ସ୍ମାର୍ଟଫୋନ ର ସେନ୍ସର କରି ପାରିବ ବଡ ବଡ କାମ, ଆପଣ ବି ପରୀକ୍ଷା କରି ଦେଖି ପାରିବେ ଏହି ସହଜ ଟ୍ରିକ

ଆମ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ରହିଛି, କିନ୍ତୁ ଆମେ ଆପଣ ସ୍ମାର୍ଟଫୋନରେ ବେଶୀ କିଛି କାମ କରି ନଥାଉ, କାରଣ କିଛି ଲୋକଙ୍କ ପାଖରେ ବେଶୀ ଟ୍ରିକ୍ସ ଖୋଜିବା ପାଇଁ ସମୟ ନଥାଏ ଏବଂ କିଛି ଲୋକଙ୍କ ପାଖରେ ସ୍ମାର୍ଟଫୋନ ଥାଏ କିନ୍ତୁ ସେମାନେ ଅଧିକ ତାହା ବିଷୟରେ ଜାଣିନଥାନ୍ତି । ଆଜି ଯେମିତି ପ୍ରାୟତଃ ସବୁ କାମ ମୋବାଇଲରେ ସମ୍ଭବ ହୋଇ ଯାଉଅଛି ସେଥିପାଇଁ ସ୍ମାର୍ଟଫୋନର ସବୁ ଜିନିଷ ଗୁଡିକ ବିଷୟରେ ସମସ୍ତଙ୍କୁ ଜାଣିବା ଦରକାର ।

ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ମୋବାଇଲ ଫୋନର ସେନ୍ସର ବିଷୟରେ ଯାହା ଆପଣଙ୍କୁ ଫୋନରେ କଥା ହେବା ସମୟରେ ବ୍ୟାଟେରୀ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ କାରଣ ସେହି ସମୟରେ ସ୍କ୍ରିନ ର ଲାଇଟକୁ ବନ୍ଦ କରିଦେଇ ଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ମୋବାଇଲ ରେ ଥିବା ସେନ୍ସର ଦ୍ଵାରା ଆପଣ ବହୁତ ସିକ୍ରେଟ କାମ ସବୁ କରି ପାରିବେ ।

ସେଥିପାଇଁ ଆପଣ ପ୍ରଥମେ ଗୂଗଲ ପ୍ଲେ ସ୍ଟୋର ରେ ଏକ ଛୋଟ ଆପ ଯାହାର ନାମ Proximity Service ଅଟେ ତାହାକୁ ଡାଉନଲୋଡ କରନ୍ତୁ । ଫୋନ ରେ ଉପରେ ସେନ୍ସର ଥାଏ । ଏହାକୁ ଡାଉନଲୋଡ କରିବା ପରେ ଏହାକୁ ଓପନ କରି ଏକ୍ଟିୱ କରିଦିଅନ୍ତୁ ।

ଏହା ପରେ ଏହାର କାମ ଆରମ୍ଭ ହୋଇଯାଏ । ଯେମିତିକି ଆପଣ ୟୁଟ୍ଯବ ରେ ଖାଲି ଗୀତ ଶୁଣିବାକୁ ଚାହୁଁଛନ୍ତି । କିନ୍ତୁ ତାହାର ସ୍କ୍ରିନ ବନ୍ଦ ହୋଇ ପାରିବ ନାହିଁ । ତାହାର ସ୍କ୍ରିନ ଚାଲୁ ଥାଏ । ଯାହାଦ୍ୱାରା ବ୍ୟାଟେରୀ ଏବଂ ଡାଟା ଦୁଇଟି ଖର୍ଚ ହୋଇଥାଏ । କିନ୍ତୁ ଆପଣ ଏହି ଆପ ଦ୍ଵାରା କେବଳ ସେନ୍ସର ଉପରେ ହାତ ରଖିଦେବ ତେବେ ଆପଣ ଖାଲି ଗୀତ ଶୁଣି ପାରିବେ ଭିଡିଓ ଦେଖି ପାରିବେ ନାହିଁ କାରଣ ସ୍କ୍ରିନ ଅଫ ହୋଇଯିବ । ଆପଣ ସେନ୍ସର ଉପରେ କିଛି ରଖି ପାରିବେ ।

ଏହା ଛଡା ସ୍କ୍ରିନ ଅଫ ନ କରି ଫୋନକୁ ଆପଣ ପକେଟରେ ରଖୀ ଦିଅନ୍ତି । ଯାହାଦ୍ଵାରା ଫୋନର ସ୍କ୍ରିନ ଚାଲୁ ରହି ଯେକୌଣସି ଆପ ଓପନ ହୋଇଯାଏ । ଯାହାଦ୍ୱାରା ବହୁତ ସମସ୍ୟା ହୋଇଥାଏ । କିନ୍ତୁ ଏହି ଆପ ଡାଉନଲୋଡ କରିବା ଦ୍ଵାରା ଫୋନକୁ ପକେଟରେ ରଖିବା ଦ୍ଵାରା ଫୋନର ସ୍କ୍ରିନ ମନକୁ ମନ ବନ୍ଦ ହୋଇଯିବ ।

କାରଣ ଫୋନର ସେନ୍ସର ଉପରେ ଯେକୌଣସି ବସ୍ତୁ କିମ୍ବା ଅନ୍ୟ କିଛି ଆସି ଯାଇଥାଏ ତେବେ ଏହା ମନକୁ ମନ ଫୋନର ସ୍କ୍ରିନ କୁ ବନ୍ଦ କରିଦେଇ ଥାଏ ।