Vastu Shastra- ସକାଳୁ ଉଠି ଏହି 1 କାମ କରିବା ଦ୍ଵାରା କେବେ ବି ଆସିନଥାଏ ଦରିଦ୍ରତା, କରଜରୁ ମିଳିଥାଏ ମୁକ୍ତି, କାଙ୍ଗାଳ ବି ହେଇଯାଏ ମାଲାମାଲ

ଶାସ୍ତ୍ରରେ କୁହାଯାଇଛି କି ଆମ ଶରିର ସବୁ କର୍ତବ୍ୟକୁ ପାଳନ କରିବାର ସାଧନ ହୋଇଥାଏ । ଯଦି ଆମ ଶରୀର ସୁସ୍ଥହୋଇଥାଏ ତେବେ ଆମେ ଆମର ସବୁ କର୍ତବ୍ୟଓ ସବୁ ଧର୍ମକୁ ପାଳନ କରିବାରେ ସମର୍ଥ ହୋଇଥାଉ । ଏଥିପାଇଁ ଶାସ୍ତ୍ରରେ ସକାଳୂ ଶୀଘ୍ର ଉଠିବା ପାଇଁ ନିର୍ଦେଶ ଦିଆଯାଇଛି । କିନ୍ତୁ ଆଜିକାଲି ମନୁଷ୍ୟର ଖରାପ ଦିନ ଚର୍ଯ୍ୟା ପାଇଁ ମନୁଷ୍ୟର ଶୋଇବା ଓ ଉଠିବ ର କିଛି ସମୟ ନିର୍ଧାରିତ କରିନଥାଏ କି ଏହି କଥାରେ ଧ୍ୟାନ ଦେଇନଥାଏ କି ସକାଳୁ ଉଠି ପ୍ରଥମେ କେଉଁ କାର୍ଯ୍ୟ କରିବା ଉଚିତ ଯାହାଦ୍ୱାରା କି ଆମର ଦିନ ଟି ଖୁସିରେ ବିତିବ ।

ତେବେ ଆସନ୍ତୁ ଜାଣିବା କି ଏପରି କେଉଁ କାର୍ଯ୍ୟ ଅଛି  ଜାହାଦ୍ବାରା କି ଆମେ ସକାଳୁ ଉଠି କରିବା ଦ୍ଵାରା ଆମର ପୁରା ଦିଅନ୍ତି ଖୁସିରେ ବୀତି ଥାଏ ଓ ଆମେ ଦାରିଦ୍ର୍ୟ ଠାରୁ ଦୂରରେ ରହିଥାଉ । ଆମ ହିନ୍ଦୁ ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତରେ ଉଠି ଦିନ ଆରମ୍ଭ କରିବାକୁ ସର୍ବ ଶ୍ରେଷ୍ଠ ମାନାଯାଇଛି ।

କାହିଁକି ନା ଏହି ସମୟରେ ଆମ ଚତୁର୍ପାର୍ଶ୍ବରେ ଏପରି କିଛି ଘଟଣା ଘଟିଥାଏ ଯାହା ଦ୍ଵାରା କି ଆମ ମନ ମସ୍ତିସ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ଏଥି ପାଇଁ ଆମକୁ ରାତିରେ ଶୀଘ୍ର ସୋଇବା ଆବଶ୍ୟକ  ହୋଇଥାଏ ।  ସକାଳୁ ବ୍ରହ୍ମ ମୁହୂର୍ତରେ ଉଠି ନିଜ ହାତର ପାପୁଲିକୁ ଦେଖି ଏହି ମନ୍ତ୍ର ଉଚାରଣ କରିବା ଉଚିତ ।

