“ଗଣମାଧ୍ୟମକୁ ଅନର୍ଗଳ କଥା କହି ନିଜ ସମସ୍ଯା ଜଣାଉଥିଲେ ମାଉସୀ, ସେତିକି ବେଳେ ଖସିଗଲା ଓଢଣା ଆଉ ତା’ପରେ…” ଦେଖନ୍ତୁ video

ବନ୍ୟା ପ୍ରପୀଡିତଙ୍କ ସମସ୍ଯା ବୁଝିବା ପାଇଁ ଗଣମାଧ୍ୟମ ପ୍ରତିନିଧି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ । ଆଉ ସେଠାରେ ଯାଇ ଲୋକଙ୍କ ସମସ୍ଯା ପଚାରି ବୁଝୁଥିଲେ । ଲୋକମାନେ କିପରି ରହୁଛନ୍ତି ଓ କଣ ଅସବୁ ଅସୁବିଧା ହେଉଛି ସେନେଇ ଲୋକଙ୍କ ମତ ମଧ୍ୟ ନେଉଥିଲେ । ଆଉ ସେଠାରେ ଜଣେ ମାଉସୀ ମଧ୍ୟ ସାମ୍ବାଦିକ ଭାଇଙ୍କୁ ନିଜ ସମସ୍ଯା ବିଷୟରେ ଅନର୍ଗଳ କହି ଚାଲିଥିଲେ । ଆଉ ଏତିକି ବେଳେ ମାଉସୀଙ୍କ ମୁଣ୍ଡରୁ ଓଢଣା ଖସି ଯାଇଥିଲା ।

ଆଉ ମାଉସୀ କ୍ୟାମେରା ସାମ୍ନାରେ କହି ପକାଇଲେ ମୁଁ ଟିକେ ମୁଣ୍ଡରେ ଲୁଗା ଦେଇ ଦିଏ । ଯାହା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ନିଜ ହସ ରୋକି ପାରି ନଥିଲେ । ଆଉ ଏହାପରେ ମାଉସୀ ପୁଣି ନିଜ ଅଭିଯୋଗ କହି ଚାଲିଥିଲେ । ଏକ ଗମ୍ଭୀର ଆଲୋଚନା ମଧ୍ୟରେ ଏହି ବୁଢୀ ମାଉସୀଙ୍କ କଥା କହିବା ଅନ୍ଦାଜ ସମସ୍ତଙ୍କୁ ଖୁବ ହସାଇ ଦେଇଥିଲା । ଯାହାକୁ ଦେଖି ସମସ୍ତେ ମାଉସୀଙ୍କର ହସେଇବାର କଳାକୁ ବେଶ ପସନ୍ଦ କରୁଛନ୍ତି ।

ଏତେ ସମସ୍ଯା ମଧ୍ୟରେ ଥାଇ ବି ଏହି ମାଉସୀଙ୍କ ହସ ହସ ମୁହଁ ସମସ୍ତଙ୍କୁ କଷ୍ଟ ମଧ୍ୟରେ ଖୁସି ରହିବାର ଓ ବଞ୍ଚିବାର ପ୍ରେରଣା ଦେଉଛି କହିଲେ ଭୁଲ ହେବନି । ତେବେ ଏଇଆ ତ ଥିଲା ହସିବାର କଥା, କିନ୍ତୁ ବନ୍ୟା ବିପନ୍ନଙ୍କ ଦୁଃଖ ଦେଖିଲେ ଆପଣ ବି କୋହ ସମ୍ଭାଳି ପାରିବେନି ।

ଗତ କିଛିଦିନ ଧରି ରାଜ୍ୟରେ ଗୋଟିଏ ପରେ ଗୋଟିଏ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି । ଯାହାଫଳରେ ରାଜ୍ୟରେ ଥିବା ସମସ୍ତା ନଦୀନାଳ ସବୁ ଫୁଲି ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସବୁଠୁ ବେଶୀ ଅସୁବିଧା ଭୋଗ କରୁଛନ୍ତି ତଳିଆ ଅଞ୍ଚଳ ଗାଁ ଗଣ୍ଡା ଗୁଡିକର ଲୋକମାନେ । ଅନେକ ଲୋକ ଏବେବି ପାଣି ଘେରରେ ଜୀବନ ବିତାଉଛନ୍ତି ।

କଣ ଖାଉଥିବେ କଣ ପିଉଥିବେ ତା’ର ବି କିଛି ଠିକଠିକଣା ନାହିଁ । ଅନେକ ଲୋକ ବନ୍ୟା ଆଶ୍ରୟସ୍ଥଳୀରେ ଯାଇ ଆଶ୍ରୟ ନେଇଥିବା ବେଳେ ଆଉ କିଛି ଲୋକେ ପାଣି ଘେରରେ ବାଧ୍ୟ ହୋଇ ରହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।