ସିଙ୍ଗଡା ପ୍ରତି ଭାରତୀୟଙ୍କ ରହିଛି ଅହେତୁକ ଦୁର୍ବଳତା, ଏହି ରିପୋର୍ଟ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ Report

ଖାଇବା ପିଇବା ମାମଲାରେ ଇଣ୍ଡିଆ ବହୁତ ଆଗୁଆ । ଏହାକୁ ଖାଦ୍ଯ ସୌକିନଙ୍କ ଦେଶ ବୋଲି କହିଲେ ମଧ୍ୟ କୌଣସି ଅତ୍ଯୁକ୍ତି ହେବ ନାହିଁ । ଲକଡାଉନ ହେଉ ଅବା ସାମାନ୍ଯ ପରିସ୍ଥିତି ସମୋସା ବା ସିଙ୍ଗଡା ଭାରତୀୟ ମାନଙ୍କ ସବୁଠୁ ପସନ୍ଦର ଖାଦ୍ଯ ମଧ୍ୟରେ ଅନ୍ଯତମ । ତେବେ ଆଜି ଆମେ ସିଙ୍ଗଡା ଓ ବିରିୟାନୀକୁ ନେଇ ଆପଣଙ୍କୁ ଏମିତି ଏକ ରିପୋର୍ଟ ଦେଖାଇବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ବି କହିବେ ବାଃ ଇଣ୍ଡିଆ ବାଲୋ।

ଆମ ଦେଶ ଭାରତର ଲୋକମାନେ କେଉଁସବୁ ଖାଦ୍ଯ ଅଧିକ ଖାଆନ୍ତି ଏହାକୁ ନେଇ ଅନଲାଇନ ଫୁଡ୍ ଡେଲିଭେରି ପ୍ଲାଟଫର୍ମ ସ୍ଵିଗି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ରିପୋର୍ଟ ପେଶ୍ କରିଛି । ଖାଇବା ମାମଲାରେ ସିଙ୍ଗଡା ଏବଂ ବିରିୟାନୀ ଅନ୍ୟ ସବୁକୁ ପଛରେ ପକାଇ ଦେଇଛନ୍ତି । ସ୍ଵିଗିର ଏହି ରିପୋର୍ଟ ମୁତାବକ, ୨୦୨୧ରେ ଆମ ଦେଶରେ ସବୁଠୁ ଅଧିକ ଅର୍ଡର କରା ଯାଇଥିବା ଖାଦ୍ଯ ମଧ୍ୟରୁ ଭାରତୀୟ ଲୋକମାନେ ମିନିଟ ପ୍ରତି ୧୧୫ଟି ବିରିୟାନୀ ପ୍ଳେଟ ଅର୍ଡର କରିଛନ୍ତି ।

ଏହା ବ୍ୟତୀତ ବର୍ଷଯାକ ଭାରତୀୟ ମାନେ ଏତେ ପରିମାଣରେ ସିଙ୍ଗଡା ଖାଇଛନ୍ତି ଯାହା ନ୍ୟୁଜିଲାଣ୍ଡର ସଂପୂର୍ଣ୍ଣ ଜନସଂଖ୍ୟାର ଅନେକ ଗୁଣ ଅଟେ । ସ୍ଵିଗି ମୁତାବକ, ୨୦୨୧ରେ ସିଙ୍ଗଡା ହିଁ ଭାରତୀୟଙ୍କ ସବୁଠୁ ଅଧିକ ପ୍ରିୟ ସ୍ନାକ୍ସ । ବର୍ଷଯାକ ସ୍ଵିଗିରେ ପ୍ରାୟ ୫୦ ଲକ୍ଷ ସିଙ୍ଗଡା ଅର୍ଡର କରାଯାଇଛି । ଏଥିରୁ ସିଙ୍ଗଡାର ଲୋକପ୍ରିୟତା କେତେ ତାହା ସ୍ପଷ୍ଟ ଜଣାପଡୁଛି । ଚିକେନ ୱିଙ୍ଗସ୍ ତୁଳନାରେ ଲୋକେ ସିଙ୍ଗଡାକୁ ୬ ଗୁଣ ଅଧିକ ଅର୍ଡର କରିଛନ୍ତି ।

ସେହିପରି ଲୋକଙ୍କ ବିରିୟାନୀ ପ୍ରେମ ମଧ୍ୟ ଲଗାତାର ବଢିବାରେ ଲାଗିଛି । ୨୦୨୦ରେ ସ୍ଵିଗିକୁ ପ୍ରତି ମିନିଟରେ ୯୦ଟି ବିରିୟାନୀ ଅର୍ଡର ମିଳୁଥିଲା । ଯାହା ୨୦୨୧ରେ ବୃଦ୍ଧି ପାଇ ୧୧୫ ହୋଇଯାଇଛି । ବିରିୟାନୀରେ ଲୋକମାନେ ଚିକେନ ବିରିୟାନୀ ଖାଇବାକୁ ଅଧିକ ପସନ୍ଦ କରନ୍ତି । ଯାହା ଭେଜ୍ ବିରିୟାନୀ ତୁଳନାରେ ୪.୩ ଗୁଣ ଅଧିକ ଅର୍ଡର ମିଳିଥାଏ । ସବୁଠୁ ମଜା କଥା ହେଉଛି ପ୍ରାୟ ୪.୨୫ ଲକ୍ଷ ଲୋକ ସ୍ଵିଗିରେ ସେମାନଙ୍କ ପ୍ରଥମ ଅର୍ଡର ଚିକେନ ବିରିୟାନୀ ହିଁ କରିଛନ୍ତି ।

ତେବେ ସିଙ୍ଗଡା ପରେ ପାଓଭାଜି ଏବଂ ଗୁଲାବ ଜାମୁନ ସବୁଠୁ ଅଧିକ ଲୋକପ୍ରିୟ ବ୍ୟଞ୍ଜନ ଅଟେ । ଆକଳନରୁ ଏହା ମଧ୍ୟ ଜଣାପଡିଛି ଯେ ରାତି ୧୦ଟା ପରେ ଭାରତୀୟ ମାନେ ଭାରି ବ୍ୟଞ୍ଜନ ଖାଇବାକୁ ଅଧିକ ପସନ୍ଦ କରନ୍ତି । ତେବେ ସିଙ୍ଗଡା ସହ ସମ୍ବନ୍ଧିତ ଏହି ରିପୋର୍ଟ ଆପଣଙ୍କୁ ନିଶ୍ଚୟ ପସନ୍ଦ ହୋଇଥିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ମଜାଦାର ପୋଷ୍ଟ ପଢିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।