ପତ୍ନୀ ସହିତ ସକାଳ ୪ ଟାରେ ଜଗନ୍ନାଥଙ୍କ ଆରତୀ କରୁଥିବାର ନଜର ଆସିଲେ ଅମିତ ଶାହ, ଭିଡିଓ ହେଲା ଭାଇରାଲ, ଦେଖନ୍ତୁ

ବର୍ତ୍ତମାନ ହିଁ ଗୃହ ମନ୍ତ୍ରୀ ହୋଇଥିବା ବିଜେପିର ପ୍ରମୁଖ ନେତା ଅମିତ ଶାହ ଗୁରୁବାର ଦିନ ସକାଳେ ୪ ଟା ସମୟରେ ନିଜର ପତ୍ନୀ ସହ ଭଗବାନ ଜଗନ୍ନାଥଙ୍କର ଆରତୀ କରୁଥିବାର ନଜର ଆସିଲେ । ଏହି ଆରତୀ ସେ ଗୁଜୁରାଟ ରାଜ୍ୟର ଅହମଦାବାଦ ସହରର ଜଗନ୍ନାଥ ମନ୍ଦିରରେ କରୁଥିଲେ । ଆପଣଙ୍କୁ କହିଦେଛୁ ଯେ ଗତ ଗୁରୁରୁବାର ଦିନ ଅହମଦାବାଦରେ ରଥଯାତ୍ରା ଉତ୍ସବ ହୋଇସାରିଛି ।

ଗୃହ ମନ୍ତ୍ରୀ ଅମିତ ଶାହ ଅହମଦାବାଦରେ ଗୁରୁବାର ଦିନ ସକାଳ ୪ ଟା ସମୟରେ ନିଜ ପତ୍ନୀ ସହ ଭଗବାନ ଜଗନ୍ନାଥଙ୍କର ମନ୍ଦିରକୁ ପହଞ୍ଚିଥିଲେ । ଅମିତ ଶାହ ଏଠି ପୂଜା – ଅର୍ଚନା କରିଲେ ଓ ପତ୍ନୀ ସୋନଲ ଶାହଙ୍କ ସହ ମଙ୍ଗଲ ଆରତୀ ବି କରିଲେ । ଅହମଦାବାଦରେ ଗୁରୁବାର ଦିନ ରଥଯାତ୍ରା ଆରମ୍ଭ ହେବାର ଥିଲା । ସେଥିପାଇଁ ଭଗବାନଙ୍କର ଆଶୀର୍ବାଦ ପାଇବା ପାଇଁ ଜଗନ୍ନାଥଙ୍କର ଦର୍ଶନ ପାଇଁ ପହଞ୍ଚିଥିଲେ । ତାଙ୍କର ଆସିବାର ଅନ୍ୟ ଏକ କାରଣ ଏହା ବି ଥିଲା କି ଗୃହ ମନ୍ତ୍ରୀ ହେବା ପରେ ଏହା ତାଙ୍କର ଗୁଜୁରାଟର ପ୍ରଥମ ଦୌରା ଥିଲା ।

ଆମ ଓଡିଶାର ରଥଯାତ୍ରା ହେବା ପରେ ଅହମଦାବାଦରେ ଜଗନ୍ନାଥଙ୍କର ରଥ ବାହାରିବାର କାର୍ଯ୍ୟକ୍ରମ ରଖା ଯାଇଥାଏ । କହିଦେଉଛୁ ଯେ ଅହମଦାବାଦରେ ଏହା ୧୪୨ତମ ରଥଯାତ୍ରା । ଏଥର ଏହି ରଥଯାତ୍ରା ୧୭ କିଲୋମିଟର ଲମ୍ବା ହେଇଥିଲା । ଏତିକି ନୁହେଁ ରଥଯାତ୍ରା ସମୟରେ ରାସ୍ତାରେ ଏକ ଲକ୍ଷ ଶାଢୀ ବି ବିଛା ଯାଇଥାଏ । ପରେ ଏହି ଶାଢୀଙ୍କୁ ମନ୍ଦିରରେ ଦର୍ଶନ କରିବାକୁ ଆସୁଥିବା ନୂତନ ବିବାହିତ ଯୋଡିଙ୍କୁ ଗିଫ୍ଟ କରି ଦିଆଯାଏ ।

ଅହମଦାବାଦର ଏହି ଉତ୍ସବରେ ଅମିତ ଶାହ ସବୁ ବର୍ଷ ସାମିଲ ହୋଇଥାନ୍ତି । କହିବାକୁ ଗଲେ ଅମିତ ଶାହଙ୍କର ପୂଜା କରିବା ସମୟର ଭିଡିଓ ବର୍ତ୍ତମାନ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି ।

କହିଦେଛୁ ଯେ ଲୋକସଭା ୨୦୧୯ରେ ବିଜେପି ଜିତିବା ପଛରେ ଅମିତ ଶାହଙ୍କର ମହତ୍ୱପୂର୍ଣ ଭୂମିକା ରହିଛି । ତାଙ୍କର ଦିମାଗ ଓ ରଣନୀତି କାରଣରୁ ଆଜି ବିଜେପି ପୂର୍ଣ ବହୁତମତର ସହ ସରକାର କରିବାରେ ସଫଳ ହୋଇଛି । ପାର୍ଟିକୁ ନିର୍ବାଚନରେ ୩୦୦ ରୁ ବି ଅଧିକ ସିଟ ମିଳିଥିଲା ଯାହାକି ନିଜ ମଧ୍ୟରେ ଏକ ଇତିହାସ ଅଟେ । କେତେକ ଲୋକମାନଙ୍କର ମାନିବା ଅଟେ କି ଏହି ଟାରଗେଟ ଅମିତ ଶାହଙ୍କ ବିନା ଅସମ୍ଭବ ଥିଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।