ସକାଳୁ ଉଠିବା ମାତ୍ରେ ନିଶ୍ଚୟ କରନ୍ତୁ ଏହି 6 ଟି କାମ, ଭାଗ୍ୟ ଚମକି ଉଠିବ, ସବୁ କାର୍ଯ୍ୟରେ ମିଳିବ ସଫଳତା- Chanakya Niti

ଚାଣକ୍ୟ ନୀତି ଚାଣକ୍ୟ ଦ୍ୱାରା ରଚିତ ଏକ ନିତିଗ୍ରନ୍ଥ ଅଟେ । ଏଥିରେ ମନୁଷ୍ୟକୁ ଜୀବନକୁ ସୁଖମୟ ଓ ସଫଳ କରିବା ର ଉପାୟ ବିଷୟରେ ବର୍ଣ୍ଣିତ । ଚଣନକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜ ନୀତି ଦ୍ୱାରା ଚନ୍ଦ୍ର ମୋର୍ଯ୍ୟକୁ ରାଜା କରାଇ ପାରିଥିଲେ । ଜାଣନ୍ତୁ ଚାଣକ୍ୟଙ୍କର କିଛି ନୀତି ବିଷୟରେ ଯାହାଦ୍ୱାରା କି ମନୁଷ୍ୟ ଜୀବନ ରେ କୋଉ ଆସି ନା କୌଣସି ପରିସ୍ଥିତିରେ ଆବଶ୍ୟକ ହୋଇପାରେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ଯଦି ନିଜ ଭାଗ୍ୟ କୁ ଉଜ୍ଜ୍ୱଳ କରିବାର ଅଛି ତେବେ ସକାଳୁ ଉଠି ଏହି ୬ ଟି କାମ ନିଶ୍ଚିତ କରିବା ଆବଶ୍ୟକ । ଏହାଦ୍ୱାରା ବ୍ୟକ୍ତିକୁ ବହୁତ ଶୁଖ ଶାନ୍ତି ଓ ଧନ ମିଳିଥାଏ ଓ ଜୀବନର ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ତେବେ ଆସନ୍ତୁ ଜାଣିବା ସେହି ୬ ଟିକାର୍ଯ୍ୟ ବିଷୟ ରେ । ସକାଳୁ ଉଠିବା ପରେ ସର୍ବ ପ୍ରଥମେ ନିଜ ହାତର ପାପୁଲିକୁ ଦେଖିବା ଉଚିତ । ଭୂମିରେ ପାଦ ରଖିବା ପୂର୍ବରୁ ପୃଥିବୀ ପୃଷ୍ଠକୁ ଛୁଇଁ ପ୍ରଣାମ କରି କ୍ଷମା ମାଗିବା ଉଚିତ । ଶାସ୍ତ୍ର ଅନୁସାରେ ପୃଥିବୀକୁ ଆମର ମାତା ଭାବରେ ଗଣନା କରାଯାଇଛି ଯେକି ସେ ଆମର ବୋଝ ଉଠାଇଥାଏ । ଏହା କରିବା ଦ୍ୱାରା ଆମ ର ସବୁ ଦୁଖ ଦୂର ହୋଇଥାଏ ଓ ଶରୀରରେ ଏକ ସକରାତ୍ମକ ଭାବ ଜାଗ୍ରତ ହୋଇଥାଏ ।

ସକାଳୁ ଉଠି ସବୁଦିନ ସ୍ନାନ କରିବା ଉଚିତ ଏବଂ ସବୁ ତୀର୍ଥ ସ୍ଥଳ ଓ ନଦୀର ନାମ ଜାପ କରିବା ଉଚିତ । ଏହା ଦ୍ବାରା ସବୁ ତୀର୍ଥ ସ୍ଥଳ ର ପୁଣ୍ୟ ମିଳିଥାଏ । ସ୍ନାନ କରିବା ପରେ ତମ୍ବା ପାତ୍ର ରେ ଶୁର୍ଯ୍ୟ ଙ୍କୁ ପାଣି ଅର୍ପଣ କରିବା ଉଚିତ । ଯାହାଦ୍ୱାରା କି ଆତ୍ମା ଓ ମନ କୁ ଶାନ୍ତି ମିଳିଥାଏ ଏବଂ କୁଣ୍ଡଳୀରେ ଶୁର୍ଯ୍ୟ ର ସ୍ଥିତି ଦୃଢ ହୋଇଥାଏ । ଏହା ସହ ଆମ ବୁଦ୍ଧି ପ୍ରଭାବିତ ହୋଇଥାଏ ଓ ଆର୍ଥିକ ଅଭିବୃଦ୍ଧି ସହ ମାନ ସମ୍ମାନ ମଧ୍ୟ ମିଳିଥାଏ ।

ସୁର୍ଯ୍ୟଙ୍କୁ ପାଣି ଅର୍ପଣ କରିବା ପରେ ତୁଳସୀ କୁ ପାଣି ଅର୍ପଣ କରିବା ଉଚିତ ଏହାପରେ ଘରର ଠାକୁର ଘରେ ପୂଜା ପାଠ କରିବା ଉଚିତ ଏବଂ ସାମର୍ଥ୍ୟ ଅନୁସାରେ ଗାଈକୁ ଖାଇବାକୁ ଦେବା ଉଚିତ । ଏହା ଦ୍ବାରା ଘରେ ଶୁଖ ଶାନ୍ତି ବୃଦ୍ଧି ହେବ ଏହା ସହ ଆପଣଙ୍କ ଘର ଧନ ଧାନ୍ୟରେ ପୂର୍ଣ ହୋଇଯିବ । ଆପଣଙ୍କୁ କେବେ ଅର୍ଥର ଅଭାବ ରହିବ ନାହିଁ ।

ସକାଳେ ଅଫିସ କିମ୍ବା କୌଣସି ସ୍ଥାନକୁ  ଯିବା ବେଳେ ମାତା ପିତାଙ୍କ ଗୋଡ ଛୁଇଁ ପ୍ରଣାମ କରନ୍ତୁ ଓ ଭଗବାନଙ୍କ ନାମ ନେଇ ଯାଆନ୍ତୁ ଯାହା ଫଳରେ କି ଆପଣ ସବୁ କାର୍ଯ୍ୟରେ ସଫଳତା ପାଇବେ । ଘରୁ ବାହାରକୁ ଯିବାବେଳେ ନାକର ଯେଉଁ ପଟେ ନିଶ୍ୱାସ ଯାଉଥିବ ସେହି ପଟ ପାଦ ସର୍ବ ପ୍ରଥମ ଘରୁ ବାହାର କରି ଯାଆନ୍ତୁ ଦେଖିବେ ସବୁ କାର୍ଯ୍ୟ ସଫଳ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।