ସମସ୍ତ ରୋଗର ରାମବାଣ ଔଷଧ, ବାତ, ପିତ୍ତ, କଫ, ଆଣ୍ଠୁ ଗଣ୍ଠି ଦରଜ କେବେ ବି ହେବାକୁ ଦେବନି- Health Tips

ନମସ୍କାର, ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ । ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ।

ତେଣୁ ବଜାରରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । କିନ୍ତୁ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ ।

ତେବେ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାକୃତିକ ଉପାୟ ଵିଷୟ ରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମ ଶରୀର ରେ ଉପୁଜୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ।ଏହି ଉପାୟ ଟି କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ର ରେ ଦେଢ଼ ଗ୍ଲାସ ପାଣି ନେଇ ତାହାକୁ ଚୁଲା ଉପରେ ରଖିଦିଅନ୍ତୁ । ଏହା ପରେ ସେଥିରେ ଏକ ଚାମଚ ମେଥି ପକାନ୍ତୁ । ଏହା ଆମ ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ । ଏହା ଆମ ହୃଦୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ ।

ଏହା ପରେ ସେଥିରେ କିଛି ତେଜପତ୍ର ପକାନ୍ତୁ । ତେଜପତ୍ର ଆମ ଶରୀର ରେ ଥିବା ଆବର୍ଜନା କୁ ନିଷ୍କାସନ କରିବା ରେ ସାହାଯ୍ୟ କରିଥାଏ ଏବଂ ଏହା ସହିତ ତେଜପତ୍ର ଆମ ଲିଭର୍ ପାଇଁ ବହୁତ ଭଲ ହୋଇଥାଏ । ଏହି ପାଣି ରେ କେବଳ ଗୋଟିଏ ହିଁ ତେଜପତ୍ର ପକାଇବେ । ପକାଇସାରିବା ପରେ ତାହାକୁ ଭଲ ଭାବରେ ଫୁଟିବା ପାଇଁ ଛାଡିଦିଅନ୍ତୁ । ଯେତେବେଳ ପର୍ଯ୍ୟନ୍ତ ଏହା ଦେଢ଼ ଗ୍ଲାସ ପାଣି ରୁ ଏକ ଗ୍ଲାସ ପାଣି ନ ହୋଇଯାଇଛି ସେ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ ।

ଫୁଟି ସାରିବା ପରେ ଗ୍ୟାସ କୁ ବନ୍ଦ କରିଦିଅନ୍ତୁ । ଏହା ପରେ ତାହାକୁ ଅନ୍ୟ ଏକ ପାତ୍ର ରେ ଛଣା ସାହାଯ୍ୟ ରେ ଭଲ ଭାବରେ ଛାଣି ଦିଅନ୍ତୁ । ଏହା ପରେ ସେଥିରେ ଆଉ ଏକ ଜିନିଷ ମିଶାଇବାକୁ ହେବ । ତାହା ହେଉଛି ଗୁଡ଼ । ଧ୍ୟାନ ରଖିବେ ଏଥିରେ କେବଳ ଗାଢ଼ ରଙ୍ଗର ଗୁଡ଼ ମିଶାଇବେ । ଏହା ଆପଣଂକୁ ଅତି ସହଜ ରେ ବଜାର ରେ ମିଳିଯିବ । ଗୁଡ଼ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।

ଏହା ଆମ ଶରୀର କୁ ଅନେକ ପ୍ରକାର ପ୍ରୋଟିନ ଯୋଗାଇ ଦେଇଥାଏ । ଗୁଡ଼ କୁ ମିଶାଇ ସାରିବା ପରେ ଆପଣଂକର ପ୍ରାକୃତିକ ଔଷଧ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯିବ । ଆପଣ ଏହାକୁ ଦିନ ରେ କେବଳ ଥରେ ହିଁ ସେବନ କରିବେ । ଏହି ଔଷଧ କୁ ସକାଳୁ ଉଠି ଜଳଖିଆ ଗ୍ରହଣ କରିବା ର ଠିକ ଏକ ଘଣ୍ଟା ପରେ ହିଁ ସେବନ କରିବେ କିମ୍ବା ମଧ୍ୟାହ୍ନ ଭୋଜନ ର ଏକ ଘଣ୍ଟା ପୂର୍ବରୁ ସେବନ କରିବେ ।

ଏହା ଆପଣଙ୍କ ଶରୀର ର ସମସ୍ତ ପ୍ରକାର ଆଣ୍ଠୁଗଣ୍ଠି ଓ ବାତ ଭଳି ସମସ୍ୟା କୁ ଦୁରେଇ ଦେବ । ଏହାକୁ ସେବନ କରିବା ର କିଛି ଦିନ ମଧ୍ୟରେ ହିଁ ଆପଣଂକୁ ଏହାର ସୁପ୍ରଭାଵ ଦେଖିବାକୁ ମିଳିବ ।

ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।