ଫୁଟପାଥ ରେ ଶୋଇଥିବା ଏହି ବ୍ୟକ୍ତି ଉପରେ ସଲମାନ ଖାନ ଚଢାଇଥିଲେ କାର, ଆଜି ଏହି ଅବସ୍ଥାରେ କାଟୁଛି ଜୀବନ

ସଲମାନ ଖାନ ୫୩ ବର୍ଷର ହୋଇ ସାରିଲେଣି । ସଲମାନ ବଲିଉଡର କେବଳ ଗୋଟିଏ ଅଭିନେତା ଯିଏ ସଦାସର୍ବଦା କୌଣସି କାରଣରୁ ମିଡିଆର ମୁଖ୍ୟ ଖବରରେ ରୁହନ୍ତି । ବିବାଦ ଓ ସଲମାନଙ୍କର ବହୁତ ଗଭୀର ସମ୍ପର୍କ । ଯେମିତିକି ଆମେ ସମସ୍ତେ ଜାଣିଛୁ ସଲମାନଙ୍କୁ ରାଗ ବହୁତ ଜଲଦି ଆସିଥାଏ । ଏମିତିରେ ସେ ନିଜର ରାଗର କାରଣରୁ ମିଡିଆର ମୁଖ୍ୟ ଖବରରେ ରହିଥାନ୍ତି । ତାଙ୍କର ରାଗ କାହାକୁ ବା ଅଛପା ନାହିଁ । ତାଙ୍କର ରାଗ କେବେ କାହା ଉପରେ ବର୍ଷିବ ତାହା କହିବା ମୁସ୍କିଲ । ତାଙ୍କର ରାଗର ଶିକାର ବହୁତ ପ୍ରସିଦ୍ଧ ସେଲିବ୍ରିଟୀ ବି ହୋଇସାରିଛନ୍ତି । କିନ୍ତୁ ଆଜି ତାଙ୍କର ଜନ୍ମଦିନରେ ଆମେ ଆପଣଙ୍କୁ ସଲମାନ ଖାନଙ୍କର ହିଟ ଆଣ୍ଡ ରନ କେସର ଏକ ଭିକ୍ଟିମଙ୍କ ବିଷୟରେ କହିବାକୁ ଯାଉଛୁ ।

ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ୨୦୦୨ ରେ ସଲମାନ ଫୁଟପାଥରେ ସୋଇଥିବା କିଛି ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ଓ ୪ ଜଣ ଗମ୍ଭୀର ଅବସ୍ଥାରେ ଥିଲେ । ସେଥିମଧ୍ୟରୁ ମହମ୍ମଦ କଲିମ ଜଣେ । ଏହା ପରେ ସଲମାନଙ୍କ ଉପରେ ହିଟ ଆଣ୍ଡ ରନ କେସ ଚାଲିଥିଲା । କିଛି ଲୋକ କହିଲେ କି ସଲମାନ ମଦ ପିଇ ଗାଡି ଚଳାଉଥିଲେ କିନ୍ତୁ ସଲମାନଙ୍କ ହିସାବରେ ନା ସେ ମଦ ପିଇଥିଲେ ନା ସେ ଗାଡି ଚଲାଉଥିଲେ ।

ସେହି କାଳରାତ୍ରିର କାହାଣୀ

ମହମ୍ମଦ କଲିମ କହିଲେ କି ୨୮ ସେପ୍ଟେମ୍ବରର ରାତିରେ ସେ ଆଉ ତାଙ୍କର କିଛି ସାଥି ଫୁଟପାଥରେ ଶୋଇଥିଲେ ସେତିକିବେଳେ ଗୋଟିଏ କାର ତୀବ୍ର ବେଗରେ ଆସି ତାଙ୍କୁ ତଳେ ଚାପି ଦେଇ ପଳାଇଥିଲା । ସେ କହିଲା କି ତାର ଗୋଟିଏ ସାଥିର ସେଇଠି ତୁରନ୍ତ ମୃତ୍ୟୁ ହୋଇଯାଇଥିଲା ଓ ବାକି ସମସ୍ତଙ୍କର ବହୁତ ଖରାପ ଅବସ୍ଥା ଥିଲା। ମହମ୍ମଦଙ୍କ ହାତ , ଗୋଡ ଓ ପିଠିରେ ବହୁତ ଜୋରରେ ଆଘାତ ହୋଇଥିଲା ଯାହା ପରେ ଏହାର ଚିକିଶ୍ଚା କରାଯାଇଥିଲା ଓ ସେ ମୁମ୍ବାଇ ଛାଡି ସବୁଦିନ ପାଇଁ ଗାଁକୁ ଚାଲି ଆସିଲେ ।

ଲାଚାରଙ୍କ ଭଳି ଜୀବନ ବଞ୍ଚିବାକୁ ପଡୁଛି

ଆକ୍ସିଡେଣ୍ଟ ପରେ ମହମ୍ମଦ କଲିମ କିଛି କାମ କରିବା ଯୋଗ୍ୟର ନଥିଲେ । ସେ ଲାଚାରଙ୍କ ଭଳି ଜୀବନ ବଞ୍ଚିବାକୁ ବାଧ୍ୟ ହୋଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଜି ବି ସେ ନିଜ ଗୋଡରେ ଠିଆ ହେବା ପାଇଁ ଅସମର୍ଥ । ଏହି ଘଟଣା ପରେ ତାଙ୍କୁ କ୍ଷତିପୂରଣ ରୂପରେ ୧.୫ ଲକ୍ଷ ମିଳିଥିଲା । କିନ୍ତୁ ଆପଣ କୁହନ୍ତୁ କି କାହାର ଜୀବନର ମୂଲ୍ୟ କେବଳ ୧.୫ ଲକ୍ଷ ଟଙ୍କା ହୋଇପାରେ ।

କଣ ୧.୫ ଲକ୍ଷ ଟଙ୍କାରେ ସେହି ବ୍ୟକ୍ତି ନିଜର ସେହି କଷ୍ଟକୁ ଭୁଲିପାରେ ଯାହା ତାକୁ ଜୀବନ ସାରା ପାଇଁ ମିଳିଲା । ଆମେ ଜଣାଇ ଦେଉଛୁ ମହମ୍ମଦ କଲିମଙ୍କର ଘରର ଅବସ୍ଥା ଆଜି ବହୁତ ଖରାପ । ତାର ଘରେ ଛୋଟ ଛୋଟ ଝିଅ ଅଛନ୍ତି ଯାହାର ପାଳନ ପୋଷଣ ତାକୁ କରିବାର ଅଛି । କିନ୍ତୁ ଟଙ୍କାର ଅଭାବ ଓ ନିଜର ଏଭଳି ଅବସ୍ଥା ଯୋଗୁ ସେ କିଛି ବି କରିପାରୁ ନାହିଁ ।