Vastu Tips- ଭଗବାନ ଶ୍ରୀ କୃଷ୍ଣଙ୍କ କହିଛନ୍ତି ପ୍ରତିଦିନ ସକାଳୁ ଉଠି ଦେଖନ୍ତୁ ଏହି 3 ଟି ଜିନିଷ, ଦରିଦ୍ରତା ପାଖ ବି ମାଡିବନି

ଭଗବାନ ଶ୍ରୀ କୃଷ୍ଣ ମାନବ କଲ୍ୟାଣ ପାଇଁ ବହୁତ ଉପଦେଶ ଦେଇଛନ୍ତି । ଶ୍ରୀ କୃଷ୍ଣଙ୍କ ଉପଦେଶ ଅନୁସାରେ ଯଦି କୌଣସି ବ୍ୟକ୍ତି ସକାଳୁ ଉଠି ଏହି ୩ ଟି କାମ କରୁଛି ତେବେ ଏହା ଦ୍ୱାରା ତାହାର ଦାରିଦ୍ର୍ୟତା ଦୂର ହୋଇଯିବ । ଏହା ସହିତ ସେହି ବ୍ୟକ୍ତିର ଘରେ ମାତା ଲକ୍ଷ୍ମୀ ସବୁଦିନ ପାଇଁ ବାସ କରିବେ । ଯାହା ଫଳରେ ଆପଣଙ୍କ ସବୁ ଦୁଖ ଦୁର୍ଦଶା ଦୂର ହୋଇଯିବ । କହିବାକୁ ଗଲେ ବ୍ୟସ୍ତ ଜୀବନରେ ସକାଳୁ ଉଠି ସମସ୍ତେ ଏହି ସବୁ ମହତ୍ଵ କାମକୁ କରିବାକୁ ଭୁଲି ଯାଆନ୍ତି ।

କିନ୍ତୁ ଯେଉଁ କାମ କରିବା କଥା ନୁହେଁ ସେହି କାମ କରିଥାନ୍ତି ଓ ବୃଥା ଧନ ସମ୍ପତି ପଛରେ ଦୌଡି ଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ସକାଳୁ ଉଠି ଏହି ୩ ଟି କାର୍ଯ୍ୟ କରିଥାଏ ତାକୁ ସଂସାରର ସବୁ ସୁଖ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ ।

ସର୍ବ ପ୍ରଥମେ ଜାଣିବା କେଉଁ କାମ କରିବା ଉଚିତ ନୁହେଁ

  • ପ୍ରଥମ କାର୍ଯ୍ୟ ସକାଳୁ ଉଠି ମନୁଷ୍ୟକୁ କୌଣସି ଦୁଷ୍ଟ ବ୍ୟକ୍ତିର ଚେହେରା ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ବ୍ୟକ୍ତିର ଜୀବନରେ ନକରାତ୍ମକ ଗୁଣ ବୃଦ୍ଧି ହୋଇଥାଏ  । ଏହା ସହିତ କୌଣସି ଚରିତ୍ରହୀନ ବ୍ୟକ୍ତିର ଚେହେରା ବି ଦେଖିବା ଉଚିତ ନୁହେଁ ଏହା ଦ୍ଵାରା ମନୁଷ୍ୟ ମନରେ କାମ ବାସନା ଭଳି ଗୁଣ ଜାଗ୍ରତ ହୋଇଥାଏ ।

  • ଦ୍ଵିତୀୟରେ ମନୁଷ୍ୟକୁ ସକାଳୁ ଉଠି କେବେ କୌଣସି ଅଶୁଭ କଥା କହିବା, କାହାକୁ ଗାଳି ଦେବା, ବୀନା ସ୍ନାନ କରି ଠାକୁର ଘରେ ପ୍ରବେଶ କରିବା ଉଚିତ ନୁହେଁ ଏହା ଦ୍ଵାରା ମନୁଷ୍ୟ ମନରେ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ ।

  • ତୃତୀୟରେ ସକାଳୁ ଉଠି ମନୁଷ୍ୟକୁ ଆଇନା ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ମନୁଷ୍ୟକୁ ବହୁତ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ ଓ ଏହା ସହିତ ମନୁଷ୍ୟକୁ ତାର ଛାଇ ଦେଖିବା ଉଚିତ ନୁହେଁ ଏହା ଦ୍ଵାର ମନୁଷ୍ୟ ଜୀବନରେ ବହୁତ ଦୁର୍ଭାଗ୍ୟ ଆସିଥାଏ ।

ଏବେ ଆସନ୍ତୁ ଜାଣିବା କଣ କରିବା ଉଚିତ

  • ପ୍ରଥମେ ଆପଣ ଆପଣଙ୍କ ହାତର ଦର୍ଶନ କରନ୍ତୁ । କାରଣ ହାତର ଅଗ୍ରଭାଗରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି, ମଧ୍ୟ ଭାଗରେ ସରସ୍ଵତୀ ବାସ କରିଥାନ୍ତି ଓ ମୂଳରେ ଶ୍ରୀକୃଷ୍ଣ ବାସ କରିଥାନ୍ତି । ଏହାକୁ ଦର୍ଶନ କରିବା ଦ୍ଵାରା ମନୁଷ୍ୟର ଭାଗ୍ୟ ଖୋଲିଯାଏ ଓ ଧନ ଧନ୍ୟରେ ଜୀବନ ପରିପୂର୍ଣ ହୋଇଯାଏ ।

  • ଦ୍ଵିତୀୟରେ ଗୁରୁଜନଙ୍କ ଆଶୀର୍ବାଦ ଗ୍ରହଣ କରିବା, ଆଜି କାଲୀ ଯୁଗରେ ଯୁବକ ଯୁବତୀମାନଙ୍କୁ ଗୁରୁଜନମାନଙ୍କ ଗୋଡ ଛୁଇଁ ଆଶୀର୍ବାଦ ନେବାକୁ ଲାଜ ଲାଗିଥାଏ । ଏଥିପାଇଁ ସେମାନେ ଖରାପ ଅଭ୍ୟାସରେ ପଡିଯାଆନ୍ତି । ଯେଉଁ ମାନେ ସକାଳୁ ଉଠି ବାପା ମା କିମ୍ବା ଗୁରୁଜନଙ୍କ ଗୋଡ ଛୁଇଁ ଆଶୀର୍ବାଦ ନେଇଥାନ୍ତି ସେମାନଙ୍କ ଜୀବନରୁ ସବୁ ସମସ୍ୟା ଦୂର ହୋଇଯାଏ ଓ ସଫଳତା ହାସଲ କରିଥାନ୍ତି ।
  • ତୃତୀୟ କଥା ଗରୁଡ ପୂରାଣ ଅନୁସାରେ ସକାଳୁ ଉଠି ଯେଉଁମାନେ ସବୁଜ କ୍ଷେତ ଓ ପାଚିଲା କ୍ଷେତକୁ ଦେଖିଥାନ୍ତି ସେମାନଙ୍କର ଜୀବନରେ ବହୁତ ଖୁସି ଆସିଥାଏ । ଏହା ଛଡା ସକାଳୁ ଉଠି ଗୋମାତାଙ୍କର ଦର୍ଶନ କରିବା ଦ୍ଵାରା ବ୍ୟକ୍ତିର ସବୁ ମନୋସ୍କାମନା ପୂରଣ ହୋଇଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।