ସକାଳ 8 ଟା ପରେ ଗାଧଉଥିବା ସ୍ତ୍ରୀ ମାନେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ, ଜାଣନ୍ତୁ Garuda Puran କଣ କହିଥାଏ ?

ଦୈନନ୍ଦିନ ଜୀବନରେ ସ୍ନାନ କରିବା ଏକ ଅତ୍ୟାବଶ୍ୟକ କାର୍ଯ୍ୟ ଅଟେ । ଶାସ୍ତ୍ର ଅନୁସାରେ ମଧ୍ୟ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଓ ଉତ୍ତମ କାର୍ଯ୍ୟ ଅଟେ । ଆମେ ନିଜ ଇଚ୍ଛା ଓ ସୁବିଧା ଅନୁସାରେ ଦିନର ଯେକୌଣସି ସମୟରେ ସ୍ନାନ କରିଥାଉ ।

ମାତ୍ର ଆମର ଏହି ବଦଭ୍ୟାସରୁ ଅନେକ କ୍ଷତି ମଧ୍ୟ ଘଟିଥାଏ । ତେବେ ଗରୁଡ଼ ପୁରାଣ ଅନୁସାରେ ସ୍ନାନ କରିବାର ଉତ୍ତମ ସମୟ କଣ, କେତେ ପ୍ରକାର ସ୍ନାନ ରହିଛି ଓ ସେଗୁଡ଼ିକର ଲାଭ କ୍ଷତି କଣ ସେହି ବିଷୟରେ ଜାଣିବା । ୧- ବ୍ରହ୍ମ ସ୍ନାନ- ଗରୁଡ଼ ପୁରାଣ ଅନୁସାରେ ବ୍ରହ୍ମ ମୁହୂର୍ତ୍ତରେ କରା ଯାଉଥିବା ସ୍ନାନକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଏ । ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ୍ ରାତ୍ରିର ଅନ୍ତିମ ପ୍ରହାର ତଥା ସାଧାରଣତଃ ସକାଳ ୪ଟା ରୁ ୫:୩୦ ଘଣ୍ଟାର ସମୟ ।

ଶାସ୍ତ୍ର ଅନୁସାରେ ଏହା ଦେବତାଙ୍କ ସମୟ ହୋଇଥିବାରୁ ବାତାବରଣରେ ମଧ୍ୟ ଏକ ଅଦ୍ଭୁତ ଉର୍ଜା ଅନୁଭୂତ ହୋଇଥାଏ । ଦେବତାଙ୍କର ସ୍ମରଣ କରି ବ୍ରହ୍ମ ମୁହୂର୍ତ୍ତରେ କରୁଥିବା ସ୍ନାନକୁ ସର୍ବଶ୍ରେଷ୍ଠ ସ୍ନାନ ବୋଲି କୁହାଯାଏ । ଏହି ସମୟରେ ସ୍ନାନ କଲେ ଓ ସ୍ନାନ ପରେ ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଢାଳିଲେ ଆମ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଶରୀର ଓ ମନ ଦିନସାରା ସକାରାତ୍ମକ ଉର୍ଜାରେ ଭରପୁର ରୁହେ ।

୨- ଦେବ ସ୍ନାନ

ସକାଳ ୫ଟା ରୁ ୬ଟା ମଧ୍ୟରେ କରୁଥିବା ସ୍ନାନକୁ ଦେବ ସ୍ନାନ କୁହାଯାଏ । ଏହି ସମୟରେ ସ୍ନାନ କଲେ ଆମ ଶରୀରରେ ସକାରାତ୍ମକ ଉର୍ଜାର ସଞ୍ଚାର ହୁଏ ଓ ସର୍ବପ୍ରକାର ନକାରାତ୍ମକତା ଓ ମନ୍ଦତା ଆମ ଶରୀରରୁ ବାହାରି ଯାଏ । ଦେବ ସ୍ନାନ ସମୟରେ ସ୍ନାନ କଲେ ଶରୀର ଓ ମନ ଉଭୟ ଶୁଦ୍ଧ ହୋଇଥାଏ ।

