ନୂଆବର୍ଷରେ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ, ପୁରା ବର୍ଷ ଆପଣଙ୍କ ପକକୁ ଜମିକି ଆସିବ ପଇସା

ଆପଣ ସମସ୍ତଙ୍କୁ ଆମର ନୂଆ ବର୍ଷର ଶୁଭେଚ୍ଛା ଓ ଶୁଭକାମନା । ସମସ୍ତେ ନୂଆବର୍ଷକୁ ଅପେକ୍ଷା କରିଛନ୍ତି । ଏହା ସହିତ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ବି ଉଙ୍କି ମାରୁଥିବ କି ଏହି ନୂଆବର୍ଷ ସେମାନଙ୍କ ପାଇଁ କେମିତି ରହିବ । ଏମିତିରେ ଆଜି ଆପଣଙ୍କୁ ସେହି ଗୋଟିଏ ଜିନିଷ ବିଷୟରେ କହିବୁ ଯାହାକୁ ନୂଆବର୍ଷ ଦିନ ଘରକୁ କିଣି ଆଣିବା ଦ୍ଵାରା ଆପଣଙ୍କର ପୁରା ବର୍ଷଟି ଭଲରେ କଟିବ । ଏହା ସହିତ ଜୀବନରେ ସୁଖ ଓ ସମୃଦ୍ଧି ବି ବୁଦ୍ଧି ପାଇଥାଏ । ଏଥି ମଧ୍ୟରୁ ଯେ କୌଣସି ଗୋଟିଏ ଜିନିଷ ବି ଆପଣ ଆପଣଙ୍କ ଘରକୁ ଆଣି ପାରିବେ ।

କଇଁଛ

କଇଁଛ ସୁଖ ସମୃଦ୍ଧିର ପ୍ରତୀକ ଅଟେ । ଯଦି ଆପଣ ନୂଆ ବର୍ଷ ଦିନ ଏହାକୁ ଘରକୁ ନେଇ ଆସୁଛନ୍ତି ତେବେ ଏହା ଆପଣଙ୍କର ସୋଭାଗ୍ୟକୁ ବଢିଥାଏ । ଏହା ସହିତ ଘରୁ ନକାରତ୍ମକ ଶକ୍ତିକୁ ଦୂର କରିଥାଏ । ଏହାକୁ ଆପଣ ଘରର ଉତ୍ତର ଦିଗରେ ରଖି ପାରିବେ ।

ଲାଫିଙ୍ଗ ବୁଦ୍ଧା

ଯଦି ଆପଣ ଘରେ ଲାଫିଙ୍ଗ ବୁଦ୍ଧା ରଖୁଛନ୍ତି ତେବେ ଆପଣଙ୍କ ଘରେ ଖୁସି ହିଁ ଖୁସି ରହିବ । କୁହାଯାଏ କି ଲାଫିଙ୍ଗ ବୁଦ୍ଧା ସୁଖ ଓ ଶାନ୍ତିର ପ୍ରତୀକ ଅଟେ । ଏହାକୁ ଆପଣ ମୁଖ୍ୟ ଦ୍ଵାରାର ସାମ୍ନା କାନ୍ଥରେ ଲଗାଇ ରଖି ପାରିବେ । ସେଥିପାଇଁ ଆପଣ ଏହି ଲାଫିଙ୍ଗ ବୁଦ୍ଧାକୁ ନୂଆ ବର୍ଷ ଦିନ ଘରକୁ କ୍ରୟ କରି ନେଇ ଆସନ୍ତୁ ।

ଲକ୍ଷ୍ମୀପାଦ

ଯଦି ଆପଣ ଏହି ନୂଆବର୍ଷରେ ମାନ ସମ୍ମାନ ଓ ପ୍ରତିଷ୍ଠା ବଢାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ନୂଆ ବର୍ଷଦିନ ମାତା ଲକ୍ଷ୍ମୀଙ୍କ ଚରଣପାଦ କ୍ରୟ କରି ନେଇ ଆସନ୍ତୁ । କୁହାଯାଏ କି ଘରର ପୂଜା ସ୍ଥାନାରେ ଯଦି ଆପଣ ଲକ୍ଷ୍ମୀପାଦ ରଖି ପୂଜା କରିବେ ତେବେ ଆପଣ ଜୀବନରେ ସବୁ କ୍ଷେତ୍ରରେ ଉନ୍ନତି କରିବେ ।

ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି

ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି ଘରର ସମସ୍ତ ବାସ୍ତୁକୁ ଠିକ କରିଥାଏ । ଯେଉଁ ଘରେ ଭଗବାନ ହନୁମାନଙ୍କର ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି ରହିଥାଏ ସେହି ଘରେ ସବୁବେଳେ ଉନ୍ନତି ହିଁ ଉନ୍ନତି ହୋଇଥାଏ । ଘରର ସମସ୍ତ ବାଧାକୁ ଏହା ଦୂର କରିଦିଏ ।

ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତି

ଯଦି ଆପଣ ଏହି ନୂଆବର୍ଷରେ ମାତା ଲକ୍ଷ୍ମୀ ଓ ଗଣେଶଙ୍କର ଚାନ୍ଦିର ଛୋଟ ମୂର୍ତ୍ତି ଘରକୁ ନେଇ ଆସିବେ ତେବେ ଏହା ସବୁ ପ୍ରକାରର ବାଧା ବିଘ୍ନକୁ ଦୂର କରିଦବ । ଏହାକୁ ପୂଜା କରିବା ପରେ ଆପଣ ଟଙ୍କା ରହୁଥିବା ସ୍ଥାନରେ ରଖିଦେବେ । ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ଭଲ ହୋଇଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।