ଚର୍ଚ୍ଚିତ କଳାକାର ରାଇମୋହନ ପରିଡାଙ୍କ ଆତ୍ମହତୟଆ ଜନିତ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଛି । ଆଜିକୁ ତାଙ୍କ ମୃତ୍ୟୁକୁ ତିନିଦିନ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ଉକ୍ତ ଘଟଣାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ରାଇମୋହନଙ୍କ ମୃତ୍ୟୁ କେମିତି ହେଲା ଏହାକୁ ନେଇ ସମସ୍ତଙ୍କ ମନରେ ନାନା ପ୍ରଶ୍ନ ଉଠୁଛି । ଏହାରି ଭିତରେ ଆଲବମ ତଥା ଯାତ୍ରା ମଞ୍ଚ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ।

ରାନୀ କହିଛନ୍ତି ରାଇମୋହନ ଏଭଳି ନିଷ୍ପତ୍ତି କେବେ ହେଲେ ନେବେ ନାହିଁ ବରଂ ତାଙ୍କୁ ମାରି ଟାଙ୍ଗି ଦିଆଯାଇଛି । ସିଧା ଯାତ୍ରା ମଞ୍ଚ ଉପରେ ଦର୍ଶକଙ୍କ ସାମ୍ନାରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ରାନୀ ପ୍ରିୟଦର୍ଶିନୀ । ଏହାସହ ସେ ରାଇମୋହନଙ୍କୁ ମନେପକାଇ କାନ୍ଦି ପକାଇଛନ୍ତି । ଆଉ ରାଇମୋହନଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ମଞ୍ଚ ଉପରେ ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି । ତାଙ୍କ ସହ ସମସ୍ତ ଦର୍ଶକମାନେ ମଧ୍ୟ ଠିଆ ହୋଇ ନୀରବ ପ୍ରାର୍ଥନା କରିଥିଲେ ।
ପୁରୀ ବଲଙ୍ଗା ନିକଟ କଳିଙ୍ଗ କନ୍ୟା ଯାତ୍ରା ମଞ୍ଚରୁ ରାନୀ ପ୍ରିୟଦର୍ଶିନୀ ଏମିତି ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ଏହି ଘଟଣାକୁ ଛାପି ନଦେଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ତା’ ସହ ଦୋଷୀ ଯିଏ ବି ହୋଇଥାଉ ନ କାହିଁକି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ଆଲବମ ତଥା ସିରିଏଲ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ।
ସେ ଯେତେବେଳେ ରାଇମୋହନଙ୍କ ଦେହାନ୍ତ ଖବର ଶୁଣିଲେ ତାଙ୍କର ବିଶ୍ବାସ ହୋଇ ନଥିଲା । ସେ ଗୋଟେ ପରେ ଗୋଟେ ନ୍ଯୁଜ ଚ୍ଯାନେଲ ଲଗେଇ ଦେଖିଲେ । ତଥାପି ସେ ଯେ ନିଜେ ଆତ୍ମହତୟଆ କରିଛନ୍ତି ତାଙ୍କର ବିଶ୍ବାସ ହେଉନି । ରାନୀ କହିଛନ୍ତି ଏହି ଖବର ଶୁଣିବା ପରେ ମୋ ଶରୀରରୁ ଆତ୍ମା ଛାଡିଗଲା ପରି ମୋତେ ଅନୁଭବ ହେଲା । ରାଇ ଭାଇଙ୍କ ମୃତ୍ୟୁ କହବର ଶୁଣିବା ପରେ ତାଙ୍କୁ କିଛି ଭଲ ଲାଗିଲାନି ଏବଂ ତାଙ୍କ ଦେହ ଖରାପ ହୋଇଗଲା ।

ସେ ତାଙ୍କ ସହିତ ନାଟକରେ କାମ କରିଛନ୍ତି ଓ ତାଙ୍କ ପ୍ରୋଗ୍ରାମରେ ଅନେକ ଥର ଯାଇଛନ୍ତି । ସେ ରାଇଙ୍କ ସହ ଭଲଭାବେ ମିଶିଛନ୍ତି ଓ ଜାଣିଛନ୍ତି ମଧ୍ୟ । ରାଇମୋହନ ବହୁତ ହେଡ ଷ୍ଟ୍ରଙ୍ଗ ଓ ହାର୍ଟ ଷ୍ଟ୍ରଙ୍ଗ ଲୋକ ତେଣୁ ସେ ଆତ୍ମହତୟଆ କରିବା ଅସମ୍ଭବ । ଏହି ଘଟଣାର ସଠିକ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।