“ସମସ୍ତେ କହୁଥିଲେ ଏଠି କୁମ୍ଭୀର ଅଛି…ତଥାପି ମୁଁ ସୁଟିଂ ପାଇଁ ସିଧା ପାଣିକୁ ପଶିଗଲି” Actor Sreyan

ନମସ୍କାର ବନ୍ଧୁଗଣ । ଫିଲ୍ମ “ଅପରେସନ-12/17” ଶୁଟିଙ୍ଗ ଚାଲିଥିବା ବେଳେ ଘଟି ଯାଇଛି ବଡ ଅଘଟଣ । ଶୁଟିଙ୍ଗ ସମୟରେ ହଠାତ ପାଣି ରେ ବୁଡି ଯାଇଥିଲେ ଲିଡ ରୋଲ ରେ ଅଭିନୟ କରୁଥିବା ଅଭିନେତା ଶ୍ରେୟାନ । ଏ ନେଇ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ଶ୍ରେୟାନ । ଆସନ୍ତୁ ଜାଣିବା ପୁରା ଘଟଣା । ଶ୍ରେୟାନ କହିଛନ୍ତି ଯେ “ମୁଁ 3 ଜଣଙ୍କୁ ଧନ୍ୟବାଦ ଜଣାଇବି ।

ଏମାନେ ନ ଥାନ୍ତେ ମୁଁ ବଞ୍ଚି ନ ଥାନ୍ତି । ମୋର ସିନ ଥିଲା ବ୍ରିଜ ରୁ ପାଣି ଋ ଡେଇଁବାକୁ । ପାଖାପାଖି 30 ଫୁଟ ପାଣି ଥିଲା । ଆମେ ଭାବି ନ ଥିଲୁ ଏତେ ଗଭୀର ଥିବା ପାଣି । ମୁଁ ଯେତେବେଳେ ପାଣି ରେ ପଡି ଆଉ ଉଠି ପାରିଲିନି ସେମାନେ ଦେଖିଲେ ମୁଁ ବୁଡି ଗଲିଣି । ପ୍ରଥମେ 2 ଜଣ ପାଣିକୁ ଡେଇଁଲେ । ତା ପରେ ଆଉ ଜଣେ ଦୌଡି ତଳକୁ ପକାଇଲେ । ଯଦି ଦୌଡି ନ ପଡିଥାନ୍ତା ତେବେ ମୋତେ କେହି ଧରିପାରି ନ ଥାନ୍ତେ ।

ମୁଁ ପୁରା ଟିମ କୁ ଧନ୍ୟବାଦ ଜଣାଇବି ଯେଉଁ ମାନେ ମୋତେ ସପୋର୍ଟ କରିଛନ୍ତି । ପାଣି ଭିତରେ କେତେ ଗଭୀରତା ଅଛି ତାହା ତ ଜଣା ପଡିବନି । ମୋତେ 3 ଜଣ ଯାଇ ଉଧାର କରିଲେ । ମୁଁ କେତେବେଳେ କାହାର ବେକ କୁ ଧରିଥାଉ ତ ଆଉ କେବେ କାହାର ଗୋଡ ଧରୁଥାଏ । ପାଣି ରୁ ଉଧାର ପରେ ବି ମୁଁ ଶୁଟିଙ୍ଗ କରିଥିଲି । ଆମେ ସକାଳୁ ସନ୍ଧ୍ୟା 5ଟା ଯାଏଁ ପାଣି ରେ ବୁଡିକି ରହିଛୁ ।

ମୁଁ ଯେବେ ସର୍ଟ ଦେବାକୁ ଗଲି ସେତେବେଳେ ପ୍ରଥମ ଓ ଦ୍ଵିତୀୟ ଥର ପାଣି ଭିତରକୁ ଡେଇଁବା ପାଇଁ ସାହସ ହେଲା ନାହିଁ । ତା ପରେ ଟିମ ମେମ୍ବର ମାନେ ମୋତେ ସାହସ ଦେଲେ ଆଉ ମୁଁ ପାଣି ଭିତରକୁ ଡେଇଁ ପଡିଲି । ହେଲେ ମୁଁ କେବେ ଭାବି ନ ଥିଲି ପାଣି ରେ ଡେଇଁବା ପରେ ଏତେ ଗାବିରତା ଥିବ । ପାଣି ର ସ୍ରୋତ ମଧ୍ୟ ଅଧିକ ଥିଲା ।

ଯଦି ଦୌଡି ନ ଥାନ୍ତା ତେବେ ସେମାନେ କେହି ମୋତେ ସମ୍ଭାଳି ପାରି ନ ଥାନ୍ତେ କାରଣ ମୋ ଶରୀର ଓଜନ ଅଧିକ । ଭୂମିକା ମଧ୍ୟ ଗୋଟେ ସିନ କରୁଥିଲେ ଆଉ ପାଣି ରେ ବୁଡି ଯାଇଥିଲେ । ଯାହା ହେବାର ଥିଲା ହେଇଗଲା । କିଉନ୍ତୁ ସିନ ପୁରା ହୋଇଗଲା । ସମସ୍ତେ ସୁରକ୍ଷିତ ଅଛନ୍ତି । ଦର୍ଶକ ମାନଙ୍କୁ ମୋର ଅନୁରୋଧ ନିହାତି ସିନେମା ଦେଖିବାକୁ ଆସିବେ ବହୁତ ସୁନ୍ଦର ହୋଇଛି ସିନେମା ଟି” । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଶ୍ରେୟାନ ଓ ଅଭିନେତ୍ରୀ ଭୂମିକା ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।