ସକାଳ 8 ଟା ପରେ ସ୍ନାନ କରୁଛନ୍ତି କି ? ତା ହେଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ପ୍ରତିଦିନ ସ୍ନାନ କରିବା ଦୈନନ୍ଦିନ ଜୀବନର ଏକ ବିଶେଷ କାର୍ଯ୍ୟ ଅଟେ । ଶାସ୍ତ୍ରରେ ମଧ୍ୟ ସ୍ନାନ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଉତ୍ତମ କାର୍ଯ୍ୟ ବୋଲି କୁହାଯାଇଛି । ଆମେ ଆମ ଇଚ୍ଛା ଓ ସୁବିଧା ଅନୁସାରେ ଯେତେବେଳେ ଇଚ୍ଛା ସ୍ନାନ କରିଥାଉ । କିନ୍ତୁ ଏହାଦ୍ବାରା ଆମର ଲାଭ ହେବା ବଦଳରେ କ୍ଷତି ଅଧିକ ହୋଇଥାଏ । ଆପଣ କ’ଣ ଜାଣିଛନ୍ତି କି ଶାସ୍ତ୍ରରେ ସ୍ନାନ କରିବାର ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ସମୟ ରହିଛି ? ତେବେ ଆସନ୍ତୁ ଜାଣିବା ଗରୁଡ ପୁରାଣ ଅନୁସାରେ ସ୍ନାନ କରିବାର ଉତ୍ତମ ସମୟ ।

ଶାସ୍ତ୍ରରେ ବ୍ରହ୍ମସ୍ନାନ, ଦେବସ୍ନାନ, ଋଷିସ୍ନାନ, ମାନବ ସ୍ନାନ ଓ ଦାନବ ସ୍ନାନ ଆଦି ପ୍ରକାରର ସ୍ନାନ ବିଷୟରେ ଉଲ୍ଲେଖ ରହିଛି । ସମୟ ଅନୁସାରେ ଏହାର ବର୍ଗୀକରଣ କରାଯାଇଛି । ଶାସ୍ତ୍ରରେ ବ୍ରହ୍ମ ମୂହୁର୍ତ୍ତ ବା ସକାଳ ୪ଟା ରୁ ୫:୩୦ ରେ କରା ଯାଉଥିବା ସ୍ନାନକୁ ସର୍ବଶ୍ରେଷ୍ଠ ବୋଲି ମାନାଯାଇଛି । ଏହି ସମୟ ଦେବତାଙ୍କ ସମୟ ହୋଇଥିବାରୁ ଏହି ମୂହୁର୍ତ୍ତରେ କରା ଯାଉଥିବା ସ୍ନାନକୁ ସବୁଠୁ ଶ୍ରେଷ୍ଠ ବୋଲି କୁହାଯାଇଛି ।

ଏହି ସମୟରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କଲେ ଆମ ଜୀବନରେ ଶାନ୍ତି ଆସିଥାଏ ଓ ଦିନସାରା ଆମ ତନ ଓ ମନରେ ସକାରାତ୍ମକ ଊର୍ଜା ଭରପୁର ରହିଥାଏ । ସକାଳ ୫ଟା ରୁ ୬ଟା ମଧ୍ୟରେ କରା ଯାଉଥିବା ସ୍ନାନକୁ ଦେବସ୍ନାନ ବୋଲି କୁହାଯାଏ । ସମସ୍ତ ପବିତ୍ର ନଦୀଙ୍କ ସ୍ମରଣ କରି କରା ଯାଉଥିବା ଏହି ସ୍ନାନକୁ ମଧ୍ୟ ଶ୍ରେଷ୍ଠ ବୋଲି ମାନାଯାଏ । ଏହି ସମୟରେ ମଧ୍ୟ ସ୍ନାନ କରିବା ଦ୍ଵାରା ଆମର ତନମନ ଶୁଦ୍ଧ ହେବା ସହ ସକାରାତ୍ମକ ଊର୍ଜା ଭରିଯାଏ ।

ସକାଳୁ ଆକାଶରେ ତାରା ଦିଶୁଥିବା ବେଳେ କରା ଯାଉଥିବା ସ୍ନାନକୁ ଋଷିସ୍ନାନ ବୋଲି କୁହାଯାଏ । ଏହି ସମୟରେ ସ୍ନାନ କଲେ ଆମକୁ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । ତେଣୁ ଏହାକୁ ମଧ୍ୟ ଶ୍ରେଷ୍ଠ ସ୍ନାନ ବୋଲି କୁହାଯାଏ । ସୂର୍ଯ୍ୟ ଉଦୟ ସମୟରେ ବା ଠିକ୍ ପରେ କରା ଯାଉଥିବା ସ୍ନାନକୁ ମାନବ ସ୍ନାନ ବୋଲି କୁହାଯାଏ ।

ଏହି ସମୟରେ ସ୍ନାନ କରିବା ମଧ୍ୟ ଉତ୍ତମ ବୋଲି ମାନାଯାଏ । ଏହାଦ୍ବାରା ଆମ ଶରୀରରେ ଦିନସାରା ସକାରାତ୍ମକ ଊର୍ଜା ଓ ଫୁର୍ତ୍ତି ଭରପୁର ରହିଥାଏ । ସକାଳ ୮ଟା ପରେ ସ୍ନାନ କରିବା ଆମ ଶାସ୍ତ୍ରରେ ଉଚିତ ବୋଲି ମାନାଯାଏ ନାହିଁ । ଏହି ସମୟରେ ବାତାବରଣରେ ବ୍ୟାପ୍ତ ଦିବ୍ୟଶକ୍ତି କମ୍ ହୋଇଯାଏ ଓ ମଣିଷଙ୍କ ମଧ୍ୟରେ ଉତ୍ସାହ ଓ ଊର୍ଜା ହ୍ରାସ ପାଇବା ଦେଖାଯାଏ । ଯାହାଦ୍ୱାରା ଅଳସୁଆ ଅନୁଭବ ହୋଇଥାଏ ଓ ଦିନସାରା ହାଲିଆ ମଧ୍ୟ ଲାଗିଥାଏ ।

ଏହି ସମୟରେ ସ୍ନାନ କରୁଥିବା ମହିଳାଙ୍କ ଜୀବନରେ ସର୍ବଦା ଦୁର୍ଭାଗ୍ୟ ଲାଗି ରହିଥାଏ ଓ ଘରୁ ସୁଖ ସମୃଦ୍ଧି ଚାଲିଯାଏ । ସେଥିପାଇଁ ଏହି ସମୟରେ କଦାପି ସ୍ନାନ କରିବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।