Samudrik Shastra:- କେଉଁ କନ୍ୟାକୁ ବିବାହ କଲେ ସ୍ଵାମୀ ହୋଇଥାଏ ଧନବାନ ?

ପ୍ରତ୍ଯେକ ମହିଳାଙ୍କ ସ୍ଵଭାବ ଓ ଚରିତ୍ର ଭିନ୍ନ ହୋଇଥାଏ । ମହିଳାଙ୍କୁ ଦେଖି ତାଙ୍କ ବିଷୟରେ ଜାଣିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ସମୁଦ୍ରଶାସ୍ତ୍ର ଅନୁସାରେ ମହିଳାଙ୍କ କିଛି ଅଙ୍ଗକୁ ଦେଖି ସେମାନଙ୍କ ବିଷୟରେ ଅନେକ ଜାଣି ହେବ । ମହିଳାଙ୍କ କିଛି ଅଙ୍ଗକୁ ଆଧାର କରି ତାଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା କେଉଁ ଭଳି କନ୍ୟାଙ୍କ ସ୍ଵଭାବ କିପରି ହୋଇଥାଏ ଓ କେଉଁ କନ୍ୟାକୁ ବିବାହ କଲେ ସ୍ଵାମୀ ଧନବାନ ହୋଇଥାନ୍ତି ।

ଯେଉଁ ମହିଳାଙ୍କ ନାକ ଚେପଟା ହୋଇଥାଏ ସେମାନେ ସାରା ଜୀବନ ଦୁଃଖରେ ରହିଥାନ୍ତି ଓ ସ୍ବଭାବରେ ମଧ୍ୟ ଦୁଃଖୀ ହୋଇଥାନ୍ତି । ଯେଉଁ ମହିଳାଙ୍କ ନାକ ଗୋଲାକାର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ବିବାହ ପରେ ତାଙ୍କ ଯୋଗୁଁ ସ୍ଵାମୀ ଓ ଶାଶୁଙ୍କର ଭାଗ୍ୟୋଦୟ ହୋଇଥାଏ । ଯେଉଁ ମହିଳାଙ୍କ ନାକ ବଡ ଥାଏ ସେମାନେ ସ୍ବଭାବରେ ଅତି ସୌଖୀନ ହୋଇଥାନ୍ତି । ଆଉ ଯେଉଁମାନଙ୍କ ନାକର ଡାହାଣ ପରେ କଳାଜାଇ ରହିଥାଏ ସେମାନେ ଅତ୍ୟନ୍ତ ଲକ୍ଷ୍ମୀମନ୍ତ ହୋଇଥାନ୍ତି ।

ଏହି ମହିଳାମାନେ ନିଜ ପରିବାର ପାଇଁ ସମୃଦ୍ଧି ନେଇ ଆସିଥାନ୍ତି । ଯେଉଁମାନଙ୍କ ନାକ ଲାମ୍ବା ହୋଇଥାଏ ସେମାନେ ସର୍ବଦା ସ୍ଵାମୀ ସୁଖରୁ ବଞ୍ଚିତ ହୋଇ ରହିଥାନ୍ତି ଓ ଯେଉଁମାନଙ୍କ ନାକ ସରୁ ସେମାନେ ଗୋପନ ପ୍ରଣୟ ହୋଇଥାନ୍ତି ବା ନିଜ ପ୍ରେମ ଅନ୍ୟ ଆଗରେ ସହଜରେ ପ୍ରକାଶ କରନ୍ତି ନାହିଁ ।

କିନ୍ତୁ ଯେଉଁ ମହିଳାଙ୍କ ନାକ ଗୋଜିଆ ଓ ଲାମ୍ବା ହୋଇଥାଏ ସେମାନେ ଅତି କଳହପ୍ରିୟ ହୋଇଥାନ୍ତି । ଯେଉଁ ମହିଳାଙ୍କ ନକାର ବାମପଟେ କଳାଜାଇ ଚିହ୍ନ ଥାଏ ସେମାନେ ମଧ୍ୟ ଅତି ସୌଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ମହିଳାଙ୍କ ପାଦର ଆଙ୍ଗୁଳି ଲାଗି ଲାଗି ହୋଇ ରହିଥାଏ ସେମାନେ ନିଜ ପରିବାର ପାଇଁ ସୁଖ ଏବଂ ସମୃଦ୍ଧି ନେଇ ଆସିଥାନ୍ତି । ଯେଉଁ ମହିଳାଙ୍କ ମଥାରେ ଲୋମ ଏବଂ ଶିର ଦେଖା ଯାଇଥାଏ ସେହି ମହିଳାମାନେ ଆଜୀବନ ରୋଗିଣୀ ହୋଇଥାନ୍ତି ।

ଆଉ ଯେଉଁ ମହିଳାମାନେ ପ୍ରତ୍ଯେକ କଥାରେ ହୋ ହୋ ହୋଇ ହସିଥାନ୍ତି ସେମାନଙ୍କ ଚରିତ୍ର ଭଲ ନଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । କିନ୍ତୁ ଯେଉଁ ମହିଳା ହସିଲେ ତାଙ୍କ ଗାଲରେ ଗାତ ହୋଇ ଯାଇଥାଏ ସେମାନେ ଅତି ଉତ୍ତମ ସ୍ଵଭାବର ହୋଇଥାନ୍ତି ।

ଆଉ ଯେଉଁ ମହିଳାଙ୍କ ମୁଣ୍ଡ ବଡ ହୋଇଥାଏ ସେହି ମହିଳାମାନେ ସ୍ବଭାବରେ ଖଳ ପ୍ରକୃତିର ହୋଇଥାନ୍ତି । ମହିଳା ମାନଙ୍କ ଏହିସବୁ ଅଙ୍ଗର ଗଠନକୁ ଆଧାର କରି ସମୁଦ୍ର ଶାସ୍ତ୍ରରେ ଏହିସବୁ ବିଷୟ ଉଲ୍ଲେଖ ରହିଛି । ସେଥିପାଇଁ ଘରର ଗୁରୁଜନ ମାନେ କନ୍ୟା କିମ୍ବା ବରପାତ୍ର ଚୟନ ବେଳେ ଏହିସବୁ ଦେଖିଥାନ୍ତି । ଆଜିର ଆଧୁନିକ ଯୁଗରେ ଆମେ ଏହିସବୁ କଥାରେ ବିଶ୍ବାସ ରଖୁ ନଥିଲେ ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ଥିବା ପ୍ରତ୍ଯେକଟି ବିଷୟର ସ୍ଵତନ୍ତ୍ର ମହତ୍ଵ ରହିଛି ।

ତେଣୁ ଏହି ଅନୁସାରେ କନ୍ୟା ଚୟନ କଲେ ଆପଣ ସୁଖୀ ହେବା ସହ ଧନବାନ ମଧ୍ୟ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।