ସାବାସ୍ ଭଉଣୀ ! ଏହି ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତା ବଞ୍ଚେଇ ଦେଲା ଅନେକ ଜୀବନ ଓ ବିପୁଳ କ୍ଷୟକ୍ଷତି, ଭିଡିଓ ଦେଖିଲେ ଆପଣ ବି ପ୍ରଶଂସା କରିବେ

ଏହି ସାହସୀ ଯୁବତୀଙ୍କ ସାହସର ଏବେ ଚାରିଆଡେ ପ୍ରଶଂସା ହେଉଛି । ଯଦି ଉପଯୁକ୍ତ ସମୟରେ ଉପସ୍ଥିତି ବୁଦ୍ଧି ଓ ସାହସ ଦେଖା ନଥାନ୍ତେ ତେବେ କେତେ ଯେ କ୍ଷୟକ୍ଷତି ହୋଇଥାନ୍ତା ତାହା କହିବା ସମ୍ଭବ ନୁହେଁ । ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ଏହି ସାହସୀ ଯୁବତୀଙ୍କ ପ୍ରଶଂସା ନକରି ରହିପାରିବେ ନାହିଁ । ଏକା କୌଣସି ଏକ ପେଟ୍ରୋଲ ପମ୍ପର ଦୃଶ୍ୟ । ଗାଡି ଷ୍ଟାର୍ଟ କରୁ କରୁ ଅଚାନକ ନିଆଁ ଲାଗି ଯାଇଥିଲା ।

କାଳେ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବିସ୍ଫୋରଣ ହୋଇଯିବ ଭାବି ସେଠାରେ ଥିବା ସମସ୍ତ ବ୍ୟକ୍ତି ଗାଡି ଛାଡି ଦୌଡି ପଳାଇ ଥିଲେ । କିନ୍ତୁ ଅତି ସାହସିକତା ଓ ଚତୁରତାର ଏଭଳି ପରିସ୍ଥିତିକୁ ମୁକାବିଲା କରିଥିଲେ ଏହି ଯୁବତୀ । ସଂପୂର୍ଣ୍ଣ ଘଟଣାଟି ହେଉଛନ୍ତି ଏକ ପେଟ୍ରୋଲ ପମ୍ପରେ ବାଇକ ଆଣି ତିନି ଜଣ ବ୍ୟକ୍ତି ପେଟ୍ରୋଲ ଭରୁଥିଲେ । ସେମାନଙ୍କ ପୂର୍ବରୁ ଏକ ଛୋଟ ଲୋରୀ ନେଇ ଆସିଥିବା ଜଣେ ବ୍ୟକ୍ତି ପେଟ୍ରୋଲ ପକାଇ ସାରିଥାନ୍ତି ।

ସେ ସେଠାରୁ ବାହାରି ଯିବା ପାଇଁ ଗାଡି ଷ୍ଟାର୍ଟ କରୁ କରୁ ଅଚାନକ ସେଥିରେ ନିଆଁ ଲାଗିଗଲା । ଏହା ଦେଖି ସେଠାରେ ପେଟ୍ରୋଲ ପକାଉଥିବା ଅନ୍ୟ ତିନି ଜଣ ବ୍ୟକ୍ତିଙ୍କ ସହ ଲୋରୀ ଡ୍ରାଇଭର ମଧ୍ୟ ସେହି ସ୍ଥାନ ଛାଡି ଦୌଡି ପଳାଇଥିଲେ । କିନ୍ତୁ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା ଏହି ଯୁବତୀ ଡରି ନଯାଇ ବୁଦ୍ଧିର ସହ କାର୍ଯ୍ୟ କରିଥିଲେ । ସେ ସାଙ୍ଗେ ସାଙ୍ଗେ ପାଖରେ ଥିବା ଏକ ନିଆଁ ଲିଭା ଗ୍ଯାସ ସିଲିଣ୍ଡର ଆଣି ଲୋରୀ ଉପରକୁ ଗ୍ଯାସ ସ୍ପ୍ରେ କରିଥିଲେ ।

ଯାହାଫଳରେ କିଛି ସମୟରେ ସେହି ଲୋରୀରେ ଲାଗିଥିବା ନିଆଁ ସଂପୂର୍ଣ୍ଣ ଭାବେ ଲିଭି ଯାଇଥିଲା । ଏହି ସାହସୀ ଯୁବତୀ ଅନେକ ଜୀବନ ବଞ୍ଚାଇବା ସହ ବିପୁଳ କ୍ଷୟକ୍ଷତିକୁ ଅଟକାଇ ଦେଇଥିଲେ । ଏହି ଯୁବତୀ ଜଣକ ମଧ୍ୟ ଯଦି ସେଠାରୁ ଭୟଭୀତ ହୋଇ ପକାଇ ଯାଇଥାନ୍ତେ ତେବେ ସ୍ଥିତି କଣ ହୋଇଥାନ୍ତା ତାହା ଆପଣ ଅନୁମାନ କରି ପାରୁଥିବେ । ତାଙ୍କ ସାହସିକତାର କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ସେ ସମସ୍ତଙ୍କୁ ଦେଖାଇ ଦେଇଛନ୍ତି କି ବିପଦ ସମୟରେ ହଠାତ ଭୟଭୀତ ନହୋଇ ସାମାନ୍ଯ ଉପସ୍ଥିତ ବୁଦ୍ଧି ଖଟାଇଲେ ବଡରୁ ବଡ ବିପଦକୁ ମଧ୍ୟ ଟାଳି ଦିଆ ଯାଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।