ସାମ୍ନାକୁ ଆସିଲେ Nandini ଙ୍କ ଭିଣୋଇ, କଲେ ବଡ ଖୁଲାସା, ଆଉ ସେ ଯାହା କହିଲେ ଥରେ ଶୁଣନ୍ତୁ…ଦେଖନ୍ତୁ Video

ଫେରାର ବୋହୂ ନନ୍ଦିନୀ ପ୍ରଧାନ ଓ ବଳରାମ ଦାସଙ୍କ ବୈବାହିକ ବିବାଦକୁ ନେଇ ଏବେ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି ତଥାକଥିତ ନନ୍ଦିନୀଙ୍କ ଭିଣୋଇ ତ୍ରିଲୋଚନ ପ୍ରଧାନ । ନନ୍ଦିନୀଙ୍କ ବଡ ଭଉଣୀ ବିବାହ କରି ନଥିବା ବେଳେ ଭିଣୋଇ କୁହା ଯାଉଥିବା ବ୍ୟକ୍ତିଜଣକ ତାଙ୍କ ବଡ ଭଉଣୀଙ୍କ କ୍ଳୋଜ ଫ୍ରେଣ୍ଡ ବୋଲି କହିଥିଲେ । ତ୍ରିଲୋଚନ ପ୍ରଧାନ ମଧ୍ୟ ଏକଥା କହିବା ସହ ନନ୍ଦିନୀଙ୍କୁ ତାଙ୍କ ସାନ ଭଉଣୀ ବୋଲି କହିଛନ୍ତି । ତାଙ୍କ ଉପରେ ଯେଉଁ ଭିଣୋଇର ଆରୋପ ଲଗାଯାଉଛି ଏହା କହିବା ବନ୍ଦ କରାଯାଉ ବୋଲି ସେ କହିଛନ୍ତି ।

ତ୍ରିଲୋଚନଙ୍କ କହିବା ଅନୁଯାୟୀ ନନ୍ଦିନୀଙ୍କୁ ମାତ୍ର ୧୭ ବର୍ଷ ବୟସ । ବଳରାମ ଦାସଙ୍କ ପରିବାର ଯେତେବେଳେ ନନ୍ଦିନୀଙ୍କ ପ୍ରସ୍ତାବ ଆଣି ଆସିଥିଲେ ସେତେବେଳେ ନନ୍ଦିନୀଙ୍କ ପରିବାର ରାଜି ହୋଇ ନଥିଲେ । କିନ୍ତୁ ସେମାନେ ନନ୍ଦିନୀ ଓ ବଳରାମଙ୍କ ନିର୍ବନ୍ଧ କରି ରଖିଦେବେ ଓ ତାଙ୍କ ବଡ ଭଉଣୀଙ୍କ ବିବାହ ପରେ ନନ୍ଦିନୀଙ୍କ ବିବାହ କରିବେ ବୋଲି ଉଭୟ ପରିବାର ମଧ୍ୟ କଥା ସ୍ଥିର ହୋଇଥିଲା । କିନ୍ତୁ ନିର୍ବନ୍ଧ ବାହାନାରେ ବଳରାମଙ୍କ ପରିବାର ସେମାନଙ୍କୁ ଡକାଇଥିଲେ ।

ଆଉ ସେଠାରେ ବନ୍ଧୁବାନ୍ଧବ ସମସ୍ତଙ୍କୁ ବାହାଘର କଥା କହି ଦେଇଛନ୍ତି ଏବଂ ବାହାଘର ପାଇଁ ସବୁ ଆୟୋଜନ ସରିଛି କହି ବଳରାମ ଓ ନନ୍ଦିନୀଙ୍କ ବିବାହ କରିବାକୁ ନନ୍ଦିନୀଙ୍କ ପରିବାରକୁ ହାତଯୋଡି ଥିଲେ । ପ୍ରଥମେ ରାଜି ହୋଇ ନଥିଲେ ମଧ୍ୟ ପରେ ସେମାନେ ଏନେଇ ରାଜି ହୋଇ ଯାଇଥିଲେ । କିନ୍ତୁ ବିବାହ ସରିବା ପରେ ରାତିରେ ବଳରାମଙ୍କ ପରିବାର ଯୌତୁକ କଥା ନେଇ ନନ୍ଦିନୀଙ୍କୁ ଅନେକ କଥା ଶୁଣାଇଥିଲେ ।

 

ଏହାସହ ବଳରାମ ମଧ୍ୟ ରାତିରେ ନନ୍ଦିନୀଙ୍କ ସହ ଜୋର ଜବରଦସ୍ତି ଶାଆରୀଇରିକ ସବମ୍ବନ୍ଧ ରଖିବାକୁ ଚେଷ୍ଟା କରିଥିଲେ ଓ ନନ୍ଦିନୀ ରାଜି ନ ହେବାରୁ ତାଙ୍କୁ ମାଆଡ ମଧ୍ୟ ମାଆରିଇଥିଲେ । ଯେଉଁଥି ପାଇଁ ନନ୍ଦିନୀ ବ୍ୟସ୍ତ ହୋଇ ତାଙ୍କ ଘରଲୋକଙ୍କୁ ସବୁ କଥା ଜଣାଇଥିଲେ ଓ ତା’ ପରଦିନ ସକାଳେ ନନ୍ଦିନୀଙ୍କୁ ନେବା ପାଇଁ ସେମାନେ ଆସିଥିଲେ । ନନ୍ଦିନୀଙ୍କ ଘରଲୋକ ସବୁ କଥା କହି ତ୍ରିଲୋଚନଙ୍କୁ ଡକେଇ ଥିବାରୁ ସେ ନନ୍ଦିନୀଙ୍କୁ ଆଣିବା ପାଇଁ ସେମାନଙ୍କ ସହ ଯାଇଥିଲେ ବୋଲି ସେ କହିଛନ୍ତି ।

ତ୍ରିଲୋଚନ ବଳରାମ ଓ ତାଙ୍କ ପରିବାର ଉପରେ ଆରୋଓପ ଲଗାଇବା ସହ ତାଙ୍କ ବଡ ବୋହୂ ସହ ମଧ୍ୟ ସେମାନେ ଠିକ ଏମିତି କରିଥିଲେ ବୋଲି କହିଛନ୍ତି । ସେ କହିଛନ୍ତି କି ବଳରାମ ଓ ତାଙ୍କ ପରିବାର ଉପରେ ଠିକ ଭାବେ ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।