ସମୁଦ୍ର ବେଳାଭୂମିରେ ମସ୍ତି ବେଳେ ମାଡି ଆସିଲା ବଡ ଢେଉ, ଭାସିଗଲେ ପୁଅ-ଝିଅ, କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ ଦେଖିଲେ ଆପଣଙ୍କୁ ବି ଭୟ ଲାଗିବ

ସମୁଦ୍ର ବେଳାଭୂମିରେ ମଜାମସ୍ତି କରୁଥିବା ବେଳେ ହଠାତ ମାଡି ଆସିଲା ଲହରୀ । ଆଉ ଦେଖୁ ଦେଖୁ ଭାସିଗଲେ ଜଣେ ପୁଅ ଓ ଝିଅ । ବିପଦ କେତେବେକେ କାହାକୁ ଜଣେଇକି ଆସେନି । ତେଣୁ ଟିକିଏ ଅସାବଧନତା ହେତୁ ଆମ ଜୀବନ ବି ଯାଇପାରେ ଏହା ଆମକୁ ମନେ ରଖିବାକୁ ହେବ । ଟିକିଏ ଅସତର୍କତା ବଡ ଅଘଟଣ ଘଟାଇ ଚାଲିଯାଏ ଆଉ ଆମ  ଜୀବନ ନେଇଯାଏ । ତେଣୁ ସବୁବେଳେ ଆମକୁ ସତର୍କ ରହିବା ଜରୁରୀ । ଏବେ ଏକ ସମୁଦ୍ର ବେଳାଭୂମିର ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଯାହା ଦେଖି ଆପଣ ବି ସ୍ତବ୍ଧ ହୋଇଯିବେ ।

ଭଲ ପାଗରେ ଲୋକମାନେ ସମୁଦ୍ର ବେଳାଭୂମିରେ ବୁଲିବାକୁ ଭଲପାନ୍ତି । କିନ୍ତୁ ମଜାମସ୍ତି ସମୟରେ ବେଳେବେଳେ ଏମିତି କିଛି ଅଘଟଣ ଘଟିଯାଏ ଯାହା ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ । ଠିକ ସେମିତି ଓମାନ ବୁଲିବାକୁ ଯାଇଥିବା ଏକ ଭାରତୀୟ ପରିବାରର କିଛି ସମୁଦ୍ର ଢେଉରେ ଭାସି ଯାଇଛନ୍ତି । ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାର ଜଣେ ୪୨ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ପୁଅ ଓମାନର ସମୁଦ୍ରକୁଳରେ ଭାସି ଯାଇଥିବା ବେଳେ ତାଙ୍କ ଝିଅ ମଧ୍ୟ ନିଖୋଜ ଅଛନ୍ତି ।

ଶଶିକାନ୍ତ ମହାମାନେ, ତାଙ୍କ ପତ୍ନୀ, ଝିଅ ଶ୍ରେୟା ଓ ପୁଅ ଶ୍ରେୟସ ଦୁବାଇରେ ରହୁଥିଲେ । ରବିବାର ଦିନ ସେମାନେ ପଡୋଶୀ ଦେଶ ଓମାନକୁ ଯାଇଥିଲେ । ଆଉ ସେମାନେ ସମୁଦ୍ରକୂଳରେ ମଜା କରୁଥିବା ବେଳେ ଏମିତି ଅଘଟଣ ଘଟିଯାଇଛି । ଶଶିକାନ୍ତଙ୍କ ଭାଇ ଏହି ସୂଚନା ଦେଇଛନ୍ତି ।

ଶଶିକାନ୍ତ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରନ୍ତି ଓ ତାଙ୍କ ପରିବାର ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ରୁହନ୍ତି । ଶଶିକାନ୍ତଙ୍କ ପରିବାର ପିକନିକ କରିବାକୁ ଓମାନ ଯାଇଥିବା ବେଳେ ହଠାତ ଏକ ବଡ ଢେଉ ମାଡି ଆସିଥିଲା । ଆଉ ସେହି ଢେଉରେ ସେମାନେ ଭାସି ଯାଇଛନ୍ତି । ଝିଅ ଓ ପୁଅକୁ ବଞ୍ଚାଇବାକୁ ଯାଇ ବାପା ଶଶିକାନ୍ତ ମଧ୍ୟ ବୁଡି ଯାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଦୁବାଇରେ ଥିବା ତାଙ୍କ ଭାଇ ସେଠାରେ ପହଞ୍ଚିଛନ୍ତି ଏବଂ ଝିଅର ସନ୍ଧାନ ଜାରି ଥିବା କହିଛନ୍ତି ।

ଶଶିକାନ୍ତ ଏବଂ ତାଙ୍କ ପୁଅର ମୃତଦେହ ପାଣିରୁ ଉଦ୍ଧାର ହୋଇଛି । ସାମାନ୍ଯ ମଜା ତିନି ତିନିଟି ଜୀବନ ନେଇଗଲା ଆଉ ପୁରା ପରିବାର ଭୁଷୁଡି ପଡିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।