ସାମ୍ନାକୁ ଆସିଲା ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କ ଏହି ସତ ! ବାହାଘର ପରେ ପ୍ରଥମ କରି ରାଜେନ୍ଦ୍ର ଗଲେ ନିଜ ଶଶୁର ଘର !

ସାମ୍ନାକୁ ଆସିଲା ବଡ ସତ ! ଶ୍ଵଶୁର ଘର କହି କାହା ଘରକୁ ଯାଇଥିଲେ ରାଜେନ୍ଦ୍ର-ଦୀପାଞ୍ଜଳି ! ହଁ ଆଜ୍ଞା କେନ୍ଦ୍ରପଡାର ଭାଇରାଲ ଲଭ ଷ୍ଟୋରି କହିଲେ ବର୍ତ୍ତମାନ ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କୁ ପ୍ରେମ କାହାଣୀକୁ ସାମ୍ନାକୁ ଆସିଥାଏ । ତେବେ ପ୍ରେମର ସଂଘର୍ଷ ମଧ୍ୟରେ ଉଭୟ ରାଜେନ୍ଦ୍ର ଓ ଦୀପାଞ୍ଜଳି ନିଜର ପ୍ରେମକୁ ବିବାହର ନାମ ଦେଇଥିଲେ । ଯାହା ବର୍ତ୍ତମାନ ସବୁଆଡେ ଚର୍ଚାର ବିଷୟ ପାଲଟିଛି । ହେଲେ ଏତେ ସବୁ ଖୁସି ପରେ ମଧ୍ୟ ମନରେ କେଉଁଠି ନା କେଉଁଠି ଗୋଟିଏ ଦୁଃଖ ରହିଯାଇଛି ।

ଯେ ଝିଅର ପ୍ରେମ ବିବାହକୁ ନେଇ ଝିଅର ପରିବାର ଲୋକେ ରାଜି ନଥିବାରୁ ସେ ଝିଅର ବାହାଘର ଦିନ ହିଁ ନିଜ ଝିଅର ଶୁଦ୍ଧିକର୍ମ କରିଦେଇଥିଲେ ବୋଲି ଖବର ଭାଇରାଲ ହୋଇଥିଲା । ହେଲେ ଦୀପାଞ୍ଜଳିଙ୍କ ନିଜ ବାପା ଘର ସିନା ଝିଅ ଉପରେ ରାଗି ଝିଅକୁ ପର କରିଦେଇଥିଲେ । ଦୀପାଞ୍ଜଳିଙ୍କୁ ନିଜ ଝିଅ ଭାବେ ଗ୍ରହଣ କରି ବେଦୀ ଉପରେ ବସି ବିବାହ କରିଥିବା ବ୍ୟକ୍ତି ଜଣଙ୍କ ବର୍ତ୍ତମାନ ଦୀପାଞ୍ଜଳିଙ୍କର ବାପା ହୋଇଯାଇଛନ୍ତି ।

ଯାହାକୁ ଆମ ସମାଜରେ ଧରମ ବାପା ବୋଲି କୁହାଯାଇଥାଏ । ତେବେ ଦୀପାଞ୍ଜଳିଙ୍କର ଏହି ଧରମ ବାପା ବାହାଘର ପରେ ନିଜ ଝିଅ ଓ ଜ୍ଵାଇଁକୁ ନିଜ ଘରକୁ ନିମନ୍ତ୍ରଣ ଦେଇ ଡାକିଛନ୍ତି । ଯେଉଁ ନିମନ୍ତ୍ରଣ ପାଇଁ ଦୀପାଞ୍ଜଳିଙ୍କୁ ସାଙ୍ଗରେ ନେଇ ଖୁସି ମନରେ ରାଜେନ୍ଦ୍ର ତାଙ୍କ ଶ୍ଵଶୁର ଘରକୁ ଯାଇଛନ୍ତି । ତେବେ ଏହି ସମସ୍ତ ଅପଡେଟ ରାଜେନ୍ଦ୍ର ନିଜର ନୂଆ ୟୁଟ୍ଯୂବ ଚାନେଲରେ ଲୋକ ମାନଙ୍କୁ ଜଣାଇଛନ୍ତି ।

ତେବେ ରାଜେନ୍ଦ୍ର ତାଙ୍କ ଶ୍ଵଶୁର ଘରକୁ ଆସି ବହୁତ ଖୁସି ଥିବା ସହ ଟିକେ ଟିକେ ନର୍ଭସ ମଧ୍ୟ ଅଛନ୍ତି ବୋଲି ନିଜର ଭ୍ଲଗରେ କହିଛନ୍ତି । ଏଥିସହ ଦୀପାଞ୍ଜଳି ମଧ୍ୟ ନିଜର ଧରମ ବାପାଙ୍କ ଘରକୁ ଆସି ଖୁସିରେ ଖାଲି ନାଚିବାକୁ ତାଙ୍କୁ ଇଛା ହେଉଛି ବୋଲି ମଧ୍ୟ ଭ୍ଲଗରେ କହିଛନ୍ତି ।

ତେବେ ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କର ଦାମ୍ପତ୍ୟ ଜୀବନ ସବୁଦିନ ଖୁସିମୟ ରହୁ ବୋଲି ଆମେ ମଧ୍ୟ ଆଶା କରୁଛୁ । ଏହିଭଳି ନୂଆ ନୂଆ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ସବୁଦିନ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