ସାମ୍ନାକୁ ଆସିଲା ଦେଶର ସବୁଠୁ ସୁରକ୍ଷିତ ବ୍ଯାଙ୍କ ମାନଙ୍କର ଲିଷ୍ଟ, ଏହି ବ୍ଯାଙ୍କରେ ଟଙ୍କା ରଖିଲେ କେବେବି ବୁଡିବା ଭୟ ରହିବନି

ଦେଶର ସବୁଠୁ ବିଶ୍ଵସ୍ତ ଏବଂ ସୁରକ୍ଷିତ ବ୍ଯାଙ୍କ ତାଲିକା ପ୍ରକାଶିତ ହେଲା । ଏହି ବ୍ଯାଙ୍କରେ ଗ୍ରାହକଙ୍କ ଟଙ୍କା ବୁଡିବାର ଭୟ ନାହିଁ । ପ୍ରତିବର୍ଷ ଭଳି 2022 ବର୍ଷ ରିପୋର୍ଟ ଆଧାରରେ ଏହି ତାଲିକା ପ୍ରକାଶ କରିଛି ରିଜର୍ଭ ବ୍ଯାଙ୍କ । ଉଭୟ ଗ୍ରାହକ ଓ ଅର୍ଥ ବ୍ୟବସ୍ଥା ପାଇଁ ଏହି ବ୍ଯାଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ବ୍ଯାଙ୍କର କ୍ଷତି ପୁରା ଦେଶର ଆର୍ଥିକ ଅବସ୍ଥାକୁ ପ୍ରଭାବିତ କରିଦେବ । ତେଣୁ ଆରବିଆଇ Domestic Systemically Important Banks (D-SIBs) 2022 ତାଲିକା ଜାରି କରିଛି ।

ଏହି ଲିଷ୍ଟରେ ଗୋଟିଏ ଜାତୀୟ ଓ ଦୁଇଟି ପ୍ରାଇଭେଟ ସେକ୍ଟର ବ୍ଯାଙ୍କ ସାମିଲ ଅଛନ୍ତି । ଚଳିତ ବର୍ଷ ଦେଶର ସବୁଠୁ ସୁରକ୍ଷିତ ବ୍ଯାଙ୍କ ତାଲିକାରେ ଅଛନ୍ତି SBI, ICICI ଓ HDFC ବ୍ଯାଙ୍କ । ଏହି ବ୍ଯାଙ୍କ ଗୁଡିକ ଉପରେ ଖାସ ନଜର ରଖିଥାଏ RBI । ତେଣୁ ଏହି ବ୍ଯାଙ୍କ ସବୁ ବୁଡିବାର ସମ୍ଭାବନା ନଥାଏ । କାରଣ D-SIBs ବ୍ଯାଙ୍କ ଲିଷ୍ଟରେ ସାମିଲ ହେବାକୁ ହେଲେ RBI ର ଏକ ନିର୍ଦ୍ଦିଷ୍ଟ ମାନକ ପୂରଣ କରିବାକୁ ପଡେ ।

ଏହି ବ୍ଯାଙ୍କ ଗୁଡିକୁ Risk Weighted Assets ର କିଛି ପ୍ରତିଶତ ଟିୟର-1 ଭାବେ ଜମା କରିବାକୁ ପଡେ । RBI ର ନିୟମ ଅନୁସାରେ ନିଜ ରିସ୍କ ୱେଟେଡ ଆସେଟ ର 0.60 ପ୍ରତିଶତ ଟିୟର ଇକ୍ୟୁଟି ଭାବେ ଜମା ରଖିଥାଏ । HDFC ଓ ICICI ବ୍ଯାଙ୍କ ଏହାର 0.20 ପ୍ରତିଶତ ଟିୟର-1 ଭାବେ ଜମା ରଖିବେ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ରିସ୍କ ୱେଟେଡ ଆସେଟ କଣ ? ବ୍ଯାଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ସରକାର, କୌଣସି ବ୍ଯବସାୟିକ ସଂଗଠନ କିମ୍ବା ଗ୍ରାହକଙ୍କୁ ଲୋନ୍ ଦେଇଥାଏ ।

ଏମାନଙ୍କ ଠାରୁ ଲୋନ ର ସୁଧ ଆକାରରେ ଆଦାୟ ହେଉଥିବା ଅର୍ଥକୁ ରିସ୍କ ୱେଟେଡ ଆସେଟ ବୋଲି କୁହାଯାଏ । ସେହିପରି ଟିୟର-1 ହେଉଛି ବ୍ଯାଙ୍କ ପ୍ରାଇମେରୀ ଫଣ୍ଡିଙ୍ଗ ବା କୋର୍ କ୍ୟାପିଟାଲ । ବ୍ଯାଙ୍କ RBI ରେ କିଛି ଅର୍ଥ ପଇଠ କରିବା, ଗ୍ରାହକଙ୍କ ଆକାଉଣ୍ଟ ମେଣ୍ଟେନାନ୍ସ ଖର୍ଚ୍ଚ ଓ ନିଜ କର୍ମଚାରୀଙ୍କୁ ବେତନ ଦେବା ପରେ ଯାହା ବଳିପଡେ, ତାହାକୁ ଟିୟର-1 ଆକାରରେ ଜମା ରଖେ ।

ଯାହାକି କୌଣସି ଆପାତକାଳୀନ ସ୍ଥିତିରେ ବ୍ଯାଙ୍କର କାମରେ ଆସେ । 2015 ଠାରୁ ସୁରକ୍ଷିତ ବ୍ଯାଙ୍କମାନଙ୍କ ଲିଷ୍ଟ ପ୍ରକାଶ କରି ଆସୁଛି RBI । ଦେଶର ଆର୍ଥିକ ସ୍ଥିତିକୁ ସ୍ଥିର ରଖିବାକୁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।