ସଲମାନ ଖାନ ସବୁବେଳେ ନିଜର ଦବଙ୍ଗ ନେଚର ପାଇଁ ଜଣା ଯାଆନ୍ତି । ସେ ନିଜର ପ୍ରଫେଶନଲ ଲାଇଫରୁ ଅଧିକା ପର୍ସନଲ ଲାଇଫ କାରଣରୁ ପ୍ରାୟତଃ ମିଡିଆର ଚର୍ଚାର ବିଷୟ ହୋଇ ଯାଆନ୍ତି । ସଲମାନଙ୍କ ବିଷୟରେ ଅନ୍ୟ ଏକ ଜିନିଷ ବି ବହୁତ ଫେମସ ଅଛି କି ତାଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ । ଏମିତିରେ ସେ ରାଗରେ କାହାକୁ ବି ଚାପୁଡା ମାରି ଦିଅନ୍ତି ।
ଏହା ମଧ୍ୟରେ ଗତ ମଙ୍ଗଳବାର ରାତିରେ ଫିଲ୍ମ ‘ଭାରତ’ର ପ୍ରୀମିୟରରେ ସଲମାନ ନିଜର ଫ୍ୟାନମାନଙ୍କ ସହ ଦେଖା କରୁ ଥିଲେ । ଏହି ସମୟରେ ସେ ନିଜର ବଡିଗାର୍ଡକୁ ଏକ ଚାପୁଡା ମାରିଦେଲେ । ସଲମାନଙ୍କର ଏହି ଦୃଶ୍ୟକୁ ତାଙ୍କର ଜଣେ ଫ୍ୟାନ ଭିଡିଓ ବି କରିଦେଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ସଲମାନଙ୍କର ଏହି ବ୍ୟବହାର ଉପରେ ଆଲୋଚନା ଆରମ୍ଭ ହୋଇ ଯାଇଛି । ଚାଲନ୍ତୁ ଜାଣିବା ପୁରା ଘଟଣାଟି କଣ ଅଟେ ?
କହିବାକୁ ଗଲେ ଟ୍ୱିଟରରେ ଜଣେ ୟୁଜର ସଲମାନଙ୍କର ଏହି ଭିଡିଓକୁ ଶେୟାର କରିଲେ । ଏହି ଭିଡିଓରେ ଦେଖାଯାଉଛି କି ସଲମାନ ନିଜର ଫ୍ୟାନମାନଙ୍କର ଭିଡ ମଧ୍ୟରେ ଯାଉଛନ୍ତି । ଏହି ସମୟରେ ଫ୍ୟାନମାନେ ସଲମାନଙ୍କ ପାଖକୁ ଆସିବା ପାଇଁ ଚେଷ୍ଟା କରୁଥିଲେ । ଅନ୍ୟ ପଟେ ସଲମାନଙ୍କର ବଡିଗାର୍ଡ ଫ୍ୟାନ ଓ ସଲମାନଙ୍କ ମଧ୍ୟରେ ଦୂରତା କରୁଥିଲେ ।
ଏହା ମଧ୍ୟରେ ସଲମାନ କିଛି ନୋଟିସ କରିଲେ ଯାହା ପରେ ସେ ପଛକୁ ବୁଲି ନିଜର ବଡିଗାର୍ଡକୁ ଏକ ଚାପୁଡା ମାରିଦେଲେ । ସଲମାନଙ୍କର ଏହି ବ୍ୟବହାରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ବଡିଗାର୍ଡର ଏମିତି କଣ କାମ ଦେଖି ସଲମାନ ରାଗି ଯାଇ ପବ୍ଲିକ ସାମ୍ନାରେ ତାକୁ ଚାପୁଡା ମାରିଦେଲେ ।
ସୂଚନା ଅନୁସାରେ ସଲମାନ ଯେତେବେଳ ଫ୍ୟାନମାନଙ୍କ ମଧ୍ୟରେ ଯାଉଥିଲେ ସେତେବେଳ ତାଙ୍କର ଜଣେ ବଡିଗାର୍ଡ ସଲମାନଙ୍କର ପ୍ରଶଂସକ ପିଲାକୁ କଥିତ ରୂପରେ ଠିକ ବ୍ୟବହାର କରୁ ନ ଥିଲା । ଏହି କାରଣରୁ ସଲମାନ ରାଗି ଯାଇ ସେହି ବଡିଗାର୍ଡକୁ ଚାପୁଡା ମାରିଦେଲେ । ବର୍ତ୍ତମାନ ସଲମାନଙ୍କର ଏହି ବ୍ୟବହାର ଉପରେ ଆଲୋଚନା ବି ହେଉଛି ଓ ଅନ୍ୟ ପଟେ ପ୍ରଶଂସା ବି କରାଯାଉଛି ।
ଜଣେ ୟୁଜର ଲେଖିଲେ କି “ସଲମାନ ଖାନଙ୍କ ଭିତରେ ଅହଂକାର ବହୁତ ବଢି ଯାଇଛି । ଯଦି ବଡିଗାର୍ଡ କିଛି ଭୁଲ କରିଥିଲା ତେବେ ସଲମାନ ଏହି କଥାକୁ ତାକୁ ବିନମ୍ରତାର ସହ ବୁଝାଇ ପାରିଥାନ୍ତେ । ଅନ୍ୟ ପଟେ ଆହୁରି ଜଣେ ୟୁଜର ଲେଖିଲେ କି ସଲମାନ ବଡିଗାର୍ଡକୁ ମାରି ଠିକ କରିଛନ୍ତି ।
Omg, @BeingSalmanKhan literally slapped a security guard for getting rough with a fan kid! #Bharat #SalmanKhan pic.twitter.com/05VFSRecmP
— 🍸 (@heartgetshurt) June 5, 2019
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।