ମନ୍ତ୍ରଟି ହେଉଛି – କରାଗ୍ରେ ବସତେ ଲକ୍ଷ୍ମୀ , କରମଧ୍ୟେ ସରସ୍ଵତୀ , କରମୂଲେ ତୁ ଗୋବିନ୍ଦ , ପ୍ରଭାତେ କରଦର୍ଶନମ । ଏହି ଶ୍ଳୋକ ଅନୁସାରେ ଆମ ହାତରେ ମାମା ଲକ୍ଷ୍ମୀ , ସରସ୍ଵତୀ ଓ ଏହି ସଂସାରର ସ୍ଵାମୀ ଗୋବିନ୍ଦଙ୍କର ନିବାସ ହୋଇଥାଏ । ଅର୍ଥାତ ସକାଳୁ ଆଖି ଖୋଲିବା ମାତ୍ରେ ସର୍ବ ପ୍ରଥମେ ଆମ ହାତକୁ ଦେଖି ଇଶ୍ଵରକୁ ସ୍ମରଣ କରିବା ଉଚିତ । ଏପରି କରିବା ଦ୍ଵାରା ବ୍ୟକ୍ତି ଜୀବନରେ  ।  ସବୁ ଦୁଖ କ୍ଲେଶ ଓ ଦାର୍ଦ୍ର୍ୟତା ସବୁ ଦିନ ପାଇଁ ଦୂର ହୋଇଯାଏ ଓ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ଏହା ପରେ ଧରିତ୍ରିକୁ ପ୍ରଣାମ କରି କ୍ଷମା ମାଗି ତା ଉପରେ ଚରଣ ରଖିବା ଉଚିତ । ଏହା ପରେ ନିଜର ନିତ୍ୟକର୍ମରୁ ସାରିବା ଉଚିତ । ସ୍ନାନ କରିବା ବେଳେ ଗଙ୍ଗା , ଯମୁନା , ଗୋଦାବରୀ , ସରସ୍ଵତୀ , ନର୍ମଦା , ଶିନ୍ଧୁ , କାବେରୀ ଆଦି ନଦୀର ନାମ ସ୍ମରଣ କରିବା ଉଚିତ । କାହିଁକି ନା ଶାସ୍ତ୍ରରେ ଏହି ନଦୀକୁ ପୂଜନୀୟ ଓ ପବିତ୍ର ମାନାଯାଏ । ଏହା ଦ୍ଵାରା ଆପଣଙ୍କ ତନ ମନ ସ୍ବଚ୍ଛ ହୋଇଥାଏ ଓ ପୁରାଦିନଟି ଖୁସିରେ ବିତି ଥାଏ । ଏହା ପରେ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ ।

ଏହା ଦ୍ଵାରା ବହୁତ ଶୁଭ ହୋଇଥାଏ । ସୂର୍ଯ୍ୟ ଯାହାକି ସୃଷ୍ଟିର ଦେବତା ଅଟନ୍ତି ଏଥିପାଇଁ ତାଙ୍କର ଆରାଧନା କରିବା ଦ୍ଵାରା ସୃଷ୍ଟିର ସବୁ ଅବୟବ ଥାଏ ଯାହାକି ପୃଥିବୀ , ଆକାଶ , ଜଳ , ବାୟୁ , ଅଗ୍ନି ଏହି ପଞ୍ଚତନ୍ତ୍ର ଦ୍ଵାରା ଗଠନ ହୋଇଥାଏ । ଏହି ତତ୍ଵରୁ ଶରୀରକୁ ଊର୍ଜା ମିଳିଥାଏ । ଏହା ପରେ ଇଶ୍ଵରଙ୍କର ଆରଧନା କରି ଘରର ଗୁରୁଜନଙ୍କ ପାଦ ଛୁଇଁ ଆଶୀର୍ବାଦ  ଗ୍ରହଣ କରିବା ଉଚିତ । ଏହାଦ୍ବାରା ଦିନଟି ଅତି ଖୁସିରେ ବିତି ଥାଏ । ଯଦି ପାରୁଛନ୍ତି ଘରକୁ ଆସିଥିବା ଗରିବ ବ୍ୟକ୍ତିଙ୍କୁ କିଛି ଦାନ କରନ୍ତୁ ଏହାଦ୍ବାରା ଆପଣଙ୍କୁ ଶୁଭ ଆଶୀର୍ବାଦ ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।