ସକାଳୁ ସକାଳୁ ଉଠି କରନ୍ତୁ ଏହି କାମ, ମିଳିବ ପ୍ରଚୁର ଟଙ୍କା

କୁହାଯାଏ କି ଯଦି ଆପଣଙ୍କର ସକାଳର ଆରମ୍ଭ ଭଲ ଭାବରେ ହେଉଛି ତେବେ ଆପଣଙ୍କୁ ପୁରା ଦିନରେ ଶୁଭ ଫଳ ହିଁ ମିଳିବ । ଏମିତିରେ ଆପଣ ନିଜର ସକାଳର ଆରମ୍ଭ କେମିତି କରିବେ ଯାହା ଦ୍ଵାରା ଆପଣଙ୍କୁ ଜୀବନରେ ସଫଳତା ମିଳିବା ସହିତ ଆପଣଙ୍କୁ ଧନ, ସୁଖ, ସମୃଦ୍ଧି ବି ମିଳିବ ଏହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ମନୁଷ୍ୟ ପୁରା ଦିନରେ କ୍ଳାନ୍ତପଣକୁ ଦୂର କରିବା ପାଇଁ ରାତିରେ ଆରାମ କରି ଶୋଇଥାଏ ।

ଏହା ପରେ ସକାଳୁ ଉଠିବା ପରେ ସେ ନିଜକୁ ସତେଜ ଅନୁଭବ କରେ । ଏମିତିରେ ଆପଣଙ୍କ ଶରୀରର ଓ ମନ ଶାନ୍ତ ଓ ନିର୍ମଲ ହୋଇଯାଏ ଓ ଆପଣ ଏହି ସମୟରେ ଯେ କୌଣସି ବି କାର୍ଯ୍ୟ କରିବେ ତାହାର ସିଧା ସିଧା ପ୍ରଭାବ ଆପଣଙ୍କ ଦିନଚର୍ଜ୍ୟାର କାମ ଉପରେ ପଡିଥାଏ ।

ଏମିତିରେ ସକାଳ ସମୟରେ ଆପଣ କିଛି ଏମିତି କାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ତାହାର ଶୁଭ ପ୍ରଭାବ ଆପଣଙ୍କ କାର୍ଯ୍ୟ ଉପରେ ପଡିବ । ଚାଳନ୍ତୁ ସେହି କାମ ଗୁଡିକ ବିଷୟରେ ଜାଣିବା । ସକାଳୁ ଉଠିବା ପରେ ସେହି ବିଛଣାରେ ବସି ଭଗବାନଙ୍କୁ ଅଳ୍ପ ସ୍ମରଣ କରନ୍ତୁ । ଏହା ପରେ ନିଜର ହାତର ଦୁଇ ପାପୁଲିକୁ ଦେଖନ୍ତୁ । କାରଣ ଶାସ୍ତ୍ର ଅନୁସାରେ ମନୁଷ୍ୟର ପାପୁଲିର ଅଗ୍ର ଭାଗରେ ଲକ୍ଷ୍ମୀ ଓ ମଧ୍ୟ ଭାଗରେ ସରସ୍ଵତୀ ଓ ପାପୁଳିର ଶେଷ ଭାଗରେ ବିଷ୍ଣୁ ବିରଜାମାନ କରିଥାନ୍ତି । ସେଥିପାଇଁ ସକାଳୁ ଉଠି ନିଜ ପାପୁଳିକୁ ଦେଖି ଏକ ମନ୍ତ୍ରର ଉଚ୍ଚାରଣ କରନ୍ତୁ । ଏହି ମନ୍ତ୍ରଟି ହେଲା –

କରାଗ୍ରେ ବସତି ଲକ୍ଷ୍ମୀ କର ମଧ୍ୟେ ସରସ୍ଵତୀ

କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ ।

ଏହିଭଳି କରିବା ଦ୍ଵାରା ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ବ୍ୟତିତ ହୋଇଥାଏ । ଠିକ ସେହିଭଳି ସକାଳୁ ଉଠି ଶଯ୍ୟା ତ୍ୟାଗ କରିବା ପୂର୍ବରୁ ଭୂମି ଉପରେ ଗୋଡ ରଖିବା ପୂର୍ବରୁ ଭୂମି ମାତାଙ୍କୁ ପ୍ରଣାମ କରନ୍ତୁ । ଏହା ପରେ ଆପଣ ତଳେ ପାଦ ରଖନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଦିନ ସୁଖ ଓ ଶାନ୍ତିରେ କଟିଥାଏ । ଏହା ସହିତ ବସୁଦେବୀଙ୍କର ଆଶୀର୍ବାଦ ବି ମିଳିଥାଏ ।

ସେହିଭଳି ସକାଳର ଶଯ୍ୟା ତ୍ୟାଗ କରିବା ସମୟରେ କିଛି ସୁନ୍ଦର କିମ୍ବା ମନୋମହକ ଚିତ୍ରକୁ ଦେଖନ୍ତୁ ତେବେ ଏହା ଦ୍ଵାରା ଆପଣଙ୍କ ଦିନ ଶୁଭମୟ ବ୍ୟତୀତ ହେବ । ଜୀବନରେ ଉନ୍ନତି ବି ଆସିବ । ଯେମିତି କୌଣସି ପ୍ରାକୃତିକ ଓ ପଶୁ ପକ୍ଷୀମାନଙ୍କର ଚିତ୍ର । କିନ୍ତୁ ହିଂସ ପଶୁପକ୍ଷୀମାନଙ୍କର ଫଟୋ ଲଗାନ୍ତୁ ନାହିଁ । ଏହା ସହିତ ସକାଳୁ ସକାଳୁ ନିଜର ନୀତକର୍ମ ଶେଷ କରି ଗୁରୁଜନମାନଙ୍କୁ ଓ ଘରର ମନ୍ଦିରରେ ଥିବା ଭଗବାନଙ୍କୁ ପ୍ରଣାମ କରନ୍ତୁ । ଏମାନଙ୍କର ଆଶୀର୍ବାଦରେ ହିଁ ଆପଣ ଉନ୍ନତି କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।