“ସାର୍, ମୁଁ ବଡ ହେବା ପରେ ଜାଣିଲି ମୋ ବାପା ମୋତେ ପାଳିଛନ୍ତି । ମୁଁ ମାତ୍ର ୨୧ ଦିନର ହୋଇଥିବା ବାପା ମୋତେ ଆଣିଥିଲେ । ମୋ ପ୍ରକୃତ ବାପାମା କିଏ ମୁଁ ଜାଣିନି । ଘର ପାଖ ଲୋକଙ୍କ ଠାରୁ ଶୁଣିଥିଲି ବାପା ମୋତେ ଗୋଟେ ପଛୁଆ ଜାତିରୁ ଆଣିଥିଲେ । ମୋ ବାପାଙ୍କ କୁଟୁମ୍ବ ଲୋକେ ଓ ସାହିପଡିଶା ସେଥିପାଇଁ ମୋତେ ତାଙ୍କ ଘରେ ପୁରେଇ ଦିଅନ୍ତିନି । ମୁଁ ୨ୟ ଶ୍ରେଣୀରେ ପଢୁଥିବା ବେଳେ ମୋ ଦିନ ମଜୁରିଆ ବାପା ଆମକୁ ଛାଡି ଚାଲି ଯାଇଥିଲେ ଓ ମୋ ମା ଦୀର୍ଘ ଆଠ ବର୍ଷ କରି ପାଗେଳି ଭଳି ଜୀବନ ବିତାଉଛନ୍ତି ।
ଏହା ଯୋଗୁଁ ସେ ଜିନିଷପତ୍ର ଭଙ୍ଗାରୁଜା କରିବା ସହ ମୋତେ ପିଟାମରା ମଧ୍ୟ କରନ୍ତି । ପୁଣି ପରେ ଭଲ ହୋଇଯାନ୍ତି । ଆପଣଙ୍କ ସରକାର ଦ୍ଵାରା ଦିଆ ଯାଉଥିବା ଚାଉଳ ଓ ୫୦୦ ଟଙ୍କା ଭତ୍ତାରେ ଆମେ ମା-ଝିଅ ବଞ୍ଚୁ । ଆମର କିଛି ଜମିବାଡି ବି ନାହିଁ । ଏକ ସ୍ଵେଚ୍ଛାସେବୀ ସଂଘ ବିନା ମୂଲ୍ଯରେ ମୋତେ ପାଠ ପଢାନ୍ତି । ଟ୍ୟୁସନ ସାର୍ ସାହସ ଦେଉଥିଲେ ମଧ୍ୟ ମୋତେ ସବୁ ଅନ୍ଧାର ଦିଶୁଛି । ଜୀବନରେ ଅଳିସଝଟ କଣ ଜାଣିନି ।
ଶେଷ ଆଶା ଭରସାରେ ଆପଣଙ୍କୁ ଚିଠି ଲେଖୁଛି । ମୁଁ ପଢିବାକୁ ଚାହେଁ, ମା’ଙ୍କର ଚିକିତ୍ସା କରିବାକୁ ଚାହେଁ । ଦୁନିଆ ଦେଖିବାକୁ ଚାହେଁ । ମୋତେ ବଞ୍ଚାନ୍ତୁ ସାର୍ ।” ଏହିଭଳି କିଛି ନିଜ ଦୁଃଖ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି, ବାଲେଶ୍ଵରର ସୁଭଦ୍ରା ପଣ୍ଡା । ସୁଭଦ୍ରା ୧୦ମ ଶ୍ରେଣୀରେ ପାଠ ପଢିବା ସହ ଘରର ସବୁ କାମ ମଧ୍ୟ ନିଜେ କରନ୍ତି ।
ବାପା ଯିବାପରେ ମା’ ଏକପ୍ରକାର ମାନସିକ ରୋଗୀ ହୋଇ ଯାଇଛନ୍ତି । ତେଣୁ ମା’ଙ୍କ ଚିକିତ୍ସା କରି ତାଙ୍କୁ ଭଲ କରିବାକୁ ସେ ଚାହାନ୍ତି । କାରଣ ତାଙ୍କ ଛଡା ଦୁନିଆରେ ଆଉ କେହିବି ତାଙ୍କର ନାହାନ୍ତି । ସାହିପଡିଶା ତାଙ୍କର କେହି ପାଖ ମାଡନ୍ତିନି ତାଙ୍କୁ ଅପବିତ୍ର ବୋଲି କୁହନ୍ତି । ତାଙ୍କୁ ଛୁଇଁଲେ କାଳେ ଅଶୁଭ ହେବ ବୋଲି କୁହନ୍ତି ।
ବାପା ଥିବା ବେଳେ ଯେଉଁ ଘର ବନେଇଥିଲେ ସେଇଟା ବି ଭାଙ୍ଗି ଗଲାଣି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଛନ୍ତି ସୁଭଦ୍ରା । ଆଶା କରୁଛୁ କି ସୁଭଦ୍ରାଙ୍କ ବାର୍ତ୍ତା ତାଙ୍କ ପାଖରେ ନିଶ୍ଚୟ ପହଞ୍ଚିବ ଓ ତାଙ୍କୁ ସରକାରଙ୍କ ସାହାଯ୍ୟ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।