଦୁଇ ଚାମଚ ଲେମ୍ବୁ ରସ ଓ ମହୁର ଏକ ପେଷ୍ଟ ତିଆରି କରନ୍ତୁ ଓ ଏହା ଦ୍ଵାରା ବେକର ମସାଜ କରନ୍ତୁ, ଏହା ଦ୍ଵାରା ବେକ ସଫା ହୋଇଯିବ ।

ବେସନ ଓ ଦହିର ପେଷ୍ଟ

ଆପଣ ଦୁଇ ଚାମଚ ବେସନରେ ଦହି ମଶାନ୍ତୁ ଓ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ୧୫ ମିନିଟ ପର୍ଯ୍ୟନ୍ତ ବେକରେ ଲଗାଇ ଛାଡି ଦିଅନ୍ତୁ ଓ ଏହା ଶୁଖିଯିବା ପରେ ଧୋଇ ଦିଅନ୍ତୁ ।

କାକୁଡି

କାକୁଡି ରସ ଦ୍ଵାରା ବେକକୁ ସଫା କରାଯାଇ ପାରିବ । କାକୁଡିକୁ ପେଶି ଏଥିରେ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ୧୦ ମିନିଟ ପର୍ଯ୍ୟନ୍ତ ନିଜ ବେକରେ ଲଗାଇ ରଖନ୍ତୁ ଓ ମସାଜ କରି ଏହାକୁ ପାଣିରେ ଧୋଇ ଦିଅନ୍ତୁ ।

ହଳଦୀ

ହଳଦୀର ପ୍ରୟୋଗ ପ୍ରାଚୀନ କାଳରେ ବହୁତ କରାଯାଉଥିଲା । ହଳଦୀକୁ ଚେହେରା ଓ ବେକରେ ଲଗାଯାଇ ପାରିବ । ଏହା ଦ୍ଵାରା ବେକରେ ଥିବା କଳାପଣ ଦୂର ହୋଇଯିବ । ଏହି ସବୁ ଉପାୟକୁ ଭଲ ଭାବରେ ପ୍ରୟୋଗ କରିଲେ ଆପଣଙ୍କ ଚେହେରା ସହ ଆପଣଙ୍କ ବେକ ମଧ୍ୟ ଗୋରା ଓ ସଫା ଦେଖାଯିବ ।