୩- ଋଷି ସ୍ନାନ

ସକାଳୁ ସକାଳୁ ଆକାଶରେ ତାରା ଦିଶୁଥିବା ସମୟରେ କରୁଥିବା ସ୍ନାନକୁ ଋଷି ସ୍ନାନ କୁହାଯାଏ । ଏହାକୁ ମଧ୍ୟ ଶ୍ରେଷ୍ଠ ସ୍ନାନ ବୋଲି କୁହାଯାଏ । ଏହି ସମୟରେ ସ୍ନାନ କଲେ ମାନସିକ ଶାନ୍ତି ମିଳିଥାଏ ଓ ମନ ଏବଂ ଶରୀର ଉଭୟ ଭଲ ରହିଥାଏ ।

ମାନବ ସ୍ନାନ

ସକାଳ ୬ଟା ରୁ ୮ଟା ସମୟ ମଧ୍ୟରେ କରୁଥିବା ସ୍ନାନକୁ ମାନବ ସ୍ନାନ ବୋଲି କୁହାଯାଏ । ଏହି ସମୟରେ ସ୍ନାନ କରିବା ମଧ୍ୟ ଉତ୍ତମ ବୋଲି ମାନାଯାଏ । ଏହା ଦ୍ବାରା ଦିନସାରା ଶରୀରରେ ସକାରାତ୍ମକ ଉର୍ଜା ବ୍ୟାପ୍ତ ରହିଥାଏ, ଯାହା ଆମକୁ ଯେକୌଣସି କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରେ ।

ସକାଳ ୮ଟା ପରେ ସ୍ନାନ କରିବା ଉଚିତ୍ ନୁହେଁ । କାରଣ ଏହା ପରେ ବାତାବରଣରେ ଦୈବୀ ଶକ୍ତିଙ୍କ ପ୍ରଭାବ କମ୍ ହୋଇଯାଏ ଓ ମନୁଷ୍ୟ ମଧ୍ୟରେ ଆଳସ୍ୟତା ଓ ଉର୍ଜାର ଅଭାବ ଦେଖା ଦେଇଥାଏ । ଯେଉଁ ମହିଳା ସକାଳ ୮ଟା ପରେ ସ୍ନାନ କରନ୍ତି ସେମାନଙ୍କ ଜୀବନରେ ଦୁର୍ଭାଗ୍ୟ ଆସିଥାଏ ଓ ଘରୁ ସୁଖ ସମୃଦ୍ଧି ଚାଲିଯାଏ ।

ଦାନବ ସ୍ନାନ

ଦ୍ୱିପ୍ରହର ୧୨ଟା ପରେ କରା ଯାଉଥିବା ସ୍ନାନକୁ ଦାନବ ସ୍ନାନ କୁହନ୍ତି । ସୂର୍ଯ୍ୟୋଦୟ ହେବାର ଅନେକ ସମୟ ପରେ ମଧ୍ୟ ଯେଉଁମାନେ ସ୍ନାନ କରନ୍ତି ନାହିଁ ସେମାନଙ୍କ ମଧ୍ୟରେ ଦିନସାରା କ୍ରୋଧ, ନକାରାତ୍ମକତା, ଦୁର୍ବଳତା ଓ ଚିଡ଼ାପଣ ରହିଥାଏ । ସେଥିପାଇଁ ପ୍ରତ୍ୟେକ ଦିନ ବ୍ରହ୍ମ ସ୍ନାନ, ଦେବ ସ୍ନାନ, ଋଷି ସ୍ନାନ ବା ମାନବ ସ୍ନାନ ସମୟରେ ହିଁ ଉଠି ସ୍ନାନ କରିବାକୁ ପରାମର୍ଶ ଦିଆ ଯାଇଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।