ସ୍ତ୍ରୀ କି ପୁରୁଷ ସକାଳୁ ସକାଳୁ କରନ୍ତୁ ନାହିଁ ଏହି ୬ ଟି କାମ, ନଚେତ ଆୟୁ ହେବ କମ, ରାଗିବେ ମା’ ଲକ୍ଷ୍ମୀ

ଗରୁଡ ପୁରାଣରେ ଆମ ଜୀବନ ସହ ଜଡିତ ବହୁତ ସୂଚନା ଦିଆ ଯାଇଛି । ଆମ ପାଇଁ ଜାଣିବା ଉଚିତ କି କେଉଁ କାରଣ ଯୋଗୁ ମାତା ଲକ୍ଷ୍ମୀ ଆମ ଘରୁ ରାଗି ଚାଲି ଯାଆନ୍ତି । କହିବାକୁ ଗଲେ କିଛି କାମ ଏମିତି ହୋଇଥାଏ କି ଯାହାକୁ କରିବା ଦ୍ଵାରା ଆମର ବୟସ କମ ହୋଇଯାଏ । ସବୁଦିନ ଆମେ ଏମିତି କିଛି ଛୋଟ ଛୋଟ କାମ ଅଛି ଯାହାକୁ ଆମେ ଜାଣି ଶୁଣି କରିଥାଉ କିମ୍ବା ଅଜଣାତରେ କରିଥାଉ ଯାହା ଦ୍ଵାରା ଆମ ଜୀବନରେ ସମସ୍ୟା ଆସିଥାଏ । କିନ୍ତୁ ଏଥିପାଇଁ ଆମେ ଆମର ଭାଗ୍ୟକୁ ଦୋଷ ଦେଇଥାଉ ।

ଅଧିକ ସମୟ ପର୍ଯ୍ୟନ୍ତ ରାତିରେ ଚାହିଁବା ଓ ସକାଳୁ ଡେରିରେ ଉଠିବା

କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନେ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁଥାନ୍ତି । ଯାହାକି ଏକ ଖରାପ ଅଭ୍ୟାସ ଅଟେ । ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଚାହିଁ ରହିବା ଦ୍ଵାରା ଆପଣ ସକାଳୁ ସକାଳୁ ଉଠି ପାରନ୍ତି ନାହିଁ । ଯାହାର ସିଧା ପ୍ରଭାବ ଆପଣଙ୍କ ଆୟୁ ଉପରେ ପଡିଥାଏ ଓ ଆପଣଙ୍କ ଆୟୁ ବି କମ ହୋଇଯାଏ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ସକାଳ ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ଵାରା ମନୁଷ୍ୟ ଶରୀରକୁ ରୋଗ ଗୁଡିକ ମଧ୍ୟ ଘେରିନିଏ । ସେଥିପାଇଁ ସଠିକ ସମୟରେ ଶୋଇବାକୁ ଯାଆନ୍ତୁ ଓ ସଠିକ ସମୟରେ ଉଠି ଯାଆନ୍ତୁ । ଶାସ୍ତ୍ର ଅନୁସାରେ କିଛି ଜିନିଷ ଏମିତି ଅଛି ଯାହାକୁ ଖାଇବା ଉଚିତ ନୁହେଁ ।

ଆପଣଙ୍କୁ କହିଦେଉଛୁ କି ରାତି ସମୟରେ ଦହି ଖାଇବା ଦ୍ଵାରା ମନୁଷ୍ୟର ଆୟୁ କମ ହୋଇଯାଏ । ଦହି ଖାଇବା ମନୁଷ୍ୟ ଶରୀର ପାଇଁ ଭଲ ଅଟେ । କିନ୍ତୁ ରାତିରେ ଦହି ଖାଇବା ଉଚିତ ନୁହେଁ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ବାସି ମାଂସ ବି କେବେ ଖାଇବା ଉଚିତ ନୁହେଁ କାରଣ ଏହା ଦ୍ଵାରା ବି ଆପଣଙ୍କ ଆୟୁ କମ ହୋଇପାରେ ଓ ଆପଣ ବିଭିନ୍ନ ରୋଗର ଶିକାର ମଧ୍ୟ ହୋଇ ପାରନ୍ତି ।

କହିବାକୁ ଗଲେ କିଛି ସ୍ଵାମୀ ସ୍ତ୍ରୀ ସକାଳୁ ସକାଳୁ ବି ଯୌନ ସମ୍ପର୍କ କରିଥାନ୍ତି । ଏହିଭଳି କରିବା ଉଚିତ ନୁହେଁ । ମହାପୁରୁଷମାନଙ୍କ ଅନୁସାରେ ସକାଳ ସମୟରେ ଯୋଗ, ପ୍ରାଣାୟମ କରିବା ଭଲ ହୋଇଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତି ଏହି ସମୟରେ ଯୋଗ, ପ୍ରାଣାୟମ ନ କରି ଯୌନ ସମ୍ପର୍କ କରୁଛି ତେବେ ତାହାର ଶରୀର କମଜୋର ହୋଇଯାଏ ।

ଏହିଭଳି କରିବା ଦ୍ଵାରା ମନୁଷ୍ୟର ଆୟୁ ବି କମ ହୋଇଯାଏ ଓ ଘରକୁ ମାତା ଲକ୍ଷ୍ମୀ ଆସନ୍ତି ନାହିଁ । ସେଥିପାଇଁ ସକାଳ ସମୟରେ ଏହି କାମରୁ ଦୂରେଇ ରୁହନ୍ତୁ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ଯେଉଁ ଲୋକମାନେ ଅପରିଷ୍କାର ବସ୍ତ୍ର ପରିଧାନ କରନ୍ତି, ଦାନ୍ତକୁ ବି ଅପରିଷ୍କାର ରଖନ୍ତି, ଏହା ଛଡା ଯେଉଁମାନେ ଅଧିକ ଖାଦ୍ୟ ଖାଆନ୍ତି ଓ କଟୁ କଥାବାର୍ତ୍ତା କରନ୍ତି ଓ ଯେଉଁ ଲୋକମାନେ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତ ସମୟରେ ଶୋଇଥାନ୍ତି, ସେହି ବ୍ୟକ୍ତିମାନଙ୍କ ପାଖରେ କେବେ ବି ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । ସେଥିପାଇଁ ଏହି ସମସ୍ତ କାର୍ଯ୍ୟରୁ ନିବୃତ ରୁହନ୍ତୁ ।