ଚିର ହରଣ ସମୟରେ ଦୁର୍ୟଧନ ଦ୍ରୋପଦୀଙ୍କୁ କହିଥିଲା ଏମିତି କଥା, ଯାହାକୁ ଶୁଣି ସେ କାନ୍ଦିବାକୁ ଲାଗିଥିଲେ

ମହାଭାରତ କଥା ଅନୁସାରେ ପାଣ୍ଡବ ଓ ଦୁର୍ଯୋଧନଙ୍କ ମଧ୍ୟରେ ଖେଳା ଯାଇଥିବା ଜୁଆରେ ପାଣ୍ଡବ ନିଜର ସମସ୍ତ ରାଜପାଠ, ସମ୍ପତି ହାରି ଥିଲେ । ଏହା ସହିତ ସେମାନେ ନିଜର ପତ୍ନୀ ଦ୍ରୋପଦୀଙ୍କୁ ବି ଏହି ଜୁଆ ଖେଳରେ ବାଜି ଲଗାଇ ହାରି ଯାଇଥିଲେ । ଏହା ପରେ ଆଶ୍ଚର୍ଯ୍ୟର କଥା ଏହା ଥିଲା କି ଦୁର୍ଯୋଧନ ସେହି ସମୟରେ ସେହି ସଭାରେ ଦ୍ରୋପଦୀଙ୍କୁ ଡାକିଲେ । ଧୃତରାଷ୍ଟ୍ରଙ୍କ ପ୍ରତିକାମୀ ନାମକ ସେବକକୁ ଦ୍ରୌପଦୀଙ୍କୁ ସଭାକୁ ଆଣିବା ପାଇଁ ପଠା ଯାଇଥିଲା ।

ଏହା ପରେ ସେବକ ଦ୍ରୌପଦୀଙ୍କୁ ସଭାକୁ ନେଇ ଆସିଲେ । ଯେମିତି ହିଁ ଦ୍ରୌପଦୀ ସେହି ସଭାରେ ପହଞ୍ଚିଲେ ତେବେ ଦୁର୍ଯୋଧନ ଦ୍ରୌପଦୀଙ୍କ କେଶକୁ ଧରି ଟାଣି ଟାଣି ସଭା ମଝିକୁ ନେଇ ଆସିଲେ ଓ କହିଲେ କି ତୁମକୁ ଆମେ ଜୁଆରେ ଜିତି ଯାଇଛୁ । ଅର୍ଥାତ ତୁମକୁ ମୁଁ ନିଜର ଦାସୀମାନଙ୍କ ମଧ୍ୟରେ ରଖିବି । ଏହା ଛଡା ଦୁର୍ଯୋଧନ ଦ୍ରୌପଦୀଙ୍କୁ ନିଜର ଜଙ୍ଘ ଉପରେ ବସିବା ପାଇଁ ବି କହିଥିଲା ଯାହାକୁ ଶୁଣି ଦ୍ରୌପଦୀ ବହୁତ କାନ୍ଦିବାକୁ ଲାଗିଲେ ।

ଏହା ପରେ ସେ ନିଜର ରକ୍ଷା ପାଇଁ କେତେବେଳେ ପାଣ୍ଡବଙ୍କ ଆଡକୁ ଚାହୁଁଥିଲେ ତ କେତେବେଳେ ମନେ ମନେ ଶ୍ରୀ କୃଷ୍ଣଙ୍କୁ ମନେ ପକାଉ ଥିଲେ । କିନ୍ତୁ ପାଣ୍ଡବ ତାଙ୍କର ରକ୍ଷା କରିବାରେ ଅସମର୍ଥ ଥିଲେ । ଏହା ପରେ ଦୁର୍ଯୋଧନଙ୍କ କହିବା ପରେ ଦୁ:ଶାସନ ଦ୍ରୌପଦୀଙ୍କ ଚିର ହରଣ କରିଥିଲେ । ଦୁ:ଶାସନ ଦ୍ରୌପଦୀଙ୍କୁ ନିର୍ବସ୍ତ୍ର କରିବାକୁ ଚେଷ୍ଟା କରିଥିଲେ ।

ଏହା ପରେ ଦ୍ରୌପଦୀ ପାଣ୍ଡବଙ୍କ ଆଡକୁ ଦେଖିଲେ ତ ଯୁଧିଷ୍ଠିର କହିଲେ କି – ସେମାନେ ତାଙ୍କ ହାତକୁ ଜଳାଇ ଦେବା ଉଚିତ, ଯେଉଁ ହାତରେ ସେମାନେ ଜୁଆ ଖେଳି ଥିଲେ ।‘ ଏହା ପରେ ଭୀମ ଶପଥ ନେଲେ କି ସେ ଦୁ:ଶାସନଙ୍କ ଛାତିର ରକ୍ତ ପିଇବେ ତଥା ଦୁରୟୋଧନର ଜଙ୍ଘକୁ ନିଜର ଗଦା ଦ୍ଵାରା ଫାଡି ଦେବେ ।

କିନ୍ତୁ ସେହି ସମୟରେ ଏକ ଚମତ୍କାର ବି ହୋଇଥିଲା । କହିବାକୁ ଗଲେ ଯେତେବେଳେ ଦ୍ରୌପଦୀଙ୍କ ଚିର ହରଣ ହେଉଥିଲା ତେବେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ବଞ୍ଚାଇବା ପାଇଁ ତାଙ୍କୁ କୋଟି ବସ୍ତ୍ର ଦାନ କରିଥିଲେ । ଯେଉଁ କାରଣରୁ ଦୁ:ଶାସନ ବହୁତ ଚେଷ୍ଟା କରିବା ସତ୍ଵେ ବି ଦ୍ରୌପଦୀଙ୍କୁ ନିବସ୍ତ୍ର କରି ପାରିଲେ ନାହିଁ । ଏହା ପରେ ଜୁଆର ସର୍ତ ଅନୁଯାୟୀ ପାଣ୍ଡବମାନଙ୍କୁ ବନଗମନ କରିବାର ଥିଲା ।

କିନ୍ତୁ ପାଣ୍ଡବମାନେ ବନଗମନ କରିବା ପୂର୍ବରୁ ଏହା ଶପଥ ନେଲେ କି ସେ ନିଜର ସମସ୍ତ ଶତ୍ରୁଙ୍କ ମୃତ୍ୟୁ ଲୋକକୁ ପଠାଇବେ ଓ ସେହି ସମୟରେ ଦ୍ରୌପଦୀ ବି ଏକ ପ୍ରତିଜ୍ଞା ନେଇଥିଲେ କି ସେ ନିଜର ଚୁଟି ସେତେ ଦିନ ପର୍ଯ୍ୟନ୍ତ ଖୋଲା ରଖିବେ ଯେତେ ଦିନ ପର୍ଯ୍ୟନ୍ତ ସେ ନିଜ କେଶକୁ ଦୁର୍ଯୋଧନର ରକ୍ତରେ ନ ଧୋଇ ନେଉଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।